Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଭିଜିଲାନ୍ସ ହାତରେ ଧରା ପଡ଼ିଲେ ଫରେଷ୍ଟର୍‌

ଗଜପତି୧୪/୧: ଭିଜିଲାନ୍ସ ଜାଲରେ ରାମଗିରି ଫରେଷ୍ଟର୍। ୫ ହଜାଟ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ଧରା ପଡିଛନ୍ତି ଫରେଷ୍ଟର୍। ଫରେଷ୍ଟର୍ ଦିବାକର ଲେଙ୍କା ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ହାତରେ ଧରା ପଡ଼ିଛନ୍ତି।

ସୂଚନା ଅନୁସାରେ ମଙ୍ଗରାଜପୁର ଗାଁର କୃଷ୍ଣ କାର୍ଜିଙ୍କ କଟର ମେସିନ୍‌କୁ ଦିବାକର ଜବତ କରିଥିଲେ। ଏହି ମେସିନ୍‌ ଫେରାଇ ଦେବା ପାଇଁ କୃଷ୍ଣ କାର୍ଜି ଫରେଷ୍ଟର୍‌ଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ମେସିନ୍‌ ଫେରାଇ ଦେବା ପାଇଁ ଦିବାକର ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। କୃଷ୍ଣ କାର୍ଜି ତାଙ୍କୁ ପାଞ୍ଚ ହଜାର ଟଙ୍କା ଦେବା ସମୟରେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍‌ ହାତରେ ଫରେଷ୍ଟର୍‌ ଧରା ପଡ଼ିଥିଲେ।

   Related Posts