Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ରିଲିଜ୍ ହେଲା ଫିଲ୍ମ ‘ଶେରନୀ’ର ଟିଜର୍: ବିଦ୍ୟା ବାଲାନଙ୍କ ଡାଏଲଗ ଜିତିଲା ଲୋକଙ୍କ ହୃଦୟ

31/05/2021 at 6:20 PM

ନୂଆଦିଲ୍ଲୀ ୩୧/05: ବଲିଉଡର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେରନୀ’ ର ଟିଜର ଆଜି ରିଲିଜ୍ ହୋଇଛି। ଏହି ୩୦ ସେକେଣ୍ଡର ଟିଜରରେ ବିଦ୍ୟା ବାଲାନ୍ କେବଳ ଗୋଟିଏ ସଂଳାପ କହୁଥିବାର ଦେଖାଯାଇଛି, ଯାହା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି । ଟିଜରରେ ବିଦ୍ୟା ତାଙ୍କର ଦୁଇ ସାଥୀଙ୍କ ସହ ଜଙ୍ଗଲରେ ବୁଲୁଥିବାର ନଜର ଆସିଛନ୍ତି ଏବଂ ବ୍ୟାକଗ୍ରାଉଣ୍ଡରେ ବିଦ୍ୟାଙ୍କ ସ୍ୱରରେ ଏକ ସଂଳାପ ଶୁଣାଯାଉଛି – ‘ଜଙ୍ଗଲ ଯେତେ ଘନ ହେଉନା କାହିଁକି, ଶେରନୀ ତା’ର ରାସ୍ତା ଖୋଜିନେଇଥାଏ …’।

ଏହି ଟିଜର ସହିତ ଏହା ମଧ୍ୟ କୁହାଯାଇଛି ଯେ ଏହି ଫିଲ୍ମର ଟ୍ରେଲର ଜୁନ୍ ୨ ରେ ରିଲିଜ ହେବାକୁ ଯାଉଛି। ଆମାଜନ ପ୍ରାଇମ ଭିଡିଓ ନିକଟରେ ଘୋଷଣା କରିଛି ଯେ ଫିଲ୍ମ ‘ଶେରନୀ’ ଜୁନ୍ ମାସରେ ସେମାନଙ୍କ ଷ୍ଟ୍ରିମିଂ ସେବାରେ ରିଲିଜ୍ ହେବ। ଫିଲ୍ମ ନିର୍ମାତା ଅମିତ ମାସୁରକରଙ୍କ ନିର୍ଦ୍ଦେଶିତ ତଥା ଅବୁଣ୍ଡାଣ୍ଟିଆ ଏଣ୍ଟରଟେନମେଣ୍ଟ ଦ୍ୱାରା ନିର୍ମିତ ଏହି ଡ୍ରାମା ମୁଭିରେ ବିଦ୍ୟା ବାଲାନ୍ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫିଲ୍ମରେ ବିଦ୍ୟା ବାଲାନ୍ ଜଣେ ଦୃଢ ଇଚ୍ଛାଶକ୍ତ ମହିଳା ଅଫିସର୍ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ବିଜୟ ପ୍ରାଇମ ଭିଡିଓ ଇଣ୍ଡିଆର ନିର୍ଦ୍ଦେଶକ ବିଜୟ ସୁବ୍ରମଣ୍ୟମ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଅବୁଣ୍ଡାଣ୍ଟିଆ ଏଣ୍ଟରଟେନମେଣ୍ଟ ଏବଂ ଟି-ସିରିଜ୍ ତାଜା ଏବଂ ଆକର୍ଷଣୀୟ ବିଷୟବସ୍ତୁ ପରିବେଷଣ କରୁଥିବା ଏକ ପାୱାରହାଉସରେ ପରିଣତ ହୋଇଛି ଏବଂ ଆମେ ସେମାନଙ୍କ ସହ ଆମର ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଅପେକ୍ଷା କରିଛୁ। ଶକୁନ୍ତଳା ଦେବୀ’ର ସଫଳତା ପରେ ଆମେ ଭାରତ ସମେତ ବିଶ୍ୱର ଗ୍ରାହକଙ୍କ ପାଇଁ ବିଦ୍ୟା ବାଲାନଙ୍କ ଅଭିନୀତ ଆଉ ଏକ ଫିଲ୍ମ ‘ଶେରନୀ ‘ଆଣିଛୁ। ଏହି ଫିଲ୍ମ କେବଳ ଦର୍ଶକଙ୍କୁ ମନୋରଞ୍ଜନ କରିବ ନାହିଁ, ବରଂ ସେମାନଙ୍କୁ ଦୁଃସାହସିକତାର ଏକ ନିଆରା ଅନୁଭବ ମଧ୍ୟ ଦେବ।

   Related Posts