ପୂର୍ବତନ ବିଧାୟକ ଅନାମ ନାଏକ ଗିରଫ, ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ପଞ୍ଝା କସିଲା ଭିଜିଲାନ୍ସ

Published By : Prameya-News7 Bureau | January 23, 2020 IST

ଭୁବନେଶ୍ବର ୨୩/୦୧- ପୂର୍ବତନ ବିଧାୟକ ଅନାମ ନାଏକ ଗରିଫ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭବାନୀପାଟଣାର ପୂର୍ବତନ ବିଧାୟକଙ୍କୁ ଗରିଫ କରିଛି ଭିଜିଲାନ୍ସ। କିଛି ଦିନ ତଳେ ଅନାମଙ୍କ ଘର ସହ କିଛି ବ୍ୟବସାୟୀକ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲେ । ଛାନଭିନ୍‌ ପରେ ଗୁରୁବାର ଅନାମଙ୍କୁ ଭିଜିଲାନ୍ସ ଗିରଫ କରିଛି ।

ଗତ ୧୭ ତାରିଖ ଦିନ ଭିଜିଲାନ୍ସ ଟିମ୍ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କ ଘର, ବ୍ୟବସାୟୀକ ପ୍ରତିଷ୍ଠାନ ସହ ଏକ ନିର୍ମାଣାଧୀନ ଘର ଉପରେ ଏକକାଳୀନ ଚଢାଉ କରିଥିଲେ । ନାକଟିଗୁଡା ସ୍ଥିତ ତିନିମହଲା ଘର, ଏକ ବାଣିଜ୍ୟିକ କୋଠା, ଏମ୍‌. ରାମପୁରରେ ଥିବା ଡୁପ୍ଲେକ୍ସ ଲଜ୍‌ ଏବଂ ମାର୍କେଟ କମ୍ପେକ୍ସ ଉପରେ ଭିଜିଲାନ୍ସର ଏକାଧିକ ଟିମ୍‌ ଏହି ଚଢାଉ କରିଥିଲେ ।

{"id":215064,"width":570,"height":855,"sizeSlug":"large"}

ଏହାସହ ଭବାନୀ ପାଟଣାରେ ଅନାମ ନାଏକଙ୍କ ଏକ ନିର୍ମାଣାଧୀନ ସଂପତ୍ତିର ସୁରାକ ପାଇଥିଲେ ଭିଜିଲାନ୍ସ ଟିମ୍‌। ଚଢାଉବେଳେ ପୂର୍ବତନ ବିଧାୟକଙ୍କ ଦୁଇଟି କାର, ତିନିଟି ମୋଟର ସାଇକେଲ ସହ ଆହୁରି କିଛି ସଂପତ୍ତିର ସୂଚନା ଓ ପ୍ରମାଣ ବି ଭିଜିଲାନ୍ସ ଟିମ୍‌ ହାତରେ ଲାଗିଥିଲା । ତେବେ ପୂର୍ବତନ ବିଧାୟକ ଆନାମ ନାଏକ ଆୟବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗକୁ ଅସ୍ବୀକାର କରି ଆସୁଥିଲେ । ସେ ନିୟମିତ ଆୟକର ରିଟର୍ଣ୍ଣ ଦାଖଲ କରୁଥିବା ଦର୍ଶାଇ ଏହା ତାଙ୍କ ବିରୋଧରେ ଏକ ଷଡୟନ୍ତ୍ର ବୋଲି କହିଥିଲେ ।

 ତେବେ ବ୍ୟାପକ ଛାନଭିନ୍‌ ସହ ପ୍ରମାଣ ଯୋଗାଡ ପରେ ଭିଜିଲାନ୍ସ ଟିମ୍‌ ଗୁରୁବାର ଅନାମ ନାଏକଙ୍କୁ ଗିରଫ କରିଛି । ଅନାମ ନାଏକ ୨୦୧୪ ବିଧାନସଭା ନିର୍ବାଚନରେ୍ ଭବାନୀପାଟଣା ଆସନରୁ ବିଜେଡି ଟିକେଟରେ ବିଜୟୀ ହୋଇଥିଲେ । କିନ୍ତୁ ୨୦୧୯ ରେ ତାଙ୍କୁ ଦଳ ପ୍ରାର୍ଥୀ କରି ନଥିଲା । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.