ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ: ମୃତ ବ୍ୟକ୍ତିଙ୍କ ୩ ପତ୍ନୀଙ୍କ କଳିରେ ଫାଇଦା ଉଠାଇଲା ଚତୁର୍ଥ ବ୍ୟକ୍ତି

Published By : Prameya-News7 Bureau | June 07, 2020 IST

ଥୁଆମୂଳ- ରାମପୁର୭/୬: ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ। ବଜ୍ରାଘାତରେ ମୃତ୍ୟୁ କରିଥିବା ବ୍ୟକ୍ତିଙ୍କୁ ମିଳିଥିବା ସହାୟତା ଟଙ୍କାରେ ଭାଗ ବସାଇଲେ ପୋଲିସ୍ ବାବୁ। ଏହି ଅଭିଯୋଗ ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ବିଛାଇଥିଲା ଜାଲ। ଏହି ସହାୟତା ଟଙ୍କା ହଡ଼ପ ଘଟଣାରେ ସଂପୃ୍କ୍ତ ଥିବା ଥୁଆମୂଳ-ରାମପୁର ଏ.ଏସ.ଆଇ ଓ କନଷ୍ଟେବଲକୁ ଭିଜିଲାନ୍ସ ଅଟକ ରଖିଥିବା ବେଳେ ତଦନ୍ତ ପରେ ନୂଆ ଟ୍ବିଇଷ୍ଟ ଆସିଛି।

୨୦୧୯ ମସିହାରେ ଥୁଆମୂଳ-ରାମପୁର ଥାନା ସାନଦର୍ଲ ଗାଁର ଧନମଣୀ ନାଏକଙ୍କ ମୃତ୍ୟୁ ବଜ୍ରାଘାତରେ ହୋଇଥିଲା।ବଜ୍ରାଘାତରେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଭାବେ ୪ ଲକ୍ଷ ଟଙ୍କା ମିଳିଥିଲା। ଏହି ଟଙ୍କାକୁ ସେମାନଙ୍କ ପରିବାର ଭିତରେ ବଣ୍ଟାବଣ୍ଟିକୁ ନେଇ ବିବାଦ ଲାଗି ରହିଥିଲା। ଏହାର ସମାଧାନ ପାଇଁ ଥୁଆମୂଳ-ରାମପୁର ଏଏସଆଇ ସୋମେଶ୍ବର ବାଗ ଏବଂ କନେଷ୍ଟବଲ ରଘୁମଣୀ ନାଏକ ଜରିଆରେ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିବା କୋରାପୁଟ ଏସ୍‌ପି ସୂଚନା ଦେଇଛନ୍ତି।

ହେଲେ ବର୍ତ୍ତମାନ ଏହି ମାମଲାରେ ନୂଆ ଟୁଇଷ୍ଟ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ଅନୁସାରେ ମୃତକ ବ୍ୟକ୍ତିଙ୍କର ୩ ଜଣ ସ୍ତ୍ରୀ ଅଛନ୍ତି। ସରକାରୀ ଅନୁଦାନ ଭାବେ ମିଳିଥିବା ୪ ଟଙ୍କାକୁ ପ୍ରଥମ ଏବଂ ଦ୍ବିତୀୟ ସ୍ତ୍ରୀଙ୍କ ମଧ୍ୟରେ ବାଣ୍ଟି ନେଇଥିଲେ। କିନ୍ତୁ ଏହି ଟଙ୍କାରୁ ତୃତୀୟ ସ୍ତ୍ରୀଙ୍କ ଭାଗ ବାଦ ପଡିଯାଇଥିଲେ। ଏହି ଘଟଣାରେ ତୃତୀୟ ସ୍ତ୍ରୀଙ୍କ ପୁଅ ଥୁଆମୂଳ-ରାମପୁର ଥାନାର ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାର ସମାଧାନ କରିବା ବାବଦକୁ ପୋଲିସ୍ ଅଧିକାରୀ ଜଣଙ୍କ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.