Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପି ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା : ଇସ୍ତଫା ଦେଲେ ଆରପିଏନ୍ ସିଂହ, ବିଜେପିରେ ହେବେ ସାମିଲ୍
  • ||
  • ଫୁଟବଲ ମ୍ୟାଚ୍ ଦେଖିବା ପାଇଁ ଦଳାଚକଟା : ୬ ମୃତ, ୫୦ରୁ ଅଧିକ ଗୁରୁତର
  • ||
  • ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଆଗଲପୁର ବ୍ଲକ୍ ସେକ୍ସନ୍ ଅଫିସର୍, ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ନିର୍ବାଚନ ପ୍ରଚାର ବେଳେ ଉତ୍ତେଜନା : କୋଭିଡ୍ କଟକଣା ଭାଙ୍ଗି କରୁଥିଲେ ସଭା, ୨ ଗୋଷ୍ଠୀ ମୁହାଁମୁହିଁ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୩୨କୁ ବୃଦ୍ଧି
  • ||
  • ରାଜ୍ୟରେ ଖସିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୮୯୧ କୋଭିଡ୍ ପଜିଟିଭ୍, ୧୨୧୭୮୪୨ରେ ପହଞ୍ଚିଲା ସଂଖ୍ୟା
  • ||
  • ମଙ୍ଗଳବାରଠୁ ଓଡିଶା ଓପନ୍ ବ୍ୟାଡମିଣ୍ଟନ୍, ଭାଗନେବେ ୧୭ ଦେଶର ୩୫୦ ପ୍ରତିଯୋଗୀ
  • ||
  • ସମାଧାନ ପାଇଁ ଯାଇଥିଲେ ମହିଳା ଏସଆଇ, ୨ ଘଣ୍ଟା ଅଟକ ରଖିଲେ ଗ୍ରାମବାସୀ
  • ||
  • ଇନ୍ଦୋରରେ ଓମିକ୍ରନ୍ ଭାରିଆଣ୍ଟର ନୂଆ ଷ୍ଟ୍ରେନ୍, ୬ ଶିଶୁଙ୍କ ସମେତ ୧୨ ରୋଗୀ ସଂକ୍ରମିତ
  • ||
  • କରଞ୍ଜିଆ ରେଞ୍ଜରେ ଗୋଠଛଡା ଦନ୍ତା ଆତଙ୍କ : ଭାଙ୍ଗିଲା ଘର, ନଷ୍ଟ କଲା ଫସଲ
  • ||

ଫିଲ୍ମ ‘ଦ ଡାର୍ଟି ପିକ୍‌ଚର୍’ ଅଫର ମିଳିବା ପରେ ଡରି ଯାଇଥିଲେ ବିଦ୍ୟା ବାଲାନ୍ , କହିଥିଲେ- ଏହା ମୋ ପାଇଁ ସବୁଠୁ କଷ୍ଟକର ଥିଲା

4/12/2021 at 9:10 AM

ନୂଆଦିଲ୍ଲୀ ୦୪।୧୨ : ବଲିଉଡର ଜଣେ ଦକ୍ଷ କଳାକାର ଭାବେ ପରିଚିତ ବିଦ୍ୟା ବାଲାନ। ୧୦ ବର୍ଷ ପୂର୍ବେ ପରଦାରେ ବିଦ୍ୟା ଯେତିକି ବୋଲ୍ଡନେସ୍ ଦେଖେଇ ଥିଲେ ତାହାକୁ ନେଇ ସିନେ ନିର୍ମାତାଙ୍କ ଭାବନା ବଦଳିଯାଇଥିଲା। ସାଉଥ୍‌ର ଲୋକପ୍ରିୟ ଅଭିନେତ୍ରୀ ସିଲ୍କ ସ୍ମିତାଙ୍କ ବାୟୋପିକ୍ ଉପରେ ଆଧାରିତ ଏହି ଫିଲ୍ମ । ଫିଲ୍ମର ବୋଲ୍ଡ ସିନ୍‌ କାରଣରୁ ଫିଲ୍ମକୁ କୁୱେତ୍‌ରେ ନିଷିଦ୍ଧ କରାଯାଇଥିଲା। ବିଦ୍ୟା ବାଲାନ, ନାସିରୁଦ୍ଦିନ ଶାହ ଓ ଇମରାନ ହାଶ୍ମୀ ଅଭିନୀତ ଫିଲ୍ମ ହେଉଛି ‘ଦ ଡାର୍ଟି ପିକ୍‌ଚର୍’ । ୨୦୧୧ ଡିସେମ୍ବର ୨ରେ ଏହି ଫିଲ୍ମ ପରଦା ଉପରକୁ ଆସିଥିଲା । ଯାହା ଦର୍ଶକଙ୍କ ହୋସ୍ ଉଡେଇ ଦେଇଥିଲା। ବାଲାଜୀ ମୋସନ୍ ପିକ୍ଚର୍ସ ଦ୍ୱାରା ପ୍ରସ୍ତୁତ ଏହି ଫିଲ୍ମରେ ତୁଷାର କପୁର, ଅଞ୍ଜୁ ମହେନ୍ଦରଙ୍କ ମଧ୍ୟରେ ଅଭିନୟ କରିଥିଲେ।

ଫିଲ୍ମ ‘ଦ ଡାର୍ଟି ପିକ୍‌ଚର୍’ରେ ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରିର ପରଦା ପଛର କାହାଣୀ ଦେଖାଇବାକୁ ଚେଷ୍ଟା କରାଯାଇଥିଲା। ଏହି ଫିଲ୍ମରେ ବିଦ୍ୟା ବାଲାନ୍ ସିଲ୍କ ସ୍ମିତାଙ୍କ ଭୂମିକାରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ବିଦ୍ୟାଙ୍କ ବଳିଷ୍ଠ ଅଭିନୟକୁ ଖୁବ୍ ପ୍ରଶଂସା କରାଯାଇଥିଲା। କିନ୍ତୁ ଏହି ଫିଲ୍ମ କରିବା ତାଙ୍କ ପାଇଁ ସହଜ ନ ଥିଲା। ଏହାକୁ ନେଇ ବିଦ୍ୟା ତାଙ୍କର ଏକ ସାକ୍ଷାତକାରରେ କହିଥିଲେ ଯେ ଏହି ଫିଲ୍ମରେ ଏହି ଅଭିନୟ କରିବା ତାଙ୍କ ପାଇଁ ବହୁତ କଷ୍ଟ ଓ ଚାଲେଞ୍ଜିଙ୍ଗ ଥିଲା । କାରଣ ସିଲ୍କ ହିଁ ସେମିତି ଜଣେ ଅଭିନେତ୍ରୀ ଥିଲେ। ସେ ଜଣେ ଅଭିନେତ୍ରୀ ଭାବରେ କହିଥିଲେ କି ସିଲ୍କ ଏବଂ ମୋ ମଧ୍ୟରେ ବହୁତ ପାର୍ଥକ୍ୟ ଥିଲା। ଏଥିପାଇଁ ମୁଁ ଡରିଯାଇଥିଲି। ମୁଁ ନିଜକୁ କହିଥିଲି ଯେ ଯଦି ଏହି ଭୂମିକାକୁ ଖୁଲମଖୁଲା ଭାବେ ନ କରି ପାରୁଛି ତେବେ ତାହା ନ କରିବା ଭଲ। ଏହି ଫିଲ୍ମକୁ ହଁ କହିବା ପାଇଁ ବିଦ୍ୟା ପ୍ରାୟ ଏକ ମାସ ସମୟ ନେଇଯାଇଥିଲେ। ସେ ତାଙ୍କ ପିତାମାତାଙ୍କଠାରୁ ମଧ୍ୟ ପରାମର୍ଶ ନେଇଥିଲେ। ସେମାନଙ୍କର ଗ୍ରୀନ୍‌ ସିଗନାଲ ପାଇବା ପରେ ହିଁ ସେ ଏହି ଫିଲ୍ମ କରିଥିଲେ। ଯେତେବେଳେ ଫିଲ୍ମ ରିଲିଜ୍ ହେଲା, ବିଦ୍ୟା ନିଜର ବୋଲ୍ଡନେସ ଓ ଦମଦାର ସଂଳାପ ଥିଲା ଯାହା ଦର୍ଶକଙ୍କ ହୃଦୟଙ୍କୁ ଛୁଇଁ ଯାଇଥିଲା । ଏହା ହେଉଛି “ଫିଲ୍ମ କେବଳ୍ ତିନୋଟି ଜିନିଷକୁ ନେଇ ଚାଲେ, ତାହା ହେଉଛି ଏଣ୍ଟର୍‌ଟେନ୍‌ମେଣ୍ଟ୍, ଏଣ୍ଟର୍‌ଟେନ୍‌ମେଣ୍ଟ୍, ଏଣ୍ଟର୍‌ଟେନ୍‌ମେଣ୍ଟ୍। ଆଉ ମୁଁ ହେଉଛି ଗୋଟିଏ ଏଣ୍ଟର୍‌ଟେନ୍‌ମେଣ୍ଟ୍। ଏହା ବ୍ୟତୀତ ବିଦ୍ୟା ଯେଉଁ ଯାଦୁ ଦେଖେଇଲେ ତାହାକୁ ଦର୍ଶକେ ୧୦ ବର୍ଷ ପରେ ମଧ୍ୟ ଭୁଲି ପାରି ନାହାନ୍ତି। ଫିଲ୍ମକୁ ୧୦ ବର୍ଷ ପୂରିଥିବା ବେଳେ ବିଦ୍ୟା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଫିଲ୍ମର ଭିଡିଓ ସେୟାର କରିଛନ୍ତି।

ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ୱାସ କରାଯାଏ, ତେବେ ମିଲନ୍ ଲୁଥରିଆ ବିଦ୍ୟାଙ୍କ ପୂର୍ବରୁ କଙ୍ଗନା ରାଣାୱତଙ୍କୁ ଏହି ଅଫର୍ ଦେଇଥିଲେ। କିନ୍ତୁ ଫିଲ୍ମର କାହାଣୀ ଶୁଣିବା ପରେ କଙ୍ଗନା ସିଧା ମନା କରିଦେଇଥିଲେ। ଏକ ସାକ୍ଷାତକାରରେ, ଯେତେବେଳେ କଙ୍ଗନାଙ୍କୁ ପଚରାଯାଇଥିଲା ଯେ ସେ ଏହି ଚଳଚ୍ଚିତ୍ର ନ କରିଥିବାରୁ ଦୁଃଖିତ କି? କଙ୍ଗନା କହିଥିଲେ, “ପ୍ରକୃତରେ ନା, ମତେ ଲାଗୁଛି ଯେ ମୁଁ ଏହି ଫିଲ୍ମକୁ ବିଦ୍ୟା ବାଲାନଙ୍କ ଅପେକ୍ଷା ଭଲ କରିପାରି ନ ଥାନ୍ତି।

   Related Posts