କୋଟି କୋଟି ଟଙ୍କାର ମାଲିକ ହେଉଛନ୍ତି ବିଦ୍ୟା ବାଲଙ୍କ ସ୍ବାମୀ, ଜାଣନ୍ତୁ ଇଣ୍ଟର୍ଣ୍ଣରୁ ସିଇଓ ହେବାର କାହାଣୀ
2/08/2019 at 4:49 PM

ମୁମ୍ବାଇ୨|୮: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନଙ୍କ ସ୍ବାମୀ ସିଦ୍ଧାର୍ଥ ରଏ କପୁରଙ୍କର ଆଜି ଜନ୍ମଦିନ। ୧୯୭୪ ମସିହା ଅଗଷ୍ଟ ମାସ ୨ ତାରିଖ ମୁମ୍ବାଇରେ ସିଦ୍ଧାର୍ଥଙ୍କର ଜନ୍ମ ହୋଇଥିଲା। ଅଧିକାଂଶ ତାଙ୍କୁ ବିଦ୍ୟାଙ୍କ ସ୍ବାମୀ ଭାବେ ଚିହ୍ନିଛନ୍ତି । ହେଲେ ସେ ଜଣେ ସଫଳ ଫିଲ୍ମ ପ୍ରଯୋଜକ ଏକଥା ବହୁକ କମ ଲୋକ ଜାଣିଥିବେ। ସିଦ୍ଧାର୍ଥ ମଧ୍ୟ ଫିଲ୍ମ ଏଣ୍ଡ ଟେଲିଭିଜନ ପ୍ରଡ୍ୟୁସର ଗିଲ୍ଡ ଅଫ ଇଂଡିୟାର ପ୍ରେସିଡେଣ୍ଟ ଅଛନ୍ତି।

ୟୁଟିଭିରେ ଇଣ୍ଟର୍ଣ୍ଣ ଭାବେ କାମ କରି ସିଦ୍ଧାର୍ଥ ନିଜ କ୍ୟାରିଅର ଆରମ୍ଭ କରିଥିଲେ। ଏବେ ସେ ଜଣେ ମ୍ୟାନେଜିଂ ଡାଇରେକ୍ଟର ଅଛନ୍ତି। ସିଦ୍ଧାର୍ଥ ଏବେ ୪୭୬ ମିଲିୟନ ଡଲାରର ମାଲିକ। ୧୯୯୪ ମସିହାରେ ସିଦ୍ଧାର୍ଥ ରଏ କପୁର ପ୍ରଥମେ ୟୁଟିଭିରେ ଚାକିରି କରିଥିଲେ। ସେତେବେଳେ ଏହି କମ୍ପାନୀ ରୋନୀ ସ୍ରୁବାଲା ଚଲାଉଥିଲେ। ସେଠାରେ ଇଣ୍ଟର୍ଣ୍ଣ ଭାବେ ସେ ଯୋଗ ଦେଇଥିଲେ। ପ୍ରତି ମାସ ତାଙ୍କୁ ସେଠାରେ ୨୦୦୦ଟଙ୍କା ମିଳୁଥିଲା। ତାପରେ ସେ ଏମ୍ବିଏ କରିଥିଲେ।

ଏମ୍ବିଏ କରିବା ପରେ ସିଦ୍ଧାର୍ଥ ପ୍ରୋକ୍ଟର ଏଣ୍ଡ ଗେମ୍ବଲ ପ୍ରାୟୋଜିତ ଷ୍ଟାର ଟିଭିରେ କାମ କରିଲେ। ଷ୍ଟାର ଟିଭିର ହଙ୍ଗକଙ୍ଗ ବ୍ରାଞ୍ଚରେ ସେ କାମ କରୁଥିଲେ। ସେଠାରେ ସେ ପ୍ରେସିଡେଣ୍ଟ ପାହ୍ୟାକୁ ୟିବା ସହ ଜଣେ ସଫଳ ମଣିଷ ହୋଇଥିଲେ। ରୋନୀ ସ୍ରୁବାଲା ପୁଣିଥରେ ସିଦ୍ଧାର୍ଥଙ୍କୁ ୟୁଟିଭିରେ ଯୋଗ ଦେବା ପାଇଁ କହିଥିଲେ। ସିଦ୍ଧାର୍ଥ ଆସିବା ପରେ ରଂଗ ଦେ ବସନ୍ତି ଓ ଖୋସଲା କା ଘୋସଲା ଫିଲ୍ମର ମାର୍କେଟିଂରେ କାମ କରିଥିଲେ।

ହଙ୍ଗାମା ଟିଭିର ସଫଳତାରେ ମଧ୍ୟ ସିଦ୍ଧାର୍ଥଙ୍କ ଯୋଗଦାନ ଅଛି। ଏହା ଦ୍ବାରା ସେ ଡିସ୍ନୀ ଚ୍ୟାନଲକୁ କଡା ଟକ୍କର ଦେଇଥିଲେ। ୨୦୦୮ ମସିହାରେ ସେ କମ୍ପାନୀର ସିଇଓ ହୋଇଥିଲେ। ତାଙ୍କ କଠିନ ପରିଶ୍ରମ ଦ୍ବାରା ଆଜି ୟୁଟିଭି ମୋସନ ପିକଚର୍ସକୁ ଯେଉଁ ଫାଇଦା ହୋଇଛି ତାହା କୌଣସି ଚମତ୍କାରଠୁ କମ ନୁହେଁ।

ଯୋଧା ଅକବର, ଏ ୱେଡ୍ନେସଡେ, ପିପଲି ଲାଇଭ୍, ରାଜନୀତି, ନୋ ୱାନ କିଲ୍ଡ ଜେସିକା, ପାନ ସିଂ ତୋମାର ଭଳି ଫିଲ୍ମକୁ ୟୁଟିଭିର ନାଁ ମିଳିଥିଲା। ୱାଲ୍ଟ ଡିସ୍ନୀ ୟୁଟିଭିକୁ କିଣିବା ପରେ ସିଦ୍ଧାର୍ଥ ଏହି କମ୍ପାନୀର ମ୍ୟାନେଜିଂ ଡାଇରେକ୍ଟର ହୋଇଥିଲେ। ଡିସ୍ନୀ ୟୁଟିଭି ପ୍ରଡକ୍ସନର ପ୍ରଥମ ଫିଲ୍ମ ବର୍ଫି ଥିଲା। ଏହା ପରେ ଏବିସିଡି, କାଏ ପୋ ଛେ, ଚେନ୍ନାଇ ଏକ୍ସପ୍ରେସ୍, ହୈଦର ଭଳି ଫିଲ୍ମ ନିର୍ମାଣ କରିଥିଲା ଏହି କମ୍ପାନୀ।

ବ୍ୟକ୍ତିଗତ ଜୀବନରେ ସିଦ୍ଧାର୍ଥଙ୍କର ଦୁଇ ଥର ବିବାହ ବିଚ୍ଛେଦ ହୋଇସାରିଛି। ଅଭିନେତ୍ରୀ ବିଦ୍ୟା ବାଲନଙ୍କୁ ସେ ତୃତୀୟ ଥର ପାଇଁ ବିବାହ କରିଛନ୍ତି। ୨୦୧୨ ମସିହା ଡିସେମ୍ବର ମାସ ୧୪ ତାରିଖରେ ଉଭୟ ବିବାହ କରିଥିଲେ। ପୂର୍ବତନ ମିସ୍ ଇଂଡିୟା ସଲୋମ ରଏ କପୁରଙ୍କ ପୁଅ ହେଉଛନ୍ତି ସିଦ୍ଧାର୍ଥ। ସିଦ୍ଧାର୍ଥଙ୍କ ବାପା ପଂଜାବର ବାସିନ୍ଦା। ସିଦ୍ଧାର୍ଥଙ୍କ ୨ ଭାଇ କୁନାଲ ରଏ କପୁର ଓ ଆଦିତ୍ୟ ରଏ କପୁର ମଧ୍ୟ ଫିଲ୍ମ ଇଣ୍ଡଷ୍ଟ୍ରି ସହ ଜଡିତ।