Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ୩ ବର୍ଷରେ ପୂରା ହେବ ରାମ ମନ୍ଦିର ନିର୍ମାଣ
  • ||
  • ପୁଣି ନବୀନ ପଟ୍ଟନାୟକ ଏକ ନମ୍ବର, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||

ପ୍ରସିଦ୍ଧ ଯୁଦ୍ଧ ସାମ୍ବାଦିକ ତଥା ଲେଖକ ନିଲ ସିହାନଙ୍କ ୮୪ ବର୍ଷ ବୟସରେ ପରଲୋକ

8/01/2021 at 9:14 PM

ୱାସିଂଟନ: ଭିଏତନାମ ଯୁଦ୍ଧର ସମ୍ବାଦଦାତା ତଥା ପୁଲିତଜର ପୁରସ୍କାର ବିଜେତା ଲେଖକ  ନିଲ ସିହାନଙ୍କ ୮୪ ବର୍ଷ ବୟସରେ ତାଙ୍କ ୱାସିଂଟନସ୍ଥିତ ବାସଭବନରେ ପରଲୋକ ହୋଇଛି। ଏକଦା  ନ୍ୟୁୟର୍କ ଟାଇମ୍ସ ଲାଗି ପେଣ୍ଟାଗନ ପେପର ପ୍ରାପ୍ତ କରିଥିବା ଏହି ସାମ୍ବାଦିକ  ଆମେରିକା ଇତିହାସରେ ପ୍ରଥମ ଥର ଜାତୀୟ ସୁରକ୍ଷା ଆଧାରରେ ଏକ ଲେଖାର ପ୍ରକାଶନ ଲାଗି ସରକାରଙ୍କ ଦ୍ୱାରା ବିଚାରପତି ପ୍ରାପ୍ତ କରିଥିବାର ରେକର୍ଡ ରହିଛି। 

ପାର୍କିନସନ ରୋଗ ଯୋଗୁ ଶାରୀରିକ ସମସ୍ୟାରେ ନିଲ ଶେଷ ନିଶ୍ୱାସ ତ୍ୟାଗ କରିଥିବା  ତାଙ୍କ ପତ୍ନୀ ସୁଶାନ ସେହାନ କହିଛନ୍ତି। ୟୁନାଇଟେଡ ପ୍ରେସ ଇଣ୍ଡରନ୍ୟାସନାଲ ଓ ଦି ଟାଇମ୍ସ ଲାଗି ୧୯୬୨-୬୬ ମସିହା ପର୍ଯ୍ୟନ୍ତ ଭିଏତନାମ ଯୁଦ୍ଧର ରିପୋର୍ଟିଂ କରିଥିବା ଶିହାନ ‘ ଏ ବ୍ରାଇଟ ସାଇନିଂ ଲାୟ : ଜନ ପଲ ଭାନ୍’ ଓ ‘ଆମେରିକା ଭିଏତନାମ’ର ଲେଖକ ମଧ୍ୟ ଥିଲେ। ଏଥିରୁ ତାଙ୍କର ଗୋଟିଏ ପୁସ୍ତକ ନ୍ୟାସନାଲ ବୁକ୍ ଆୱାର୍ଡ ବିଜେତା ହୋଇଥିବା ବେଳେ ଅନ୍ୟଟି ୧୯୮୯ ମସିହାରେ ପୁଲିତଜର ପୁରସ୍କାର ପ୍ରାପ୍ତ କରିଥିଲା।

ଆମେରିକୀୟ ମିସନରେ ବିଶ୍ୱାସ ରଖୁଥିବା ସିହନ ମାତ୍ର୨୫ ବର୍ଷ ବୟସରେ ଭିଏତନାମରେ ପହଞ୍ଚିଥିଲେ। ପ୍ରାୟ ୪ ବର୍ଷ ପରେ ସେ ଭିଏତନାମରୁ ଫେରିଆସିଥିଲେ। ତେବେ ଭିଏତନାମ ରହଣୀକାଳରେ  ଘୃଣା ଓ ଆକ୍ରୋଶର ସେ ଯେଉଁ ଅନୁଭୂତି ସାଙ୍ଗରେ ଆଣି ଆସିଥିଲେ ତାକୁ ନେଇ ଲେଖିଥିଲେ ‘ଏ ବ୍ରାଇଟ୍ ସାଇନିଂ ଲାଏ’। ଆଶା କରିଥିଲେ ଯୁଦ୍ଧଲାଗି ଆମେରିକୀୟଙ୍କ ଦର୍ଶନରେ ପରିବର୍ତ୍ତନ ଆଣିବ।

ଟାଇମ୍ସରେ ତାଙ୍କ ପୁସ୍ତକକୁ ରୋନାଲ୍ଡ ଷ୍ଟିଲ ସମୀକ୍ଷା କରିଥିଲେ। ପୁସ୍ତକ ସନ୍ଦର୍ଭରେ ଭିଏତନାମ ଯୁଦ୍ଧର ଆବେଗକୁ ବୁଜିବାକୁ ହେଲେ ପୁସ୍ତକଟି ଯଥେଷ୍ଟ ବୋଲି ସେ ଉଲ୍ଲେଖ କରିଥିଲେ। ତାଙ୍କ ପୁରାନାମ ଥିଲା କର୍ଣ୍ଣିଲିୟସ ମହୋନି ସିହାନ ଓ ସେ ହୋଲିଓକ୍‌ ମାସ୍‌ରେ ୨୭ ଅକ୍ଟୋବର ୧୯୩୬ରେ ଜନ୍ମଗ୍ରହଣ କରିଥିଲେ। ସେ ଆଇରିସ୍‌ ପ୍ରବାସୀଙ୍କ ପୁତ୍ର ଥିଲେ। ତାଙ୍କ ପିତା କର୍ଣ୍ଣିଲିୟସ୍ ଜୋସେଫ ସିହାନ ଓ ମା ମ୍ୟାରି ଓସିହାନଙ୍କର ଏକ ଡାୟେରି ଫାର୍ମ ଥିଲା। 

   Related Posts