ଅଭିଯୋଗକାରୀକୁ ଖସେଇବାକୁ ମାଗିଥିଲେ ଲାଞ୍ଚ, ମାଡ଼ିବସିଲା ଭିଜିଲାନ୍ସ, ଜାଲରେ ଧରାପଡିଲେ ଥାନା ଏସଆଇ

Published By : Prameya-News7 Bureau | December 06, 2021 IST

ଯାଜପୁର, ୦୬।୧୨: ଯାଜପୁର ଭିଜିଲାନ୍ସ ଜାଲରେ ବିଂଝାରପୁର ଥାନାର ସବ ଇନିସ୍ପେକ୍ଟର ଫକୀରମୋହନ ସିଂ । ଆଜି ଏକ କେସରେ ବେଲ ଦେବାପାଇଁ ମାଗିଥିଲେ ୬ ହଜାର ଟଙ୍କା।  ତେବେ ଗୋଟିଏ ଘଟଣାରେ କଲ୍ୟାଣପୁର ବରିବାଙ୍କ ଗ୍ରାମର ବସନ୍ତ କୁମାର ଜେନଙ୍କୁ ୬ ହଜାର ଟଙ୍କା ମାଗିଥିଲେ ଯଦି ଟଙ୍କା ନ ଦିଅନ୍ତି ତେବେ ତାଙ୍କୁ କୋର୍ଟ ଫରୱାର୍ଡର ଧମକ ମଧ୍ୟ ଦେଇଥିଲେ । ବିନା କୌଣସି ଦୋଷ ନ ଥାଇ ବସନ୍ତ ଥାନାର ଦ୍ୱାରସ୍ତ ହୋଇଥିଲେ ବି ସମ୍ପୃକ୍ତ ସବ ଇନିସ୍ପେକ୍ଟର ତାଙ୍କୁ ଧମକ ଦେବା ସହ ଟଙ୍କା ନ ଦେଲେ କେସ କରି କୋର୍ଟ ଫରୱାର୍ଡ କରିବାକୁ ଧମକ ଦେବାପରେ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ ବସନ୍ତ ।

ତେବେ ଫକୀରମୋହନଙ୍କ ଠାରୁ ନଗଦ ୬ ହଜାର ଟଙ୍କା ସହ ୨୯ ହଜାର, ୪ହଜାରର ଦୁଇଟି ବ୍ୟାଙ୍କ ଷ୍ଟେଟମେଣ୍ଟ ସହ ଏକ ମଦ ବୋତଲ ଖୋଳରେ ଆଉକିଛି ଟଙ୍କା ଜବତ କରିଛି ଭିଜିଲାନ୍ସ ବିଭାଗ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.