Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||
  • ଆଜି ପ୍ରଥମ ଟି୨୦ : ଅଷ୍ଟ୍ରେଲିଆକୁ କଡା ଟକ୍କର ଦେବ ଭାରତ, ଓ୍ୱାର୍ଣ୍ଣରଙ୍କ ଅନୁପସ୍ଥିତିର ଫାଇଦା ନେବ ବିରାଟ ବାହିନୀ
  • ||
  • ଜି.ଉଦୟଗିରି : ନାବାଳିକା ଝିଅକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ଗିରଫ କଲା ପୋଲିସ
  • ||

ସ୍ବାମୀଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ କାହିଁକି ଚାହୁଁ ନାହାନ୍ତି ବିଦ୍ୟା ବାଲନ, କାରଣ କ’ଣ ଜାଣନ୍ତୁ…

31/08/2019 at 3:48 PM

ମୁମ୍ବାଇ୩୧|୮: ବଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ବିଦ୍ୟା ବାଲନ। ଅଭିନେତ୍ରୀ ବିଦ୍ୟା ବାଲନଙ୍କ ଦମଦାର ଅଭିନୟ ପାଇଁ ଗ୍ଲାମର ଦୁନିଆରେ ସେ ବେଶ ଚର୍ଚ୍ଚା ରହିଥାନ୍ତି। ତାଙ୍କର ଆଗାମୀ ଫିଲ୍ମ ପାଇଁ ବିଦ୍ୟା ବ୍ୟସ୍ତ ରହୁଥିବା କଥା ଜଣାପଡିଛି।ନିକଟରେ ତାଙ୍କ ଅଭିନୀତ ମିଶନ ମଙ୍ଗଲ ଫିଲ୍ମ ରିଲିଜ ହୋଇସାରିଛି। ଏହି ଫିଲ୍ମଟି ଦର୍ଶକଙ୍କ ପାଖରେ ବେଶ ଲୋକପ୍ରିୟ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ତାଙ୍କ ସ୍ବାମୀ ସିଦ୍ଧାର୍ଥ ରାୟ କାପୁରଙ୍କ କୌଣସି ଫିଲ୍ମରେ ସେ ଅଭିନୟ କରି ନାହାନ୍ତି। ସ୍ବାମୀଙ୍କ ଫିଲ୍ମରେ ସେ କାହିଁକି କାମ କରିବା ପାଇଁ ଚାହୁଁ ନାହାନ୍ତି ? ଏ ସଂପର୍କରେ ବିଦ୍ୟା କଣ କହିଛନ୍ତି ଜାଣନ୍ତୁ..

ବିଦ୍ୟା ବାଲନ କହିଛନ୍ତି, ତାଙ୍କ ମନ ପସନ୍ଦ ସ୍ପ୍ରିପ୍ଟ ନହେଲେ ସେ ଫିଲ୍ମରେ କାମ କରିବା ପାଇଁ ରୋକଠୋକ ମନାକରି ଦିଅନ୍ତି। ବିଦ୍ୟା ସବୁବେଳେ ନିଜ ଅଭିନୟ ପ୍ରତି ଅଧିକ ଧ୍ୟାନ ଦିଅନ୍ତି। ଫିଲ୍ମରେ ଯଦି କୌଣସି ସିନ ତାଙ୍କୁ ଭଲ ନଲାଗେ ତେବେ ସେହି ସିନକୁ କାଟିବା ପାଇଁ ସେ ନିର୍ଦେଶକଙ୍କୁ କହିଥାନ୍ତି।

ଫିଲ୍ମରେ କାମ କରିବା ସମୟରେ କୌଣସି  ଅସୁବିଧା ହେଲେ ସେ ପ୍ରଯୋଜକ କିମ୍ବା ନିର୍ଦେଶକଙ୍କ ସହ ଯୁକ୍ତି କରିପାରିବେ। ହେଲେ ତାଙ୍କ ସ୍ବାମୀଙ୍କ ଫିଲ୍ମରେ କାମ କଲେ ସେ ଏମିତି କହିପାରିବେ ନାହିଁ ବୋଲି ବିଦ୍ୟା କହିଛନ୍ତି। ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଥିବା ମଧୁର ସଂପର୍କକୁ ଫିଲ୍ମରେ ମାଧ୍ୟମରେ ଖରାପ କରିବାକୁ ସେ ଚାହୁଁ ନାହାନ୍ତି ବୋଲି ବିଦ୍ୟା କହିଛନ୍ତି। ବିଦ୍ୟା ଆହୁରି କହିଛନ୍ତି , ଏମତି ବି ହୋଇଛି ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କୁ ଭଲ ସ୍ପ୍ରିପ୍ଟ ପସନ୍ଦ ଆସିବା ସତ୍ବେ ବି ସେ ଫିଲ୍ମ ତିଆରି କରି ନାହାନ୍ତି।

ବିଦ୍ୟା ବାଲନଙ୍କ ପାଖରେ ବହୁ ଫିଲ୍ମର ଅଫର ରହିଛି। ନିକଟରେ ତାଙ୍କ ଅଭିନୀତ ମିଶନ ମଙ୍ଗଲ ବକ୍ସ ଅଫିସରେ ରେକର୍ଡ କରିଥିଲା। ଇନ୍ଦିରା ଗାନ୍ଧୀଙ୍କ ବାୟୋପିକ ଫିଲ୍ମରେ ମୁଖ୍ୟ ଭୂମିକାରେ ବିଦ୍ୟା ବାଲନଙ୍କୁ ଦର୍ଶକେ ଦେଖିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

   Related Posts