Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଭାରତଠୁ ଚାଉଳ କିଣିବ ଭିଏତନାମ, ଦୀର୍ଘ ଦଶନ୍ଧି ପରେ ହେଲା ବୁଝାବଣା

5/01/2021 at 3:36 PM

ନୂଆଦିଲ୍ଲୀ,୦୫/୦୧:  ଭାରତଠୁ ଚାଉଳ କିଣିବ ଭିଏତନାମ । ବିଶ୍ୱର ତୃତୀୟ ଚାଉଳ ଉତ୍ପାଦନକାରୀ ଦେଶ ଭାବେ ପରିଚିତ ଭିଏତନାମ ପ୍ରଥମ ଥର ପାଇଁ ଭାରତଠୁ ଚାଉଳ ଆମଦାନୀ କରିବ । କାରଣ ସେଠାକାର ଘରୋଇ ବଜାରରେ ଚାଉଳର ଦାମ୍ ଅଧିକ ରହିଛି । ଚାହିଦାକୁ ପୂରଣ ପାଇଁ ପ୍ରତିଦ୍ୱନ୍ଦ୍ୱୀ ଭାରତଠୁ ଭିଏତନାମ ଚାଉଳ ଆମଦାନୀ କରିବାକୁ ନିଷ୍ପତ୍ତି ନେଇଛି ।

୨୦୨୧ରେ ଚାଉଳର ଦାମ୍ କମାଇବା ସହ ଲୋକଙ୍କ ଚାହିଦା ପୂରଣ ପାଇଁ ଭିଏତନାମ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ତେଣୁ ସେମାନେ ଭାରତଠୁ ଚାଉଳ ଆମଦାନୀ କରିବେ । ପୂର୍ବରୁ ଭିଏତନାମ ଥାଇଲାଣ୍ଡରୁ ଚାଉଳ ଆମଦାନୀ କରୁଥିଲା ।

ଜାନୁଆରୀ-ଫେବ୍ରୁଆରୀରେ ଭାରତ ପ୍ରାୟ ୭୦ ହଜାର ଟନ୍ ଚାଉଳ ଭିଏତନାମକୁ ପଠାଇବ । ପ୍ରତି ଟନ୍ ପିଛା ୩୧୦ ଡଲାର ଆୟ କରିବ ଭାରତ । ଭାରତୀୟ ଚାଉଳ ରପ୍ତାନୀ ସଙ୍ଘର ସଭାପତି ବିଭି କ୍ରିଷ୍ଣାରାଓ କହିଛନ୍ତି ଯେ, ଭାରତ ବହୁ କମ୍ ଦାମରେ ଚାଉଳ ଯୋଗାଇବ । ଏବେ ଭିଏତନାମରେ ଚାଉଳ ଦାମ୍ ଗତ ୯ ବର୍ଷ ମଧ୍ୟରେ ରେକର୍ଡ ସ୍ତରରେ ପହଁଚିଛି । ଏବେ ଟନ୍ ପିଛା ସେଠାରେ ଚାଉଳର ଦାମ୍ ରହିଛି ୫୦୦ରୁ ୫୦୫ ଡଲାର ।

କୁହାଯାଉଛି ଯେ, କରୋନା ଓ ପରବର୍ତ୍ତୀ ଲକଡାଉନ୍ ପାଇଁ ଭିଏତନାମରେ ଚାଉଳର ଦାମ୍ ଅଧିକ ରହିଛି । ଗତବର୍ଷ ସେଠାକର ସରକାର ୨୭୦୦୦୦ ଟନ୍ ଚାଉଳ ଗଚ୍ଛିକ ରଖିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । କିନ୍ତୁ ଏହାର ମାନ ଏତେ ଭଲ ନୁହେଁ । ଲୋକମାନେ ମଧ୍ୟ ଏହାକୁ ଖାଇବା ପାଇଁ କିମ୍ବା କିଣିବା ପାଇଁ ଆଗ୍ରହ ପ୍ରକାଶ କରୁ ନାହାଁନ୍ତି ।

ସୂଚନାଯୋଗ୍ୟ, ୨୦୨୦ରେ ଭିଏତନାମରେ ଚାଉଳ ଉତ୍ପାଦନ ୧.୮୫ ପ୍ରତିଶତ ହ୍ରାସ ପାଇଛି । ଯାହା ପୂର୍ବ ବର୍ଷ ତୁଳନାରେ ୪୨.୬୯ ମିଲିୟନ କମିଥିଲା । ସେହିପରି ୨୦୨୦ରେ ୩.୫ ପ୍ରତିଶତ ଚାଉଳ ରପ୍ତାନୀ କମ୍ ହୋଇଥିଲା । ଯାହା ୬.୧୫ ମିଲିୟନ ଟନ୍ ଅଟେ ।

ଏହାପୂର୍ବରୁ ଡିସେମ୍ବରରେ ଚାଇନା ମଧ୍ୟ ଭାରତଠୁ ଚାଉଳ ଆମଦାନୀ କରିଥିଲା । ଦୀର୍ଘ ୩ ଦଶନ୍ଧି ପରେ ଭାରତଠାରୁ ଚାଉଳ ଆମଦାନୀ କରିଥିଲା ଚୀନ୍।

   Related Posts