Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଭିଏତନାମ୍‌ରେ ଟାଇଫୁନ୍‌ ମୋଲାଭେର ତାଣ୍ଡବ, ଭୂସ୍ଖଳନରେ ଫସିଥିବା ଲୋକଙ୍କୁ ଖୋଜୁଛି ସେନା

29/10/2020 at 8:43 PM

କ୍ବାଙ୍ଗନାମ୍‌ (ଭିଏତନାମ) ୨୯/୧୦: ବୁଧବାର ଭିଏତନାମରେ ସ୍ଥଳଭାଗ ଛୁଇଁଛି ଟାଇଫୁନ୍‌ ମୋଲାଭେ। ମୋଲାଭେ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ଏବେସୁଦ୍ଧା ପ୍ରାୟ ୧୬୦ ଲୋକଙ୍କ ମୃତ୍ୟୁ ହୋଇସାରିଛି। ମୋଲାଭେ ଯୋଗୁ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ଘଟି ଲୋକଙ୍କ ପ୍ରାଣ ଯାଉଛି। ତେବେ ଭିଏତନାମର ଦୁର୍ଗମ ଅଞ୍ଚଳ କ୍ବାଙ୍ଗନାମ୍‌ରେ ଭୂସ୍ଖଳ ଘଟି ୧୯ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ବି ୧୨ ଜଣ ନିଖୋଜ ଅଛନ୍ତି । ଫସି ରହିଥିବା ଲୋକଙ୍କ ଉଦ୍ଧାର ପାଇଁ ଗୁରୁବାର ଭିଏତନାମ ସେନା ଭାରୀ ଯନ୍ତ୍ରାଂଶ ସହ ସେଠାରେ ଉଦ୍ଧାରକାର୍ଯ୍ୟ ଜାରି ରଖିଥିବା ଜଣାପଡ଼ିଛି।

ଭୂସ୍ଖଳନ ଯୋଗୁ ପାହାଡ଼ ଧସି ୫୩ ଜଣ ଗ୍ରାମବାସୀ ଫସି ରହିଥିଲେ। କାଦୁଅରୁ ୩୩ ଜଣଙ୍କୁ ଘୋଷାରି ବାହାର କରିବାକୁ ସମର୍ଥ ହୋଇଥିଲେ ଉଦ୍ଧାରକାରୀ ଦଳ। ପୂରା ଗାଁ ଭୂସ୍ଖଳନର ଶିକାର ହୋଇଥିବା ଜଣେ ମୃତକଙ୍କ ପୁଅ କହିଛନ୍ତି।  ଚଳିତମାସ ଆରମ୍ଭରୁ ଆସିଥିବା ଟାଇଫୁନ୍‌ର ପ୍ରଭାବ ଜାରି ରହିଛି। ଧିରେଧିରେ ଏହା ଉଗ୍ରରୂପ ଧାରଣ କରିଛି। ସେପଟେ ଗୁରୁବାର ସମୁଦ୍ରରୁ  ୧୨ ମତ୍ସ୍ୟଜୀବୀଙ୍କ ମୃତଦେହ ମିଳିଥିବା ବେଳେ ନିଖୋଜ ଥିବା ୧୪ ଅନ୍ୟ ମତ୍ସ୍ୟଜୀବୀଙ୍କୁ ନୌସେନା ଖୋଜୁଥିବା ଜଣାପଡ଼ିଛି। ଆମେ ବର୍ଷା କିମ୍ବା ବାତ୍ୟାର ଗତିପଥ ସମ୍ପର୍କରେ ଆକଳନ କରିପାରିବୁ କିନ୍ତୁ ଭୂସ୍ଖଳନ ସମ୍ପର୍କରେ ନୁହେଁ ବୋଲି ଭିଏତନାମର ଉପ ପ୍ରଧାନମନ୍ତ୍ରୀ ଟ୍ରିନ୍‌ ଡିନ୍‌ ଡଙ୍ଗ କହିଛନ୍ତି।

ଉଦ୍ଧାରକାର୍ଯ୍ୟ ଚାଲିଥିବା ବେଳେ ଘଟଣାସ୍ଥଳରୁ ବହୁ ଅଫୁଟା ବୋମା ମିଳୁଥିବା ଜଣାପଡ଼ିଛି। ଯାହାକି ଆମେରିକା-ଭିଏତନାମ ଯୁଦ୍ଧରେ ବ୍ୟବହାର କରାଯାଇଥିଲା। ଆମେରିକାନ ବୋମା ଏମକେ ୮୨ କ୍ବାଙ୍ଗତ୍ରି ଅଞ୍ଚଳରୁ ମିଳୁଛି ବୋଲି ମିଡିଆ ରିପୋର୍ଟରେ ପ୍ରକାଶ ପାଇଛି । ବୁଧବାର ସକାଳେ ଭିଏତନାମରେ ସ୍ଥଳଭାଗ ଛୁଇଁଥିବା ଟାଇଫୁନ ମୋଲାଭେ ପ୍ରଭାବରେ ପ୍ରବଳ ବର୍ଷା ଜାରି ରହିଛି। ଶନିବାର ପର୍ଯ୍ୟପ୍ତ ବର୍ଷା ଜାରି ରହିବ । ମୋଲାଭେ ପାଇଁ ପାଖାପାଖି ୧୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ୫୬ ହଜାର ଘର ଭାଙ୍ଗିଥିବା ବେଳେ ଲୋକେ​‌ ଏବେ ବି ଅନ୍ଧାରରେ ରହିଛନ୍ତି। ସରକାରଙ୍କ ପକ୍ଷରୁ ରିଲିଫ ବଣ୍ଟନ ଚାଲିଥିବା ଜଣାପଡ଼ିଛି।

   Related Posts