ବିଦ୍ୟା ବାଲାନଙ୍କୁ ଦେବାକୁ ପଡ଼ିଥିଲା ୭୫ଥର ଅଡିସନ୍ : ତଥାପି ମାନିନଥିଲେ ହାର
1/07/2020 at 10:58 AM

ମୁମ୍ବାଇ ୧/୭: ଗୀତିକାର ଶାନ୍ତନୁ ମଇତ୍ର ଫିଲ୍ମ ‘ପରିଣୀତା’ ଦିନକୁ ମନେ ପକାଇ କହିଛନ୍ତି ଯେ ବିଦ୍ୟା ବାଲାନଙ୍କୁ ନିଜ ଭୂମିକା ପାଇଁ ୭୫ଥର ଅଡିସନ ଦେବାକୁ ପଡ଼ିଥିଲା। ପ୍ରଦୀପ ସରକାର ଦ୍ବାରା ନିର୍ଦେଶିତ ଏହି ଫିଲ୍ମ ଶରତ ଚନ୍ଦ୍ର ଚଟ୍ଟୋପାଧ୍ୟାୟ ଦ୍ବାରା ଏହି ନାଁରେ ଲିଖିତ ବଙ୍ଗଳା ଉପନ୍ୟାସର ରୂପାନ୍ତରଣ ଅଟେ,ଯେଉଁଥିରେ ସୈଫ ଅଲୀ ଖାନ୍,ସଞ୍ଜୟ ଦତ୍ତ ଏବଂ ଦିୟା ମିର୍ଜା ମଧ୍ୟ ପ୍ରମୁଖ ଭୂମିକାରେ ଥିଲେ।

ଫିଲ୍ମକୁ ନେଇ ନିଜ ଅନୁଭବକୁ ସେୟାର କରି ଶାନ୍ତନୁ କହିଛନ୍ତି,‘ପରିଣୀତା’କୁ ନେଇ ତାଙ୍କର ସବୁଠୁ ଭଲ ସ୍ମୃତି ସେହି ଅସାଧାରଣ ଯୁବତୀ ବିଷୟରେ ରହିଛି,ଯିଏ ବିଧୁ ବିନୋଦ ଚୋପ୍ରାଙ୍କ ଅଫିସରେ ସେମାନଙ୍କ ସହ ବସିଥିଲେ। ସେମାନେ ଧୀରେ ଧୀରେ ବନ୍ଧୁ ହୋଇଥିଲେ।’

ଶାନ୍ତନୁ କହିଛନ୍ତି ଯେ,‘ସେ ତାଙ୍କୁ ଏଠାରେ କ’ଣ କରୁଛନ୍ତି ବୋଲି ପଚାରିଥିଲେ,ଏହାର ଉତ୍ତରରେ ସେ ଅଡିସନ୍ ଦେବାକୁ ଆସିଥିବା କଥା କହିଥିଲେ। ସେ ବିଦ୍ୟା ବାଲାନଙ୍କ କଥା କହୁଛନ୍ତି। ଏହି କାହାଣୀ ସେମାନଙ୍କ ପାଇଁ ଯେଉଁମାନେ ଭାବନ୍ତି ଯେ ବହୁତ ହୋଇଗଲା,ହାର ମାନି ନେବା। ଏହି ଯୁବତୀ ୭୫ଥର ଅଡିସନ୍ ଦେଇଥିଲେ ଏବଂ ପ୍ରତି ଥର ତାଙ୍କୁ ରିଜେକ୍ଟ କରି ଦିଆଯାଉଥିଲା।

ସେ କହିଥିଲେ ଯେ ‘ତାଙ୍କୁ ଆଜି ବି ମନେ ଅଛି ୭୫ଥର ରିଜେକ୍ଟ ହେବା ପରେ ମୁମ୍ବାଇରେ ବ୍ରାୟନ୍ ଆଡମ୍ସଙ୍କ ଏକ କନସର୍ଟ ଚାଲିଥିଲା ଏବଂ ସେ ତାଙ୍କୁ ତାଙ୍କ ସେଠାରେ ଯିବା କଥା କହିଥିଲେ।
ସେ ଆଗକୁ କହିଥିଲେ ଯେ ,‘ଏହା ପରେ ଶାନ୍ତନୁ ପିୟା ବୋଲେ ଗୀତ ଲଞ୍ଚ କରିବାକୁ ଯାଇଥିଲେ। ଗୀତ ବାଜୁଥିଲା,ସବୁ କିଛି ଠିକ୍ ଚାଲୁଥିଲା। ହଠାତ୍ ପ୍ରଦୀପ ନିଜ ଲାପଟପ୍ ଖୋଲିଥିଲେ ଏବଂ ବିନୋଦଙ୍କୁ କହିଥିଲେ ଆଉ ଏକ ଟେଷ୍ଟ୍ ନେବାକୁ ପଡ଼ିବ। ବିନୋଦ ଲାପଟପ୍ ଆଡ଼କୁ ଦେଖିଥିଲେ ଏବଂ କହିଥିଲେ ତାଙ୍କୁ ପରିଣୀତା ମିଳିଗଲା।
