Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ମୁହଁ ଖୋଲିଲେ ବିଦ୍ୟାଭାରତୀଙ୍କ ସାଙ୍ଗ ଅକ୍ଷୟ : ‘ବନ୍ଧୁ ଭଳି ମିଶୁଥିଲୁ, ପାଠପଢା ସରିବା ପରେ ଆମ ଭିତରେ ନଥିଲା କୌଣସି ସମ୍ପର୍କ’

28/07/2021 at 11:59 AM

ନବରଙ୍ଗପୁର ୨୮।୭: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାର ରହସ୍ୟ ଏବେ ସୁଦ୍ଧା ଉନ୍ମୋଚିତ ହୋଇପାରିନଥିବା ବେଳେ ଦିନ ଯେତିକି ବିତୁଛି ଘଟଣାରେ ଦିନକୁ ଦିନ ନୂଆ ଚରିତ୍ର  ଯୋଡି ହେବା ସହ ବଦଳିଯାଉଛି ଘଟଣାର ରୂପ ରେଖ । ଏଭଳି ସ୍ଥଳେ ଗତ କିଛି ଦିନ ଧରି ଉଭୟ ସୌମ୍ୟ ଓ ବିଦ୍ୟାଭାରତୀଙ୍କ ଗୋଟିଏ ପରେ ଗୋଟିଏ ହାତ ଲେଖା ଚିଠି ଉଦ୍ଧାର ହୋଇ ଘଟଣାକୁ ଏକ ନୂଆ ଦିଗକୁ ନେଇଯାଉଛି । ମିଳିଥିବା ବିଦ୍ୟାଭାରତୀଙ୍କ ହାତଲେଖା ଚିଠିରେ ଅକ୍ଷୟ ନାମକ ଏକ ଅଜଣା ବ୍ୟକ୍ତିଙ୍କ ନାଁ ସାମ୍ନାକୁ ଆସିଥିଲା । ତେବେ କିଏ ସେହି ଅକ୍ଷୟ ଓ ବିଦ୍ୟାଭାରତୀଙ୍କ ସହ ତାଙ୍କର କି ସମ୍ପର୍କ ରହିଛି ତାକୁ ନେଇ ସମସ୍ତେ ଦ୍ଵନ୍ଦ୍ବ ଭିତରେ ଥିବାବେଳେ ପୋଲିସ ତନାଘନା ଜାରି ରଖିଛି ।

ଏଭଳି ସମୟରେ ନବରଙ୍ଗପୁରରୁ ବିଦ୍ୟାଭାରତୀଙ୍କ ଏଲଆଇ କଲେଜ ସାଙ୍ଗ ଅକ୍ଷୟ ସାମ୍ନାକୁ ଆସିଛନ୍ତି । ବଲାଙ୍ଗୀରରେ ବିଦ୍ୟାଭାରତୀଙ୍କ ସହିତ  ଏଲଆଇ ପାଠ ପଢୁଥିଲେ ଅକ୍ଷୟ । ଏହି ସମୟ ମଧ୍ୟରେ କେବଳ ଗୋଟିଏ ସାଙ୍ଗ ଭଳି ଉଭୟେ ମିଶିଥିଲେ । କଲେଜ ପାଠ ସରିବା ପରେ ସେମାନେ ଆଉ ପରସ୍ପର ସହିତ ଦେଖା ସାକ୍ଷାତ କରିନଥିବା କିମ୍ବା କୌଣସି ପ୍ରକାର ସମ୍ପର୍କରେ ନ ଥିବା ପ୍ରକାଶ କରିଛନ୍ତି ଅକ୍ଷୟ ।

ବିଦ୍ୟାଭାରତୀଙ୍କ ସ୍ବାମୀ ସୌମ୍ୟରଞ୍ଜନଙ୍କ ମୃତ୍ୟୁର ଖବର ସେ ଟେଲିଭିଜନ ମାଧ୍ୟମରେ ଜାଣିବାକୁ ପାଇଥିଲେ । ଯେଉଁ ଚିଠିରେ ଅକ୍ଷୟଙ୍କ ନା ଆସୁଛି ଯେହେତୁ ବିଦ୍ୟାଭାରତୀଙ୍କ ସହିତ କୌଣସି ସମ୍ପର୍କ ନ ଥିବାରୁ ସେ ସେହି ଅକ୍ଷୟ ହୋଇନଥିବା ପ୍ରକାଶ କରିଛନ୍ତି ।  କଲେଜର ଶେଷ ପରୀକ୍ଷା ସମୟରେ କରୋନା ପାଇଁ କଟକଣା ଜାରି ହୋଇଥିଲା ଏହି ସମୟରେ କଲେଜରେ ସମସ୍ତେ କାହା ସହିତ କୌଣସି ପ୍ରକାର ସମ୍ପର୍କରେ ନ ଥିବା ସହ ବିଦ୍ୟାଭାରତୀ ନିଜ ବିବାହ ହୋଇଥିବା ଖୁସିରେ ସେଦିନ ହଷ୍ଟେଲ ମେସରେ ଯେଉଁ ଖାଦ୍ୟ ଦିଆଯାଏ ସେଦିନର ମେସର ଖାଦ୍ୟର ଟଙ୍କା ଦେଇଥିଲେ । ହଷ୍ଟେଲ ମେସ ନିୟମ ଭଳି ସମସ୍ତେ ନିଜ ନିଜ ରୁମକୁ ନେଇ ସେହି ଖାଦ୍ୟ ସମସ୍ତେ ଖାଇଥିଲେ ବୋଲି ଅକ୍ଷୟ କହିଛନ୍ତି । କୋଭିଡ୍ କଟକଣା ହେତୁ କଲେଜରେ କୌଣସି ବ୍ୟାଚେଲର ପାର୍ଟି ହୋଇନଥିବା ପ୍ରକାଶ କରିଛନ୍ତି ଅକ୍ଷୟ । ଘଟଣା ବାବଦରେ ପୋଲିସ ଯାହାବି ତଦନ୍ତ କରିବ ତାହାକୁ ନେଇ ସେ ସହଯୋଗ କରିବେ ବୋଲି କହିଛନ୍ତି ।

   Related Posts