ସମୁଦ୍ର ଲହରୀରେ ଖେଳୁଥିବା ଫଟୋ ପୋଷ୍ଟ କରିଥିଲେ ବିଦ୍ୟା ବାଲନ , ସୋନାକ୍ଷୀ ସିହ୍ନା କଲେ ଏମିତି ଅଭିଯୋଗ

Published By : Prameya-News7 Bureau | September 02, 2019 IST

ମୁମ୍ବାଇ୨|୯: ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲନ ଏବେ ଛୁଟି ବିତାଉଛନ୍ତି। ପ୍ରତିଷ୍ଠିତ ଅଭିନେତ୍ରୀ ବିଦ୍ୟା ଫିଲ୍ମ ମିଶନ ମଙ୍ଗଲର ସଫଳତା ପରେ ଏବେ କାମରୁ ବ୍ରେକ୍‌ ନେଇଛନ୍ତି। ଏହି ଫିଲ୍ମରେ ବିଦ୍ୟାଙ୍କ ସହ ବଲିଉଡର ଖିଲାଡି ଅଭିନେତା ଅକ୍ଷୟ କୁମାର, ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ସମେତ ଅନେକ କଳାକାର ନଜର ଆସିଥିଲେ।

{"id":152237}

ଆରମ୍ଭରୁ ବିଦ୍ୟା ବାଲନ ଜଣେ ପ୍ଲସ୍‌ ସାଇଜ୍‌ ଅଭିନେତ୍ରୀ ଭାବେ ପରିଚିତ। ବିଦ୍ୟା ନିଜ ବୋଲ୍ଡନେସ୍‌ ପାଇଁ ବେଶ ଚର୍ଚ୍ଚାରେ ରୁହନ୍ତି। ଏହା ସହ ଲୋକେ ତାଙ୍କ ଆକର୍ଷଣୀୟ ଫିଗରକୁ ବହୁତ ପସନ୍ଦ କରନ୍ତି।ଏବେ ବିଦ୍ୟାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।ତାଙ୍କ ଫଟୋ ଇଣ୍ଟରନେଟ୍‌ରେ ଧମାଲ କରୁଛି।

{"id":152242}

ଏହି ଫଟୋରେ ବିଦ୍ୟା ବାଲାନ ସମୁଦ୍ର ଲହରୀରେ ଖେଳୁଛନ୍ତି।ବିଦ୍ୟା ଇଣ୍ଡୋନେସିଆ ବାଲିରେ ମସ୍ତି କରୁଛନ୍ତି। ଏହି ସବୁ ଫଟୋ ସେ ନିଜେ ତାଙ୍କ ଆକାଉଣ୍ଟରେ ସେୟାର କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋରେ ବିଦ୍ୟା ଗୋଲାପି ରଂଗର ଡ୍ରେସ ପିନ୍ଧିଛନ୍ତି। ସମୁଦ୍ରରେ ଲହରୀ ସହ ବିଦ୍ୟାଙ୍କ ଲୁକ୍‌ ମ୍ୟାଚ୍‌ କରୁଥିଲା।

{"id":152243,"width":576,"height":382}

ସେ ବେଶ କୁଲ ଦେଖାଯାଉଥିଲେ।ବାଲିରେ ମଜା କରୁଥିବା ନେଇ ତାଙ୍କ ଫଟୋରେ ଅନେକ ବଲିଉଡ ଅଭିନେତ୍ରୀ କମେଣ୍ଟ କରିଥିଲେ।ସେଥିମଧ୍ୟରୁ ସୋନାକ୍ଷୀ ସିହ୍ନା କମେଣ୍ଟ କରିଥିଲେ ଯେ, ବିଦ୍ୟା ନିଜ ସହ ତାଙ୍କୁ କାହିଁକି ନେଇ ଗଲେ ନାହିଁ।

{"id":152240}

ସୋନାକ୍ଷୀଙ୍କ କମେଣ୍ଟ ଦେଖି ଲାଗୁଛି ଯେମିତି ସେ ମଧ୍ୟ ବାଲି ଯାଇ ମସ୍ତି କରିବା ପାଇଁ ବେଶ ଉତ୍ସାହିତ ଅଛନ୍ତି। ସୋନାକ୍ଷୀଙ୍କ ବ୍ୟତୀତ ବଲିଉଡ ଦେଶୀ ଗାର୍ଲ ପ୍ରିୟଙ୍କା ଫଟୋରେ କମେଣ୍ଟ ଦେଇ ବିଦ୍ୟାଙ୍କୁ  ଷ୍ଟନର କହିଛନ୍ତି। ଟେଲିଭିଜନ ପ୍ରଯୋଜକ ଏକତା କପୁର ମଧ୍ୟ ଫଟୋରେ ସୁନ୍ଦର ଲେଖି କମେଣ୍ଟ ଦେଇଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.