'କମାଣ୍ଡୋ' ଷ୍ଟାଇଲରେ ନନ୍ଦିତାଙ୍କୁ ପ୍ରପୋଜ କଲେ ବିଦ୍ୟୁତ୍ ଜାମ୍‌ୱାଲ୍ : ତାଜ୍‌ମହଲ ସାମ୍ନାରୁ ସେୟାର କଲେ ଫଟୋ..

Published By : Prameya-News7 Bureau | September 14, 2021 IST

ମୁମ୍ବାଇ ୧୪/୦୯ : କମାଣ୍ଡୋର ଫେମ୍ ଅଭିନେତା ବିଦ୍ୟୁତ୍‌ ଜାମୱାଲ୍‌ ଓ ଫ୍ୟାଶନ୍‌ ଡିଜାଇନ୍‌ର ନନ୍ଦିତା ମହତାନୀ ଦୁହେଁ ନିର୍ବନ୍ଧ କରିଛନ୍ତି । ଦୁହେଁ ନିର୍ବନ୍ଧ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଇଛନ୍ତି । ତେବେ ଯେତେବେଳେ ସେମାନଙ୍କର ଫଟୋ ସାମ୍ନାକୁ ଆସିଥିଲା। ସେହି ଫଟୋରେ ସେମାନେ ତାଜମହଲ ସାମ୍ନାରେ ପୋଜ୍ ଦେଇଥିବାର ନଜର ଆସିଥିଲେ । ଏହା ସହ ନନ୍ଦିତାଙ୍କ ରିଙ୍ଗ ସମସ୍ତଙ୍କ ଆଖିକୁ ଦୃଷ୍ଟି ଆକର୍ଷଣ କରିଥିଲା। ସେତେବେଳେ ଦୁହେଁ ଏ ବିଷୟରେ କିଛି କହି ନ ଥିଲେ। ହେଲେ ବର୍ତ୍ତମାନ ବିଦ୍ୟୁତ ନନ୍ଦିତାଙ୍କ ସହ ଫଟୋ ପୋଷ୍ଟ କରି ଅଫିସିଆଲ ଭାବେ ଘୋଷଣା କରିଛନ୍ତି। ଅଭିନେତା ବିଦ୍ୟୁତ ଜାମୱାଲ୍‌ଙ୍କ ଦୀର୍ଘଦିନର ଗାର୍ଲଫ୍ରେଣ୍ଡ୍‌ ନନ୍ଦିତା ମହତାନୀଙ୍କୁ ସହ ଖାସ୍‌ ଅନ୍ଦାଜରେ ନିର୍ବନ୍ଧ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି ବିଦ୍ୟୁତ। ଏହି ସମ୍ପର୍କକୁ ସବୁଦିନ ପାଇଁ ମନେ ରଖିବାକୁ ବିଦ୍ୟୁତ ନିଆରା ଢଙ୍ଗରେ ନିର୍ବନ୍ଧ କରିଛନ୍ତି।

ଆର୍ମି ପରିବାରରୁ ଆସିଥିବା ବିଦ୍ୟୁତ ଗାର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ କରିବା ପାଇଁ ଆଗ୍ରା ନିକଟସ୍ଥ ମିଲିଟାରୀ କ୍ୟାମ୍ପରେ ପହଞ୍ଚିଥିଲେ। ଉଭୟେ ରେପଲିଂ କରି କରି ୧୫୦ ମିଟର ଉଚ୍ଚ କାନ୍ଥରେ ଚଢ଼ିବା ବେଳେ ବିଦ୍ୟୁତ ନନ୍ଦିତାଙ୍କୁ ପ୍ରପୋଜ କରିଥିଲେ। ନନ୍ଦିତା କହିବା ପରେ ସେଠାରେ ହିଁ ବିଦ୍ୟୁତ ତାଙ୍କୁ ମୁଦି ପିନ୍ଧାଇ ଦେଇଥିଲେ। ରେପଲିଂ କରିବା ବେଳେ ନିର୍ବନ୍ଧ କରିବା ପରେ ଉଭୟେ ତାଜମହଲ ଯାଇଥିଲେ।

wp:html
/wp:html

ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରି ବିଦ୍ୟୁତ ନିର୍ବନ୍ଧ କରିଥିବା ନେଇ ସୂଚନା ଦେଇଛନ୍ତି। ସେପ୍ଟେମ୍ବରରେ ହିଁ ସେ ନିର୍ବନ୍ଧ କରିଥିବା କହିଛନ୍ତି। ଏହି ଫଟୋ ସେୟାର କରି ବିଦ୍ୟୁତ କ୍ୟାପସନ୍‌ରେ ଲେଖିଛନ୍ତି- ‘ଏହା କମାଣ୍ଡେଙ୍କ ଭଳି ଥିଲା ତ!’ କ୍ୟାପସନ୍‌ ସହ ସେ ଏକ ମୁଦି ଇମୋଜି ମଧ୍ୟ ସେୟାର କରିଛନ୍ତି। ନନ୍ଦିତା ମଧ୍ୟ ଏହି ଫଟୋ ସେୟାର କରି ଲେଖିଛନ୍ତି- ଅଧିକ ସମୟ ଏମିତି ଟାଙ୍ଗି ହୋଇ ରହିପାରିନଥାନ୍ତି। ସେଥିପାଇଁ ହଁ କହିଦେଲି।

wp:html
/wp:html

ସୂଚନାଯୋଗ୍ୟ ଯେ ନନ୍ଦିତା ହେଉଛନ୍ତି ଜଣେ ସେଲିବ୍ରିଟି ଫ୍ୟାଶନ ଡିଜାଇନର। ସେ କରିସ୍ମା କପୁରଙ୍କ ସ୍ୱାମୀ ସଞ୍ଜୟ କପୁରଙ୍କୁ ପ୍ରଥମେ ବିବାହ କରିଥିଲେ। କିନ୍ତୁ ଉଭୟଙ୍କର ସମ୍ପର୍କ ଅଧିକ ଦିନ ପର୍ଯ୍ୟନ୍ତ ତିଷ୍ଠି ପାରି ନଥିଲା ଏଥିପାଇଁ ଛାଡ଼ପତ୍ର ହୋଇଥିଲା। ଏହା ପରେ ନନ୍ଦିତାଙ୍କ ନାମ ରଣବୀର କପୁରଙ୍କ ସହ ମଧ୍ୟ ଜଡିତ ଥିଲା କିନ୍ତୁ ଡିଜାଇନର୍ ଏହି ରିପୋର୍ଟଗୁଡିକୁ ଖଣ୍ଡନ କରି କହିଥିଲେ ଯେ ସେମାନେ କେବଳ ପରିବାରର ବନ୍ଧୁ ଅଟନ୍ତି। ଏହା ବ୍ୟତୀତ ନନ୍ଦିତା ଏବଂ ଡିନୋ ମୋରେଙ୍କ ସହ ଡେଟିଂ ବିଷୟରେ ଖବର ଆସିଥିଲା, ହେଲେ ଉଭୟେ ଏ ବିଷୟରେ କିଛି କହି ନାହାଁନ୍ତି। ଏହା ବ୍ୟତୀତ ବିଦ୍ୟୁତ ଜାମୱାଲଙ୍କ ଆଗାମୀ ଫିଲ୍ମ ହେଉଛି 'ଖୁଦା ହାଫିଜ ୨'। ଫାରୁକ୍ କବୀରଙ୍କ ନିର୍ଦ୍ଦେଶିତ 'ଖୁଦା ହାଫିଜ୍' ଗତ ବର୍ଷ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା।

wp:gallery {"ids":[511089],"linkTo":"none"} /wp:gallery

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.