ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କିରାଣୀ

Published By : Prameya-News7 Bureau | December 02, 2019 IST

ଢେଙ୍କାନାଳ ୦୨।୧୨: ଭିଜିଲାନ୍ସ ଜାଲରେ ବନ୍ଦୋବସ୍ତ ଅଫିସର ରେକର୍ଡ କିପର । ଢେଙ୍କାନାଳ ଜିଲ୍ଲା ସ୍ଥିତ ବନ୍ଦୋବସ୍ତ ଅଫିସର ରେକର୍ଡ କିପର ଅକ୍ଷୟ ସାହୁ ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।  ଜମି ଜମା ସଂପର୍କରେ ସୂଚନା ଦେବାକୁ ୧୬ଟଙ୍କା ଲାଞ୍ଚ ନେଉଥିଲେ ।

{"id":192900,"width":577,"height":386,"sizeSlug":"large"}

ସୂଚନାଯୋଗ୍ୟ ଯେ, ସେଟଲମେଣ୍ଟରୁ ଜମି ଜମା ସଂପର୍କରେ ସୂଚନା ଦେବାକୁ ୧୬ଶହ ଟଙ୍କା ଲାଞ୍ଚ ନେବାବେଳେ ଢେଙ୍କାନାଳ ବନ୍ଦୋବସ୍ତ ଅଫିସର ରେକର୍ଡ କିପର ଅକ୍ଷୟ ସାହୁ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ।୧୬ଶହ ଟଙ୍କା ମଧ୍ୟ ଭିଜିଲାନ୍ସ ଜବତ କରିଛି।  ଭିଜିଲାନ୍ସ ପକ୍ଷରୁ ଏକ ମାମଲା ରୁଜୁ କରି ଅକ୍ଷୟ ସାହୁଙ୍କୁ ଗିରଫ କରାଯାଇଛି ।

{"id":192901,"sizeSlug":"large"}

ଢେଙ୍କାନାଳ ଅରଖପାଳ ଗ୍ରାମର ବାବୁଲି ବେହେରା ନାମକ ଜଣେ ବ୍ୟକ୍ତି ବନ୍ଦୋବସ୍ତରେ ୧୬ଟି ଜମି ଜମାର  ସୂଚନା ଆବେଦନ କରିଥିଲେ। ତେବେ ଏଥିପାଇଁ ଏହି ଅଫିସର ବରିଷ୍ଠ କିରାଣୀ ତଥା ରେକର୍ଡ ରୁମ ଅଧିକାରୀ ରେକର୍ଡ କିପର ଅକ୍ଷୟ ସାହୁ ୧୬ଟଙ୍କା ଲାଞ୍ଚ ଦାବି କରିଥିଲେ। ଫଳରେ ବାବୁଲି ଢେଙ୍କାନାଳ ଭିଜିଲାନ୍ସରେ ଅଭିଯୋଗ ପରେ ସୋମବାର ଯୋଜନା କରି ଟଙ୍କା ଲାଞ୍ଚ ନେବା ବେଳେ ଅକ୍ଷୟ ସାହୁଙ୍କୁ  ଗିରଫ କରିଛି ଭିଜିଲାନ୍ସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.