ଏକା ଦେଖିବାକୁ ଡର ଲାଗେ ବଲିଉଡର ଏହି ୫ ଚଳଚିତ୍ର, ଜାଣନ୍ତୁ ଚଳଚିତ୍ରରେ ରହିଛି କ'ଣ

Published By : Prameya-News7 Bureau | May 02, 2019 IST

ମୁମ୍ବାଇ ୨।୫: ଖାଲି ହଲିଉଡ୍ ରେ ନିର୍ମିତ ହରର ଫିଲ୍ମ ଦେଖିବାକୁ ଭୟଲାଗେ  ତା ନୁହେଁ, ବଲିଉଡ ବି ଏମିତି ଅନେକ ଚଳଚିତ୍ର ନିର୍ମାଣ କରିଛି ଯାହାକୁ ଆଜି ବି ଦର୍ଶକେ ଏକା ଦେଖିବାକୁ ଡରନ୍ତି । ଏମିତିରେ ତ ଅନେକ ଫିଲ୍ମ ରହିଛି ତେବେ ରାମଗୋପାଲ ବର୍ମା, ପ୍ରବାଲ ରାମ ଓ କନ୍ନନ ଆୟର ନିର୍ଦେଶିତ ଏହି ଫିଲ୍ମ  ଗୁଡିକୁ ଯିଏ ଦେଖିଛି ସେ ଜାଣିଛି ଭୟ କଣ । ଏହି ଫିଲ୍ମଗୁଡିକୁ ଲୋକେ ଆଜି ବି ଦେଖିବାକୁ ଡରୁଛନ୍ତି । ତେବେ କ’ଣ ରହିଛି ଫିଲ୍ମରେ ଆସନ୍ତୁ ଜାଣିବା ।

{"id":110018,"align":"center"}

ଏକ ରାତ
ରାମଗୋପାଲ ବର୍ମା ନିର୍ମିତ ଚଳଚିତ୍ର ‘ଏକ ରାତ’ ୧୯୯୨ ମସିହାରେ ମୁକ୍ତି ଲାଭ କରିଥିଲା।  ହିନ୍ଦୀ ଓ ତେଲଗୁ ଭାଷାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ପଟ୍ଟକଥା ନିଜେ ରାମଗୋପାଲ ଲେଖିଥିବା ବେଳେ  ନିର୍ଦ୍ଦେଶନ ମଧ୍ୟ କରିଥିଲେ।  ରେବତୀ, ଚିନ୍ନା ଓ ରୋହଣୀ ହତଙ୍ଗଦୀଙ୍କ ଅଭିନୀତି ଫିଲ୍ମଟି ବକ୍ସ ଅଫିସ ସଫଳତା ହାସଲ କରିବା ସହ ଦର୍ଶକଙ୍କ ବେଶ ଆଦ୍ରୁତି ଲାଭ କରିଥିଲା। ତେବେ ଚଳଚିତ୍ର ଦେଖିଥିବା ଦର୍ଶକେ ଆଜି ବି କେତେକ ଦୃଶ୍ୟ ମନରୁ ପାଶୋରୀ ପାରିନାହାନ୍ତି । ଇଫେକ୍ଟର ସଠିକ ଉପଯୋଗ ସାଙ୍ଗକୁ ପାତ୍ରମାନଙ୍କର ପରିଚାଳନାରେ ନିର୍ଦେଶକଙ୍କ ଅଭିଜ୍ଞତା ଏହାକୁ ଏକ ସଫଳ ହରର ମୁଭିରେ ପରିଣତ କରିଥିଲା। ଉଭୟ ତେଲଗୁ ଓ ହିନ୍ଦୀ ଭାଷାରେ ଫିଲ୍ମ ଭଲ ବ୍ୟବସାୟ ମଧ୍ୟ କରିଥିଲା।

{"id":110017}

ଡରନା ମନା ହୈ
କେବଳ ଏକ ରାତ ନୁହେଁ ବଲିଉଡରେ ନିର୍ମିତ ଫିଲ୍ମ ‘ଡରନା ମନା ହୈ’ ମଧ୍ୟ ଏକ ପରେଫକ୍ଟ ହରର ମୁଭିର ମାନ୍ୟତା ପାଇଛି । ୨୦୦୩ ମସିହାରେ  ମୁକ୍ତିଲାଭ କରିଥିବା ଏହି ଫିଲ୍ମର ପ୍ରଯୋଜକ ଥିଲେ ରାମ ଗୋପାଲ ବର୍ମା। ତେବେ ପ୍ରାଓ୍ବଲ ରାମନ ଫିଲ୍ମର ନିର୍ଦେଶନା ଦେଇଥିଲେ। ୬ଟି ପୃଥକପୃଥକ କ୍ଷୁଦ୍ର ଗଳ୍ପକୁ ନେଇ ଆଧାରିତ ଫିଲ୍ମ ଦର୍ଶକଙ୍କ ବେଶ ମନୋରଞ୍ଜନ କରିଥିଲା। ସୈଫ ଅଲ୍ଲି ଖାନ, ବିବେକ ଓବ୍ରାଏ, ଅଫତାବ ଶିବଦାଶନୀ,ଶିଳ୍ପା ସେଟ୍ଟୀ, ନାନା ପାଟେକର, ସମୀରା ରେଡ୍ଡୀ, ଇଷା କୋପିକର ଆଦି ବଡବଡ କଳାକାରଙ୍କୁ ନେଇ ନିର୍ମିତ ଫିଲ୍ମଟି ‘କ୍ୟାମ୍ପ ଫାୟାର ଟେଲ୍ସ’ର ପଟ ଭୂମିରେ ନିର୍ମିତ ହୋଇଥିଲା। ଯାହାକୁ ଏକାକୀ କେହି ଦର୍ଶକ ଦେଖିବାକୁ ଆଜି ବି ଶାହାସ କରିପାରୁନାହାନ୍ତି ।

{"id":110016}

ଏକଥି ଡାୟନ
୨୦୧୩ ମସିହାରେ ମୁକ୍ତିଲାଭ କରିଥିଲା ଏହି ବଲିଉଡ ସସପେନ୍ସ ହରର ଫିଲ୍ମ। ଇମ୍ରାନ ହାସ୍ମୀ, କୋଙ୍କଣା ସେନ, କଲ୍କି କୋଚଲିନ, ହୁମା କ୍ୟୁରେସୀ ଅଭିନୀତି ଫିଲ୍ମଟି ସେତେବେଳେ ଦର୍ଶକଙ୍କୁ ବେଶ ଡରାଇଥିଲା। ଏପରିକି ଫିଲ୍ମ ରିଭ୍ୟୁରେ ମଧ୍ୟ ସମୀକ୍ଷକମାନେ ଫିଲ୍ମ ଦେଖିବା ପରର ରାତି ଅଭିଜ୍ଞତା ବର୍ଣ୍ଣନା କରିବା ଦର୍ଶକଙ୍କୁ ଅଧିକ ଆତଙ୍କିତ କରିଥିଲା। ତେବେ ହରର ଫିଲ୍ମ ସଉକ ରଖୁଥିବା ଲୋକଙ୍କୁ ବେଶ ମଜା ଦେଇଥିଲା ଫିଲ୍ମ । ଚଳଚିତ୍ରକୁ କନ୍ନନ ଆୟର ନିର୍ଦେଶନ ଦେଇଥିବା ବେଳେ ମୁକୁଲ ଶର୍ମାଙ୍କ ମୋବିଅସ ଟ୍ରିପସ୍ ଛାୟାରେ ଫିଲ୍ମଟି ନିର୍ମିତ ହୋଇଥିଲା।

{"id":110015,"align":"center","width":351,"height":455}

ବିକ୍ରମ ଭଟ୍ଟଙ୍କ ୧୯୨୦
୨୦୦୮ ମସିହାରେ ମୁକ୍ତିଲାଭ କରିଥିବା ‘ନାଇଣ୍ଟିନ ଟ୍ବେଣ୍ଟି ‘ ମଧ୍ୟ କୌଣସି ହଲିଉଡ ହରର ମୁଭିଠାରୁ କମ୍ ଡରାଇନଥିଲା ଦର୍ଶକଙ୍କୁ। ଦର୍ଶକଙ୍କ ମନରେ ବ୍ରିଟିଶ ସମୟର ସ୍ମୃତି ତାଜା କରିଥିବା ଏହି ଫିଲ୍ମକୁ ନିର୍ଦେଶନା ଦେଇଥିଲେ ବିକ୍ରମ ଭଟ୍ଟ। ଚଳଚିତ୍ର ନିର୍ମାଣରେ ସାମାନ୍ୟ ଭୁଲଚୁକ୍ ବ୍ୟତୀତ ଫିଲ୍ମର ପାତ୍ର ଓ କାହାଣୀ ହରର ଫିଲ୍ମ ଋଚି ରଖୁଥିବା ଦର୍ଶକଙ୍କର ବେଶ  ମନୋରଞ୍ଜନ କରିଥିଲା। ରଜନୀଶ ଦୁଗ୍ଗଲ ଓ ଅଦାହ ଶର୍ମା ଅଭିନୀତ ଫିଲ୍ମର ଦୃଶ୍ୟ ହିଁ ଦର୍ଶକଂକ ମନରେ ଭୟଜାତ କରିଥିଲା।

{"id":110014,"align":"center","width":434,"height":341}

ରାମଗୋପାଲ ବର୍ମାଙ୍କ ଭୂତ
୨୦୦୩ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଭୂତରେ ସେ ସମୟର ଲୋକପ୍ରୀୟ ନାୟିକା ଉର୍ମିଳା ମାତଣ୍ଡୋକର ଅଭିନୟ କରିଥିଲେ। ହେଲେ ବି ଦର୍ଶକେ ଭୂତକୁ ଜେମିତି ଡରନ୍ତି ଫିଲ୍ମ ଦେଖିବା ବେଳେ ମଧ୍ୟ ସେମିତି ଡରିଥିଲେ। ଭୂତର ନିର୍ଦେଶନା ଦେଇଥିଲେ ରାମଗୋପାଳ ବର୍ମା । ସସପେନ୍ସ ହରରନିର୍ମାଣରେ ରାମ ଗୋପାଲ ପୂର୍ବରୁ ହାସଲ କରିଥିବା ଅଭିଜ୍ଞତା ଫିଲ୍ମରେ ଉପଯୋଗ କରିଥିଲେ। ଯାହା ହଲିଉଡ ହରରକୁ ବି ମାତ ଦେଇଥିଲା ସ୍କ୍ରିନରେ  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.