ଗାଡି ବିଲ୍ ପାଇଁ ମାଗୁଥିଲେ ଲାଞ୍ଚ, ବିଜେପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆକାଉଣ୍ଟାଣ୍ଟଙ୍କୁ ମାଡି ବସିଲା ଭିଜିଲାନ୍ସ

Published By : Prameya-News7 Bureau | May 19, 2020 IST

ବରଗଡ, ୧୯|୦୫:  ବକେୟା ବିଲ ପାସ କରିବା ନେଇ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ବିଜେପୁର ଏନଏସିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଆକାଉଣ୍ଟାଣ୍ଟ୍ ।

ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ, ସମ୍ବଲପୁର ଜିଲ୍ଲା ଧମାର ଡାକ୍ତର ମଦନ କୁମାର ମେହେର ଗତ ନଭେମ୍ବର ମାସରେ ବିଜେପୁର ଏନଏସିରେ ନିଜ ବୋଲେରୋ ଗାଡି ଭଡା ସୂତ୍ରରେ ଦେଇଥିଲେ । ଡାକ୍ତର ମେହେର ଗୋଟିଏ ମାସର ବିଲ ପାଇବା ପରେ ତାଙ୍କୁ ପ୍ରତିମାସ ୨ ହଜାର ଟଙ୍କା ଲାଞ୍ଚ ଦେବାକୁ କୁହାଯାଇଥିଲା । ତେବେ ସେ ଲାଞ୍ଚ ନ ଦେବାରୁ ତାଙ୍କୁ ଏପ୍ରିଲ ମାସର ବିଲ ଦିଆ ଯାଇ ନ ଥିଲା । ଯାହାକୁ ନେଇ ତାଙ୍କୁ ୧୯ ତାରିଖରେ ଲାଞ୍ଚ ବାବଦରେ  ୧୪ ହଜାର ଟଙ୍କା ଦେବାକୁ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ଆକାଉଣ୍ଟାଣ୍ଟ୍ କହିଥିଲେ । ଏ ନେଇ ଡାକ୍ତର ମେହେର ବରଗଡ଼ ଭିଜିଲାନ୍ସରେ ଅଭିଯୋଗ କରିଥିଲେ ।

{"id":272709,"width":696,"height":928,"sizeSlug":"large"}

ଅପରପକ୍ଷେ ମଙ୍ଗଳବାର ଡାକ୍ତର ମେହେର ବିଜେପୁର ଏନଏସି ଅଫିସରେ ଆକାଉଣ୍ଟାଣ୍ଟ୍  ମାନସ କୁମାର ଦାସଙ୍କୁ ଲାଞ୍ଚ ବାବଦକୁ ୧୪ ହଜାର ଟଙ୍କା ଦେଇଥିବା ବେଳେ ସେ ୧୨ ହଜାର ଟଙ୍କା ରଖି ୨ହଜାର ଟଙ୍କା ଇଓ ରୁକ୍ମଣ ମେହେରଙ୍କୁ ଦେବାକୁ କହିଥିଲେ । ତେବେ ଇଓ ମେହେର ସବୁତକ ଟଙ୍କା ଆକାଉଣ୍ଟାଣ୍ଟ୍ ମାନସ ଦାସଙ୍କୁ ଦେବାକୁ କହିଥିଲେ । ଆକାଉଣ୍ଟାଣ୍ଟ୍ ଡାକ୍ତର ମେହେରଙ୍କ ଠାରୁ ୧୪ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେଠାରେ ଛପି ରହି ଥିବା ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲେ । ଭିଜିଲାନ୍ସ ଆକାଉଣ୍ଟାଣ୍ଟଙ୍କ ଠାରୁ ଲାଞ୍ଚ ଟଙ୍କା ଉଦ୍ଧାର କରିଥିଲା । ଏହି ଘଟଣାକୁ ନେଇ ଇଓ ରୁକ୍ମଣ ମେହେର ଓ ଆକାଉଣ୍ଟାଣ୍ଟ୍ ମାନସ କୁମାର ଦାସଙ୍କୁ ଅଟକ ରଖି ଭିଜିଲାନ୍ସ ବିଭାଗ ତଦନ୍ତ ଜାରି ରଖିଛି ।

{"id":272711,"width":750,"height":563,"sizeSlug":"large"}

ଭିଜିଲାନ୍ସ ବିଭାଗ ଏ ନେଇ କେଶ ନମ୍ବର ୯/୧୮.୦୫ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ବରଗଡ଼ ଭିଜିଲାନ୍ସ ଡ଼ିଏସପି ପରମେଶ୍ୱର କିଷାନଙ୍କ ନେତୃତ୍ୱରେ ସମ୍ବଲପୁର ଡିଏସପି ଏମ ମିଞ୍ଜ , ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ , ଇନ୍ସପେକ୍ଟର ମାନସୀ ଜେନା ,ଇନ୍ସପେକ୍ଟର ସୁନିତା ପ୍ରଭା ବାଗେ ପ୍ରମୁଖ ସାମିଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.