Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରିଲିଜ୍ ହେଲା ବିଦ୍ୟୁତ୍ ଜାମ୍‌ୱାଲ୍‌ଙ୍କ ଫିଲ୍ମ ‘ୟାରା’ : ଫିଲ୍ମରେ ରୋମାଣ୍ଟିକ୍ ମୁଡ୍‌ରେ ଆକ୍ସନ୍ ହିରୋ

30/07/2020 at 6:53 PM

ମୁମ୍ବାଇ ୩୦/୦୭ : ବଲିଉଡରେ ଆକ୍ସନ ହିରୋ ଭାବେ ପରିଚିତ ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ ୟାରା OTT ପ୍ଲାଟଫର୍ମ ZEE5 ରେ ରିଲିଜ ହୋଇଛି | ଫିଲ୍ମକୁ ପ୍ରଶଂସକ ଖୁବ ପସନ୍ଦ କରିଛନ୍ତି | ତିମାଂସୁ ଧୂଲିୟାଙ୍କ ନିର୍ଦେଶିତ ଫିଲ୍ମ ୟାରାରେ ବିଦ୍ୟୁତ ଜାମୱାଲଙ୍କ ବିପକ୍ଷରେ ଅଭିନୟ କରିଛନ୍ତି ସୃତି ହାସନ | ଫିଲ୍ମରେ ଅନ୍ୟ କଳାକାରଙ୍କ ମଧ୍ୟରେ ଅଛନ୍ତି ଅମିତ ସାଧ୍, କେନି ବସୁମତାରୀ, ବୁଜୟ ବର୍ମା |

ବିଦ୍ୟୁତ ଜାମୱାଲ ନିଜର ଦମଦାର ଆକ୍ସନ ପାଇଁ ଦର୍ଶକଙ୍କ ମନ କିଣିଛନ୍ତି | କେବଳ ଭାରତରେ ନୁହେଁ ବରଂ ସାରା ଦୁନିଆରେ ତାଙ୍କର ପ୍ରଶଂସକ ଅଛନ୍ତି | କିନ୍ତୁ ଏହି ଫିଲ୍ମରେ ଆକ୍ସନ ହିରୋଙ୍କୁ ରୋମାନ୍ସ କରୁଥିବା ମଧ୍ୟ ଦେଖିବାକୁ ମିଳିବ | ଫିଲ୍ମରେ ବିଦ୍ୟୁତ ରୋମାଣ୍ଟିକ ଅନ୍ଦାଜରେ ଦେଖାଦେଇଛି |

ଫିଲ୍ମର କାହାଣୀ ଭାରତ-ନେପାଳ ପୃଷ୍ଠଭୂମି ଉପରେ ଆଧାରିତ | ଫିଲ୍ମରେ ଆପଣ କମାଲର ସିନେମାଟୋଗ୍ରାଫି ଦେଖିବାକୁ ପାଇବେ | ତେବେ ମଜାଦାର କଥା ହେଲା ଫିଲ୍ମ ବର୍ଡ଼ରରେ ସୁଟିଙ୍ଗ ହୋଇନାହିଁ | ଫିଲ୍ମର ଅଧିକାଂଶ ଭାଗ ଭୋପାଲରେ ସୁଟିଙ୍ଗ ହୋଇଛି |

   Related Posts