ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗିରଫ କଲା ଭିଜିଲାନ୍ସ

Published By : Prameya-News7 Bureau | August 14, 2020 IST

ଭୁବନେଶ୍ୱର୧୪/୮: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯାଗରେ ଭିଜିଲାନ୍ସ ଜାଲରେ ପଡିଥିବା ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ସ୍ୱତନ୍ତ୍ର ସଚିବ ଅଜୟ କୁମାର ଦାସଙ୍କୁ ଗୁରୁବାର ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଛି। ବୁଧବାର ତାଙ୍କ ଭୁବନେଶ୍ୱର ଅଫିସ୍‌, ପଟିଆରେ ଥିବା ଫ୍ଲାଟ୍‌, ଟଙ୍କପାଣି ରୋଡ଼ ରତ୍ନାକର ବାଗ୍‌ ଘର,ବାଲେଶ୍ୱର ଘର ସମେତ ୬ଟି ସ୍ଥାନରେ ଚଢ଼ଉ ହୋଇଥିଲ । ଗୁରୁବାର ମଧ୍ୟ କିଛି ସ୍ଥାନରେ ଚଢ଼ଉ କରିଥିଲା ଭିଜିଲାନ୍ସ । ଏହି ସମୟରେ ୩ କୋଟି ୭୯ ହଜାର ୫୩୮ ଟଙ୍କା ମୂଲ୍ୟର ସ୍ଥାବର ଅସ୍ଥାବର ସମ୍ପତ୍ତି ଜବତ ହୋଇଛି । ବଡ଼ କଥା ହେଲା ତାଙ୍କ ଘରକୁ ୧ କେଜି ୧୦୦ ଗ୍ରାମ୍‌ର ସୁନା ଅଳଙ୍କାର ଜବତ ହୋଇଛି ।

ସ୍ଥାବର ଅସ୍ଥାବର ସମ୍ପତ୍ତି ମଧ୍ୟରେ ରହିଛି, ଭୁବନେଶ୍ୱର ଓ ବାଲେଶ୍ୱରରେ ୨ ଟି ୨ ମହଲା କୋଠା ଯାହାର ମୂଲ୍ୟ ୬୭ ଲକ୍ଷ ୨୦ ହଜାର ୯୫୧ ଟଙ୍କା, ଟଙ୍କପାଣି ରୋଡରେ ୧ ମହଲା ଘର ଯାହାର ମୂଲ୍ୟ ୭ ଲକ୍ଷ ୯ ହଜାର ୯୮୬ ଟଙ୍କା, ଭୁବନେଶ୍ୱରରେ ୩ ଟି ଓ ପୁରୀରେ ୧ ଟି ଫ୍ଲାଟ୍‌ ଯାହାର ସମୁଦାୟ ମୂଲ୍ୟ ୬୭ ଲକ୍ଷ ୨୨ ହଜାର ୧୬୦ ଟଙ୍କା, ଭୁବନେଶ୍ୱର, ବାଲେଶ୍ୱର ଓ ଭଦ୍ରକରେ ୯ ଟି ପ୍ଲଟ୍‌ ଯାହାର ମୂଲ୍ୟ ୧୨ ଲକ୍ଷ ୯୫ ହଜାର ୧୦୦ ଟଙ୍କା ।

ବିଭିନ୍ନ ବ୍ୟାଙ୍କ୍‌ରେ ୫୦ ଲକ୍ଷ ୮୩ ହଜାର ୭୯୯ ଟଙ୍କା, ସାହାରା ଇଣ୍ଡିଆରେ ୪ ଲକ୍ଷ ଟଙ୍କା, ୨ ଟି କାର୍‌ ଓ ୨ ଟି ବାଇକ୍‌ ଯାହାର ମୂଲ୍ୟ ୧୨ ଲକ୍ଷ ୫୨ ହଜାର ଟଙ୍କା, ୧ କେଜି ୧୦୦ ଗ୍ରାମ୍‌ ସୁନାରୁପା ଅଳଙ୍କାରର ମୂଲ୍ୟ ୨୬ ଲକ୍ଷ ୧୧ ହଜାର ୬୫ଟଙ୍କା, ନଗଦ ୨ ଲକ୍ଷ ୬୯ ହଜାର ୧୧୦ ଟଙ୍କା, ୮ ଲକ୍ଷ ୨୭ ହଜାର ଟଙ୍କାର ଦାମୀ ଗୃହ ଉପକରଣ ମିଳିଛି ଶ୍ରୀ ଦାସଙ୍କ ଘରୁ । ତା’ଛଡା ୮୧ ଲକ୍ଷ ୫୩ ହଜାର ୬୧୧ ଟଙ୍କାର ବୀମା ପଲିସି କରାଯାଇଛି । ମୋଟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩ କୋଟି ୭୯ ହଜାର ୫୩୮ ଟଙ୍କା ବୋଲି ଭିଜିଲାନ୍ସ ସୂଚନା ଦେଇଛି । ତା’ଛଡା ସମ୍ପର୍କୀୟଙ୍କ ନାଁରେ ୪ ଟି ପ୍ଲଟ୍‌, ୨ ଟି ଫ୍ଲାଟ୍‌ ଓ ଦୁଇଟି ଦାମୀ ଗାଡ଼ି କରିଛନ୍ତି । ସେ ର୍ବିଷୟରେ ଭିଜିଲାନ୍ସ ଖୋଳତାଡ଼ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.