ଠାକୁରମୁଣ୍ଡା୨୫/୮: ଭିଜିଲାନ୍ସ ଜାଲରେ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ। ବିଲ୍ ପାସ୍ କରି ଦେବେ ବୋଲି ଲାଞ୍ଚ ନେଉଥିଲେ। ଠିକ୍ ଏହି ସମୟରେ କନିଷ୍ଠ ଯନ୍ତ୍ରୀ ଭିଜିଲାନ୍ସ ହାତରେ ଧରା ପଡିଥିଲେ। ମିଳିଥିବା ସୂଚନା ଅନୁସାରେ ୧ ଲକ୍ଷ ଟଙ୍କାର ବିଲ୍ ପାସ କରିଦେବେ ବୋଲି ଠିକାଦାରଙ୍କ ପାଖରୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେବା ଅଭିଯୋଗରେ ଠାକୁରମୁଣ୍ଡା ବ୍ଲକ୍ ସାଲେଇବେଡା ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ରକ୍ତସିନ୍ଧୁ ସେଠୀଙ୍କୁ ଭିଜିଲାନ୍ସ ଗିରଫ କରିଛି।
ଦୁର୍ନୀତି କଥା କହି ବିଜେଡି ସରକାରକୁ ଘେରିଲେ ଶାହ, କହ...