ଭିଜିଲାନ୍ସ ଜାଲରେ ଆର୍‌ ଆଇ ବାବୁ

Published By : Prameya-News7 Bureau | January 31, 2020 IST

ରେମୁଣା୩୧/୧: ଭିଜିଲାନ୍ସ ଜାଲରେ ଆର୍‌ଆଇ ବାବୁ। ୫୦୦ ଟଙ୍କା ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲେ। ରେମୁଣା ବ୍ଲକର ପଞ୍ଚାଗଡ ସର୍କିଲର ଆର୍ ଆଇ ଭିଜିଲାନ୍ସ ହାତରେ ଧରା ପଡ଼ଛନ୍ତି । ଆର୍ ଆଇ ଅରବିନ୍ଦ କୁମାର ସିଂହ ଲୋକଙ୍କଠାରୁ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲେ। ମଦନ ମୋହନ ବେହେରା ନାମକ ବ୍ୟକ୍ତିଙ୍କ ଠାରୁ ଜନ୍ମ ସାର୍ଟିଫିକେଟ କରାଇ ଦେବ କହି ୫୦୦ ଟଙ୍କା ଲାଞ୍ଚ ମାଗିଥିଲେ ଆର୍ ଆଇ ବାବୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.