Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଣ୍ଡଳିରୁ ଭାସି ଯାଇଛି ହାତୀ, ଠାବ ହୋଇପାରିନି ଅବସ୍ଥିତି
  • ||
  • ଅରିନ୍ଦମ ଦାସଙ୍କୁ ଶ୍ରଦ୍ଧାଞ୍ଜଳି, ଗୁରୁତରଙ୍କ ଆସୁ ଆରୋଗ୍ୟ କାମନା କରି ଭଦ୍ରକ ଜିଲ୍ଲା ସାମ୍ବାଦିକଙ୍କ କ୍ୟାଣ୍ଡେଲ ଶୋଭାଯାତ୍ରା
  • ||
  • ଉଦଳା : ନିଜେ ବିଷ ପିଇ ଦୁଇ ଶିଶୁ କନ୍ୟାଙ୍କୁ ପିଆଇଦେଲା, ଚିକିତ୍ସାଧିନ ଅବସ୍ଥାରେ ଚାଲିଗଲା ମା’ର ଜୀବନ
  • ||
  • କଟକ : ମୁଣ୍ଡଳୀରେ ବୋଟ୍ ଦୁର୍ଘଟଣାରେ ସମ୍ବାଦଦାତା ଅରିନ୍ଦମ୍ ଦାସଙ୍କ ଅକାଳ ବିୟୋଗ, ଗଜ ଉଦ୍ଧାର ଖବର ଆଣିବାକୁ ଓଡ୍ରାଫ୍ ଟିମ୍ ସହ ଯାଇଥିଲେ
  • ||
  • କଟକ : ମୁଣ୍ଡଳୀ ବ୍ୟାରେଜରେ ଫସିଥିବା ହାତୀକୁ ଉଦ୍ଧାର ବେଳେ ଓଲଟିଲା ଓଡ୍ରାଫ୍ ବୋଟ୍
  • ||
  • ଭୁବନେଶ୍ବର କୋର୍ଟ ପରିସର ୩ଦିନ ସିଲ୍, ଜୁଡିସିଆଲ୍ କର୍ମଚାରୀ ଓ ଆଇନଜୀବୀ କରୋନା ପଜିଟିଭ୍ ପରେ ପଦକ୍ଷେପ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୩୯ କୋଭିଡ୍ ପଜିଟିଭ୍
  • ||
  • ବିଜେପି ନେତା ଫଡନାଭୀସଙ୍କ ଶରଣରେ କଂଗ୍ରେସ ନେତା, କହିଲେ- ‘ଆମ ପ୍ରାର୍ଥୀଙ୍କୁ ଜିତିବାରେ ସାହାଯ୍ୟ କର’
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||

ବିଦ୍ୟାଭାରତୀଙ୍କୁ ଚାରି ଘଣ୍ଟା ଜେରା କଲା ପୋଲିସ, ମିଳିଲା କି କିଛି ସୁରାଗ ? ମୁହଁ ଖୋଲିଲେନି ତଦନ୍ତ ଅଧିକାରୀ

3/08/2021 at 7:07 PM

ଭୁବନେଶ୍ଵର ୦୩।୦୮: ଦ୍ଵିତୀୟ ଥର ପାଇଁ ଜେରାର ସମ୍ମୁଖୀନ ହେଲେ ବିଦ୍ୟାଭାରତୀ ପଣ୍ଡା । ପାରଳାଖେମୁଣ୍ଡି ପୋଲିସ ବିଦ୍ୟାଭାରତୀଙ୍କ ଉଦଳା ସ୍ଥିତ ଘରେ ପହଞ୍ଚି ବିଦ୍ୟାଭାରତୀଙ୍କୁ ସାଢେ ୪ ଘଣ୍ଟା ଧରି ପଚରା ଉଚରା କରିଥିଲା । ଏପରିକି ବିଦ୍ୟାଭାରତୀଙ୍କ ବାପା ମାଙ୍କୁ ମଧ୍ୟ ଅନେକ ପ୍ରଶ୍ନ କରିଥିଲା ପାରଳାଖେମୁଣ୍ଡି ପୋଲିସ । ତେବେ ପୋଲିସ ତଦନ୍ତ ସଂପର୍କରେ ବିଦ୍ୟାଭାରତୀ କିମ୍ବା ତାଙ୍କ ପରିବାର ଲୋକେ କେହି କିଛି ମୁହଁ ଖୋଲି ନାହାନ୍ତି ।

୧୩ ଦିନ ପରେ ପୁଣି ବିଦ୍ୟାଭାରତୀଙ୍କ ଘରେ ପହଞ୍ଚିଲା ପାରଳାଖେମୁଣ୍ଡି ପୋଲିସ । ପୂର୍ବରୁ ଜୁଲାଇ ୧୯ରେ ୩ ଘଣ୍ଟା, ୨୦ ତାରିଖରେ ୪ ଘଣ୍ଟା ଧରି ଜେରାର ସମ୍ମୁଖୀନ ହୋଇଥିବା ବିଦ୍ୟାଭାରତୀ ଆଜି ସାଢେ ୪ ଘଣ୍ଟା ଧରି ଜେରାର ସମ୍ମୁଖୀନ ହୋଇଥିଲେ ।  ବିଦ୍ୟା ଭାରତୀଙ୍କୁ ଗୁଡେଇ ତୁଡେଇ ଅନେକ ପ୍ରଶ୍ନ କରିଥିଲା ପୋଲିସ।  ସମୟ ସକାଳ ସାଢେ ୧୦ ଟାରେ ସହକାରୀ ବନ ସଂରକ୍ଷକ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରେ ପତ୍ନୀ ବିଦ୍ୟାଭାରତୀ ପଣ୍ଡାଙ୍କ ମୟୂରଭଞ୍ଜ କପ୍ତିପଦା ଗୌଡ ଗାଁ  ଘରେ ପହଞ୍ଚିଥିଲା ପାରଳାଖେମୁଣ୍ଡି ପୋଲିସ୍ର ୪ ଜଣିଆ ଟିମ୍ ।

ତଦନ୍ତ ଅଧିକାରୀ ବିବେକାନନ୍ଦ ସ୍ଵାଇଁଙ୍କ ନେତୃତ୍ଵରେ ଏହି ଟିମ୍‌ ବିଦ୍ୟାଭାରତୀଙ୍କୁ ଘନ ଘନ ଜେରା କରିଥିଲା । ପଚାରିଥିଲା ପ୍ରଶ୍ନ ଉପରେ ପ୍ରଶ୍ନ । ଘଟଣାଦିନ ସରକାରୀ ବାସଭବନରେ କେମିତି ପୋଡିହେଲେ ସୌମ୍ୟରଞ୍ଜନ ?  ସୌମ୍ୟ ଏତେ ମାତ୍ରାରେ ପୋଡିଯିବା ସଂପର୍କରେ ସେ କିପରି ଜାଣିପାରିଲେ ନାହିଁ ? ସେ ଦିନ ପତି ପତ୍ନୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା କି ନା ?  ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କେମିତି ଥିଲା ସଂପର୍କ ?  ଯଦି ସଂପର୍କ ଭନ ନଥିଲା ଉଭୟଙ୍କ ତିକ୍ତତା ସଂପର୍କରେ ପରିବାର ଲୋକେ ଜାଣିଥିଲେ କି ?  ଯଦି ଜାଣିଥିଲେ, ତିକ୍ତତା ସମାଧାନ ପାଇଁ ଚେଷ୍ଟା କରିଥିଲେ କି ଉଭୟ ପରିବାର ଲୋକ ?  ବିଦ୍ୟାଭାରତୀଙ୍କ ମୋବାଇଲ୍‌ରୁ ମିଳିଥିବା ୨ ଯୁବକଙ୍କ ଫଟୋ କାହାର ? ସେମାନଙ୍କ ସହ ବିଦ୍ୟାଭାରତୀଙ୍କ ସଂପର୍କ କଣ ?  ଏପରିକି ଅକ୍ଷୟ ଓ ଜ୍ୟୋତିଙ୍କ ସଂପର୍କରେ ବି ପ୍ରଶ୍ନ ପଚାରିଥିଲା ପୋଲିସ । ଏଥିସହ କଲେଜ ସମୟର ପାଠ ପଢା ଓ ସାଙ୍ଗସାଥୀଙ୍କ ସଂପର୍କରେ ଏମିତି ପାଖାପାଖି ସାଢେ ୪ ଘଣ୍ଟା ଧରି ନାନା ପ୍ରଶ୍ନ ପଚାରିଥିଲେ ତଦନ୍ତକାରୀ ଟିମ୍  ।

ବିଦ୍ୟାଭାରତୀଙ୍କୁ ପଚରା ଉଚରା ବେଳେ ତାଙ୍କ ସହ ଥିଲେ ତାଙ୍କ ବାପା ମା । ବିଦ୍ୟାଙ୍କୁ ପଚରା ଉଚରା ପରେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ପଚରାଉଚରା କରିଥିଲେ ତଦନ୍ତକାରୀ ଟିମ୍ ।  ଜେରା ନେଇ ବିଦ୍ୟାଭାରତୀ କିମ୍ବା ତାଙ୍କ ପରିବାର ଲୋକେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି। ତେବେ ଆଗକୁ ବିଦ୍ୟାଭାରତୀଙ୍କୁ ଆଉ ଜେରା ହେବ ନା ନାହିଁ ତାହା ପୋଲିସ ସ୍ପଷ୍ଟ କରିନାହିଁ । ଫ୍ରି ଆଣ୍ଡ ଫେୟାର ଭାବେ ତଦନ୍ତ କରାଯାଉଛି ବୋଲି ତଦନ୍ତ ଅଧିକାରୀ କହିଛନ୍ତି।

ବିଦ୍ୟାଭାରତୀଙ୍କ ନିକଟରୁ ମିଳିଥିବା ତଥ୍ୟ ସମେତ ଅନେକ ଗୁଡିଏ ଦସ୍ତାବିଜକୁ ଧରି ପୋଲିସ ଆଜି ତଦନ୍ତ କରିଥିଲା । ଘଟଣାକୁ ୨୩ ଦିନ ବିତି ଯାଇଥିଲେ ମଧ୍ୟ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଏବେବି ରହସ୍ୟ ଘେରରେ ରହିଛି । ତେବେ ପୂର୍ବ ଜେରାରୁ ବିଶେଷ କିଛି ସୁରାଗ ପାଇ ପାରିନଥିବା ପୋଲିସ ଆଜି ଜେରାରୁ ଅନେକ କିଛି ତଥ୍ୟ ପାଇଥିବ ବୋଲି ଆଶା କରାଯାଉଛି ।

   Related Posts