Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧିକ୍ଷକ, ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍

8/07/2021 at 11:49 AM

ବଲାଙ୍ଗୀର ୮/୭ : ଭିଜିଲାନ୍ସ ଜାଲରେ ଅବସରପ୍ରାପ୍ତ ପଣ୍ୟାଗାର ଭାରପ୍ରାପ୍ତ ଅଧିକ୍ଷକ । ଭାରପ୍ରାପ୍ତ ଅଧିକ୍ଷକ ଗଣପତି ପୁରୋହିତଙ୍କ ଘରେ ଭିଜିଲାନ୍ସ ଚଢାଉ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏହି ଚଢାଉ କରାଯାଇଛି । ଗଣପତିଙ୍କ ବଲାଙ୍ଗୀର ପେଲେସଲାଇନ୍ ବାସଭବନ ସମେତ ଏକକାଳୀନ ଚାରୋଟି ସ୍ଥାନରେ ଚଢାଉ । ନଗଦ ଟଙ୍କା, ସୁନା ଗହଣା, ବ୍ୟାଙ୍କ ଜମା ସହ ଚାରୋଟି ମୂଲ୍ୟବାନ କୋଠା ଠାବ ହୋଇଛି ।

ଗଣପତି ପୁରୋହିତଙ୍କ ସ୍ଥାବର ,ଅସ୍ଥାବର ସମ୍ପତ୍ତିର ଆକଳନ କରୁଛି । ବଲାଙ୍ଗିର ସହରର ଇଚ୍ଛାପଡା, ପେଲେସ ଲାଇନ୍ ଓ ରାଜେନ୍ଦ୍ର ପଡାରେ ଗଣପତି ପୁରୋହିତଙ୍କ ରହିଛି ବଡ ବଡ ଦୁଇ ମହଲା କୋଠା । ଗଣପତି ପୁରୋହିତ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୨୦୦୯ରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଥିଲା । ସେ ମାମଲା ବର୍ତ୍ତମାନ କୋର୍ଟରେ ବିଚାରଧୀନ ରହିଛି ।

ଏସବୁ ସତ୍ତ୍ବେ ଗଣପତି ବାବୁ ଙ୍କ କହିବା କଥା ହେଲା ତାଙ୍କ ପରିବାର ର ସମସ୍ତେ ଚାକିରିଆ, ରୋଜଗାର ଅଛି । ପରିବାରର ଆୟକୁ ସେ ସୁରକ୍ଷିତ ସ୍ଥାନରେ ନିବେଶ କରିଛନ୍ତି ଏଥିରେ ତାଙ୍କର କିଛି ଭୁଲ୍ ନାହିଁ । ଅପର ପାର୍ଶ୍ୱରେ ଭିଜିଲାନ୍ସ କୋଠା ବାଡି ର ମାପଜୁପ ପରେ ବହୁ ବ୍ୟାଙ୍କ ଆକାଉଣ୍ଟ କୁ ଜବତ କରିଛି ।

ସେଗୁଡିକ ବ୍ୟାଙ୍କ ଖୋଲିବା ପରେ ବ୍ୟାଙ୍କ ଡିପୋଜିଟ୍ ସମ୍ପର୍କ ରେ ଜଣା ପଡିବ । ଠିକ୍ ସେହିପରି ଗଣପତି ପୁରୋହିତଙ୍କ ସ୍ତ୍ରୀ ଜଣେ ସରକାରୀ ପ୍ରାଥମିକ ଶିକ୍ଷୟତ୍ରୀ ଥିବାରୁ ତାଙ୍କ ସ୍କୁଲ ରେ ମଧ୍ୟ ଭିଜିଲାନ୍ସ ପହଞ୍ଚି ତଦନ୍ତ କରୁଥିବା ବଲାଙ୍ଗିର ଭିଜିଲାନ୍ସ ଡି.ଏସ୍.ପି ସଦାନନ୍ଦ ପାଣି କହିଛନ୍ତି ।

   Related Posts