Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ପୋଲିସ୍‌ ବାବୁ ବନ୍ଧା ହେଲେ: ଠାବ ସମ୍ପତ୍ତି ଦେଖି ଭିଜିଲାନ୍ସ ଟିମ୍‌ ଟେରା, ଏବେ ସୁଦ୍ଧା ୧୫ କୋଟିରୁ ବେଶି ଧନର ମାଲିକ

9/11/2021 at 6:23 PM

ଭୁବନେଶ୍ୱର ୦୯।୧୧: ଗିରଫ ହେଲେ OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲ । ଭିଜିଲାନ୍ସ ଚଢ଼ାଉ ପରେ ତାଙ୍କର ଅମାପ ସମ୍ପତ୍ତି ରହିଥିବା ଜଣାପଡ଼ିଛି । ଯାହାକୁ ଦେଖି ଭିଜିଲାନ୍ସ ମଧ୍ୟ ତାଜୁବ ହୋଇଯାଇଛି । ଚଢ଼ାଉରେ ପ୍ରତାପ ସାମଲଙ୍କ ୨୨ଟି ପ୍ଲଟ ସହ ୫ଟି କୋଠାର ଠିକଣା ମିଳିଥିଲା । ଆଜି ଭିଜିଲାନ୍ସ ପକ୍ଷରୁ ଏକାଧିକ ସ୍ଥାନରେ ଚଢାଉ କରାଯାଇଥିଲା ।

ଖବର ଅନୁଯାୟୀ, ଓଡିଶା ପୋଲିସ ହାଉସିଂ କର୍ପୋରେସନର ଡେପୁଟି ମ୍ୟାନେଜରଙ୍କ ଘରେ ମଙ୍ଗଳବାର ଭିଜିଲାନ୍ସ ପକ୍ଷରୁ ରେଡ଼୍‌ କରାଯାଇଥିଲା । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ୧୦ ରୁ ଅଧିକ ସ୍ଥାନରେ ଚଢାଉ ଜାରି କରିଥିଲା । ଜଣେ ଅତିରିକ୍ତ ଏସ୍‌ପିଙ୍କ ସହ ୫ଜଣ ଡିଏସ୍‌ପି, ୭ ଜଣ ଆଇଆଇସି ଏହି ରେଡ଼୍‌ରେ ସାମିଲ ହୋଇଥିଲେ । ତେବେ ଏହି ଚଢାଉରୁ ପ୍ରତାପ ୧୫ କୋଟିରୁ ଉର୍ଦ୍ଧ୍ୱ ସମ୍ପତ୍ତିର ଅଧିକାରୀ ହୋଇଥିବା ଭିଜିଲାନ୍ସ କହିଛି । ଯାହାକି ଭିଜିଲାନ୍ସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି ।

ଏସବୁ ମଧ୍ୟରେ ଭୁବନେଶ୍ୱର ନୟାପଲି ଏନ୬’-୪୧୬ରେ ତିନି ମହଲା ଘର, ଜୟଦେବ ବିହାର ଛକ ନିକଟରେ ୬ ମହଲା ଘର, ଖଣ୍ଡଗିରି ସରକନ୍ତାରେ ଏକ ମହଲା ଘର,  ଜୟଦେବ ବିହାର ନରେନ୍ଦ୍ର ଭିଲା ଆପର୍ଟମେଣ୍ଟରେ ଏକ ଫ୍ଲାଟ, ଭଦ୍ରକ ବାସୁଦେବପୁରରେ ୩ ମହଲା ବିଶିଷ୍ଟ ଆପାର୍ଟମେଂଟ, ବାଲେଶ୍ୱର ହରିପୁରର ପୈତୃକ ଘର, ଓଡିଶା ପୋଲିସ ହାଉସିଂ କର୍ପୋରେସନ ଅଫିସ, ଭୁବନେଶ୍ୱର ଗୋଠପାଟଣାରେ ପ୍ରତାପଙ୍କ ସ୍ତ୍ରୀ ନାମରେ ୫ମହଲାର ଘର ରହିଛି । ଭୁବନେଶ୍ୱରରୁ କେବଳ ୫ଟି ଘର ଠାବ ହୋଇଛି ।

ସେହିପରି  ଚଢାଉ ବେଳେ ୧୧ଟି ବ୍ୟାଙ୍କ ଆକାଉଣ୍ଟ, ୩୮ ଲକ୍ଷ ୩୭ ହଜାର ଟଙ୍କା, ଅଧ କେଜି ସୁନା, ଦାମୀ ଗାଡି ଜବତ କରିଛି ଭିଜିଲାନ୍ସ । କେବଳ ଏତିକି ନୁହେଁ, ବରଂ ଏହାସହ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏକାଧିକ ପ୍ଲଟ ଓ ବ୍ୟାଙ୍କ ଲକର ଠାବ ହୋଇଥିବାର ସୂଚନା ମିଳିଛି ।

   Related Posts