'ଶକୁନ୍ତଲା ଦେବୀ' ପରେ ଏବେ 'ବାଘୁଣୀ' ଆଧାରିତ ଫିଲ୍ମରେ ଅଭିନୟ କରିବେ ବିଦ୍ୟା ବାଲନ୍

Published By : Prameya-News7 Bureau | January 16, 2020 IST

ମୁମ୍ବାଇ୧୬|୧: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ନିଜ ଦମଦାର ଅଭିନୟ ପାଇଁ ଗ୍ଲାମର ଦୁନିଆରେ ବେଶ ଚର୍ଚ୍ଚାରେ ରୁହନ୍ତି। ଆଜିକାଲି ସେ ରନିଜ କ୍ୟାରିଅରର ଟପ୍‌ରେ ଅଛନ୍ତି। ତାଙ୍କର ଆଗାମୀ ଫିଲ୍ମ ପାଇଁ ବିଦ୍ୟା ବ୍ୟସ୍ତ ରହୁଥିବା କଥା ଜଣାପଡିଛି। ଏହା ପୂର୍ବରୁ ଶେଷ ଥର ବିଦ୍ୟା ଅଭିନୀତ ମିଶନ ମଙ୍ଗଲ ଫିଲ୍ମ ସଫଳ ହୋଇଥିଲା । ଏହି ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିଥିଲା।

{"id":212058,"sizeSlug":"large"}
wp:heading {"level":5}
 ଏବେ ସେ ଅଧିକାଂଶ ନାରୀ କୈନ୍ଦ୍ରିକ ଫିଲ୍ମ କରୁଛନ୍ତି। ଏବେ ବିଦ୍ୟା ଫିଲ୍ମ 'ଶକୁନ୍ତଳା ଦେବୀ' ପାଇଁ ବ୍ୟସ୍ତ ଅଛନ୍ତି।  ୨୦୨୦ ମସିହାରେ ଏହି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି ।ଏହା ସହ ତାଙ୍କୁ ଆଉ ଏକ ଫିଲ୍ମ ଅଫର କରାଯାଇଛି। ବିଦ୍ୟା ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମରେ ଅଭିନୟ କରିବେ। ଏହି ଫିଲ୍ମ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଛି।  ରିପୋର୍ଟ ଅନୁସାରେ ବାଘୁଣୀ ଅବ୍‌ନୀର ହତ୍ୟା ଉପରେ ଆଧାରିତ ଫିଲ୍ମରେ ବିଦ୍ୟାଙ୍କୁ ଦେଖିବାକୁ ମିଳିବ ।
/wp:heading {"id":212059,"sizeSlug":"large"}
wp:heading {"level":5}
ଗତ ବର୍ଷ ମହାରାଷ୍ଟ୍ରର ଏହି ଘଟଣା ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ମହାରାଷ୍ଟ୍ରର ପାଣ୍ଢରକାଓଡ଼ା ଅଞ୍ଚଳରେ ବାଘୁଣୀ ଅବ୍‌ନୀ ୧୩ ଜଣଙ୍କୁ ଶିକାର କରିଥିଲା। ସ୍ଥାନୀୟ ଅଞ୍ଚଳର ଲୋକେ ଖୁବ ଡରିଯାଇଥିଲେ। ଅବ୍‌ନୀକୁ ନେଇ ଲୋକଙ୍କ ମଧ୍ୟରେ ଭୟ ବଢିଥିବାରୁ ତାକୁ ହତ୍ୟା କରାଯାଇଥିଲା।
/wp:heading {"id":212060,"sizeSlug":"large"}
wp:heading {"level":5}
ତେବେ ଏହି ମୁଖ୍ୟ ପ୍ରସଙ୍ଗ ନେଇ ଏବେ ଏକ ଫିଲ୍ମ ତିଆରି କରାଯିବାର ନିଷ୍ପତ୍ତି ନିଆଯାଇଛି।
ଏହି ଘଟଣା ଉପରେ ଆଧାରିତ ଫିଲ୍ମରେ ବିଦ୍ୟା ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମରେ ସେ ଜଣେ ଫରେଷ୍ଟ ଅଫିସରର ଚରିତ୍ରରେ ନଜର ଆସିବେ। ଏହି ଭୂମିକା ପାଇଁ ବିଦ୍ୟା ଫିଟ୍‌ ବୋଲି କୁହାଯାଉଛି।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.