ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିଦ ବଟିକା ଖାଇ ଗୁରୁତର, କଟକ ବଡ ଡାକ୍ତରଖାନାରେ ଭର୍ତ୍ତି
16/12/2020 at 5:36 PM

ଭୁବନେଶ୍ଵର ୧୬।୧୨: ବହୁର୍ଚ୍ଚିତ ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀଙ୍କ ଆତ୍ମହତ୍ୟା ଉଦ୍ୟମ। ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ସୂଚନା ମିଳିଛି। ଏପରିକି ସେ ଫେସବୁକ୍ରେ ଲାଇଭ୍ କରି ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମାନସିକ ନିର୍ଯ୍ୟାତନା ଦିଆଯାଉଥିବା କାରଣ ଦର୍ଶାଇ ବିଦ୍ୟାଶ୍ରୀ ଆତ୍ମହତ୍ୟା କରୁଥିବା କହିଛନ୍ତି।
ଆଦିତ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କୁ ବାରମ୍ବାର ଦୋଷ ଦିଆଯାଉଥିବାରୁ ଏହି ପରି ଚରମ ପଦକ୍ଷେପ ନେଇଥିବା କହିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି। ଏସ୍ସିବିରେ ବିଦ୍ୟାଶ୍ରୀଙ୍କ ଚିକିତ୍ସା ଜାରି ରହିଛି। ସେ କଥାବାର୍ତ୍ତା କରି ପାରୁଥିବା ସୂଚନା ମିଳିଛି। ସେ ୩୦ଟି ନିଦ ବଟିକା ଖାଇଥିବା ଜଣା ପଡିଛି।
ସୂଚନାଯୋଗ୍ୟ ସମାଜସେବୀ ଆଦିତ୍ୟ ଦାସଙ୍କୁ ହତ୍ୟା କରାଯାଇଥିବା ନେଇ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରମାଣ ମିଳିନାହିଁ। ନଭେମ୍ବର ୧୧ରେ ହାଇକୋର୍ଟରେ ଏଭଳି ତଥ୍ୟ ରଖିଥିଲା ତଦନ୍ତକାରୀ ସଂସ୍ଥା କ୍ରାଇମବ୍ରାଞ୍ଚ। ହେଲେ କ୍ରାଇବ୍ରାଞ୍ଚର ଏଭଳି ରିପୋର୍ଟକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରତିପକ୍ଷ । ତଦନ୍ତର ପୂର୍ଣ୍ଣାଙ୍ଗ ରିପୋର୍ଟ ସେମାନଙ୍କୁ ପ୍ରଦାନ କରିବା ଲାଗି ପ୍ରତିପକ୍ଷ କୋର୍ଟଙ୍କୁ ଆବେଦନ କରିଛନ୍ତି । ଯାହାକୁ ଆଧାର କରି ଡିସେମ୍ବ ର୨୬ ତାରିଖ ସୁଦ୍ଧା ସତ୍ୟପାଠ ଜରିଆରେ ତଦନ୍ତର ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିବା ଲାଗି କ୍ରାଇବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି ।
ଗତ ୪ ତାରିଖରେ ଷ୍ଟାଟସ ରିପୋର୍ଟ ଦାଖଲ କରିବା ଲାଗି କ୍ରାଇମବ୍ରାଞ୍ଚକୁ ସାନି ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ। ତେବେ ତଦନ୍ତକାରୀ ଅଧିକାରୀ କରୋନାରେ ଆକ୍ରାନ୍ତ ହୋଇଥିବା କାରଣରୁ ଅପ ଟୁ ଡେଟ୍ ଷ୍ଟାଟସ୍ ରିପୋର୍ଟ ଆଜି ଦାଖଲ ହୋଇପାରିନାହିଁ ।
ସମାଜସେବୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଏବେ ବି ରହସ୍ୟାବୃତ୍ତ ହୋଇରହିଛି । ଘଟଣାର ୪ ମାସ ପରେ ବି ମୃତ୍ୟୁର ସଠିକ୍ କାରଣ ଜଣାପଡିନାହିଁ । ଯେତେବେଳେ କି ଘଟଣାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ସମ୍ଭାଳିଛି । ତେଣେ ଏହି ରହସ୍ୟଜନକ ଘଟଣାର ସିବିଆଇ ତଦନ୍ତ କରାଯାଉ ବୋଲି ଦାବି କରି ଆଦିତ୍ୟଙ୍କ ପରିବାର ଲୋକ ହାଇକୋର୍ଟରେ ମାମଲା ଦାଏର କରିଛନ୍ତି । ଆସନ୍ତା ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ ।