Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ସାପକୁ ନାକରେ ପୂରାଇ ପାଟି ଦେଇ ବାହାର କଲେ ବୃଦ୍ଧ, ଭିଡିଓ ସେୟାର କଲେ ବିଦ୍ୟୁତ ଜମାଓ୍ବାଲ୍‌, ଏହାକୁ ଦେଖି ତାତିଲେ ଲୋକେ

2/07/2021 at 10:52 PM

ମୁମ୍ବାଇ ୨/୦୭: ବଲିଉଡ ଅଭିନେତା ବିଦ୍ୟୁତ୍‌ ଜାମଓ୍ବାଲ୍‌ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓ ଦୁର୍ବଳ ହୃଦୟର ବ୍ୟକ୍ତିଙ୍କ ପାଇଁ ବିଲକୁଲ୍‌ ନୁହେଁ। ସାପକୁ ପ୍ରାୟ ସମସ୍ତେ ଭୟ କରନ୍ତି ଏବଂ ସାପ ଦେଖିବାକୁ ବି ଭୟଙ୍କର। ଥରେ ଭାବିଲେ ଯଦି ଗୋଟିଏ ସାପକୁ ଆପଣଙ୍କ ନାକରେ ପୂରାଇ ଦିଆଯାଏ କେମିତି ଲାଗିବ ? ଏହି ଭିଡିଓରେ ଏମିତି କିଛି ଦେଖିବାକୁ ମିଳିଛି।

ଜଣେ ବୃଦ୍ଧ ଏକ ସାପକୁ ନାକରେ ପୂରାଇ ପାଟିରେ ବାହାର କରୁଛନ୍ତି। ବିଦ୍ୟୁତ ଜମାଓ୍ବାଲ ଏମିତି ଏକ ଭିଡିଓକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଯେଉଁଥିରେ ଦେଖିବାକୁ ମିଳିଛି, ଜଣେ ବୃଦ୍ଧ ଅତି ସହଜରେ ଗୋଟିଏ ସାପକୁ ନାକରେ ପୂରାଇ ପାଟି ଦେଇ ବାହାର କରୁଛନ୍ତି ।ଏହି ସମୟରେ ସାପ ନିଜ ଲାଞ୍ଜ ହଲାଉଥିବା ମଧ୍ୟ ଆପଣ ଦେଖିପାରିବେ। ତେବେ ଏହି ଭିଡିଓଟି କେଉଁଠୁ ଆସିଛି ସେ ସମ୍ପର୍କରେ ଜଣାପଡ଼ିନାହିଁ।

କିନ୍ତୁ ଏହି ଭିଡିଓ ଯେ କେହି ଦେଖିଲେ ଲୋମ ଟାଙ୍କୁରି ଉଠିବ। ବିଦ୍ୟୁତ ଭିଡିଓ ସେୟାର କରି ଲେଖିଛନ୍ତି, ‘ଆଇ ଲଭ୍‌ ମାଇ ଇଣ୍ଡିଆ।’ ସେପଟେ ସୋସିଆଲ ମିଡିଆରେ ଏହି ଭିଡିଓକୁ ଦେଖି ଅନେକ ଲୋକ ନାରାଜ ହେଉଥିବା ବେଳେ କିଛି ୟୁଜର୍ସ ଖୁବ ପସନ୍ଦ ମଧ୍ୟ କରୁଛନ୍ତି। କିଛି ଲୋକ ଏହାକୁ ‘ଜୀବମାନଙ୍କ ପ୍ରତି ଦୁର୍ବ୍ୟବହାର’ ବୋଲି ଲେଖୁଛନ୍ତି। ଅନ୍ୟ ଜଣେ ୟୁଜର ଲେଖିଛି, ସେ ଏମିତି କାହିଁକି କଲେ ।

   Related Posts