ଟ୍ରାନ୍ସପରେଣ୍ଟ ଶାଢୀରେ ବିଦ୍ୟା ବାଲନଙ୍କ ଏମିତି ରୂପ ଦେଖି ଚାହିଁରହିଲେ ଲୋକେ

Published By : Prameya-News7 Bureau | July 29, 2019 IST

ମୁମ୍ବାଇ୨୯|୭: ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ ବିଦ୍ୟା ବାଲନ ଶୁବ ଶୀଘ୍ର ଫିଲ୍ମ ମିଶନ ମଙ୍ଗଲରେ ନଜର ଆସିବେ। ଏହି ଫିଲ୍ମରେ ବିଦ୍ୟାଙ୍କ ସହ ବଲିଉଡର ଖିଲାଡି ଅଭିନେତା ଅକ୍ଷୟ କୁମାର, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସମେତ ଅନେକ କଳାକାର ନଜର ଆସିବେ। ମିଶନ ମଙ୍ଗଲ ଆଗାମୀ ଅଗଷ୍ଟ ମାସ ୧୫ ତାରିଖରେ ରିଲିଜ ହେବ। ଆରମ୍ଭରୁ ବିଦ୍ୟା ବାଲନ ଜଣେ ପ୍ଲସ୍‌ ସାଇଜ୍‌ ଅଭିନେତ୍ରୀ ଭାବେ ପରିଚିତ କିନ୍ତୁ ନିଜ ବୋଲ୍ଡନେସ୍‌ ପାଇଁ ସେ ବେଶ ଚର୍ଚ୍ଚାରେ ରୁହନ୍ତି। ଏହା ସହ ଲୋକେ ତାଙ୍କ ଆକର୍ଷଣୀୟ ଫିଗରକୁ ବହୁତ ପସନ୍ଦ କରନ୍ତି।

{"id":138664}

୨୦୧୬ ମସିହାରେ ଯେତେବେଳେ ବିଦ୍ୟା ବାଲନଙ୍କ ଫିଲ୍ମ “କାହାନି ୨” ରିଲିଜ ହେବାକୁ ଯାଉଥିଲା ସେତେବେଳେ ତାଙ୍କର କିଛି ଫଟୋ ଭାଇରାଲ ହୋଇଥିଲା। ସେ ଟ୍ରାନ୍‌ସପରେଣ୍ଟ ଡ୍ରେସ ପିନ୍ଧି ଲୋକଙ୍କ ଗହଣରେ ଆସିଥିବା ବେଳେ ତାଙ୍କୁଠୁ କାହାରି ନଜର ହଟୁନଥିଲା। ଏହା ବ୍ୟତୀତ ବିଦ୍ୟାଙ୍କୁ ଅନେକ ଥର ଟ୍ରାନ୍‌ସପରେଣ୍ଟ ଡ୍ରେସରେ ଦେଖାଯାଇଛି। ବଲିଉଡର ସବୁଠୁ ସୁନ୍ଦର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଦ୍ୟା ବାଲନ।      

{"id":138666}
wp:preformatted
ବଲିଉଡ ଫିଲ୍ମ “ଡର୍ଟି ପିକ୍‌ଚର”ରେ ନିଜର ବୋଲ୍ଡ ସିନ୍‌ ଦ୍ବାରା ବିଦ୍ୟା ଅନେକ ଦର୍ଶକଙ୍କ ହୋସ ଉଡାଇଥିଲେ। ବିଦ୍ୟା ବାଲନ ଏକ ସର୍ଟ ଫିଲ୍ମର ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି ଯାହା ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ । ସର୍ଟ ଫିଲ୍ମର ନାଁ ହେଉଛି “ନଟଖଟ୍‌”। ଫିଲ୍ମରେ ନିଜେ ବିଦ୍ୟା ମଧ୍ୟ ଅଭିନୟ କରିବେ। 
/wp:preformatted {"id":138668}
wp:preformatted
ରୋନୀ ସ୍କ୍ରୁୱାଲା ଏହି ଫିଲ୍ମର ସହଯୋଗୀ ନିର୍ମାତା ଭାବେ କାମ କରିବେ। ସୂଚନାଯୋଗ୍ୟ ଯେ, ଏହି ଫିଲ୍ମ ଅସମାନତା, ଦୁଷ୍କର୍ମ, ଘରୋଇ ହିଂସା ଓ ପୁରୁଷମାନଙ୍କ ଖରାପ ବ୍ୟବହାର ବିଷୟ ଉପରେ ଆଧାରିତ। ୨୦୧୨ ମସିହାରେ ବଲିଉଡର ଫେମସ ନିର୍ମାତା ସିର୍ଦ୍ଦାର୍ଥ ରଏ କପୁରଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବିଦ୍ୟା। ଉଭୟଙ୍କ ବିବାହକୁ ପାଖାପାଖି ୭ ବର୍ଷ ହୋଇଗଲାଣି। ହେଲେ ବିଦ୍ୟା ଏଯାଏଁ ମା ହୋଇନାହାନ୍ତି। ବିଦ୍ୟାଙ୍କ ପ୍ରଶଂସକ ବିଦ୍ୟାଙ୍କୁ ମାଁ ରୂପରେ ଦେଖିବା ପାଇଁ ଅପେକ୍ଷାରେ ଅଛନ୍ତି। 
/wp:preformatted wp:preformatted
 
/wp:preformatted

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.