ରିଲିଜ୍ ହେଲା ବିଧୁ ବିନୋଦ ଚୋପ୍ରାଙ୍କ ପୁସ୍ତକ ‘ଅନସ୍କ୍ରିପଟେଡ୍’ : ପ୍ରଥମ ଦିନରୁ ମିଳିଲା ବେଷ୍ଟ ସେଲର୍ ମାନ୍ୟତା
26/01/2021 at 5:18 PM

ନୂଆଦିଲ୍ଲୀ ୨୬/୦୧ : ନିର୍ଦ୍ଦେଶକ, ନିର୍ମାତା ଏବଂ ସ୍କ୍ରିନ୍ ରାଇଟର ବିଧୁ ବିନୋଦ ଚୋପ୍ରା ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି । ମଲ୍ଟି ଟାସ୍କ୍ ମାଷ୍ଟର ନିକଟରେ ‘ଅନସ୍କ୍ରିପଟେଡ୍-କନଭରସେସନ୍ ଅନ୍ ଲାଇଫ୍ ଆଣ୍ଡ ସିନେମା’ ନାମକ ପୁସ୍ତକ ପ୍ରକାଶ କରିଛନ୍ତି, ଯାହାକୁ ବିଧୁ ବିନୋଦ ଚୋପ୍ରା ଏବଂ ଅଭିଜିତ ଜୋଶୀ ଲେଖିଛନ୍ତି ।
ଏହି ପୁସ୍ତକଟି ପ୍ରଥମରୁ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଆକର୍ଷିତ କରିଛି, ଯେପରି ତାଙ୍କର ଫିଲ୍ମ ଗୁଡିକ କରିଥାଏ । ୨୫ ଜାନୁଆରୀରେ ରିଲିଜ୍ ହେବା ପରେ, ରିଲିଜ୍ ର ପ୍ରଥମ ଦିନରେ ଏହି ପୁସ୍ତକ ବେଶ ଲୋକପ୍ରିୟ ହୋଇଛି । ଏହା ଆମାଜନରେ ନମ୍ବର- ୧ ବିକ୍ରୟ ପୁସ୍ତକ ହୋଇଛି ।
ଏହି ପୁସ୍ତକରେ ବିଧୁ ବିନୋଦ ଚୋପ୍ରା ନିଜର ପୁରୁଣା ସହଯୋଗୀ ଏବଂ ସ୍କ୍ରିନ୍ ରାଇଟର ଅଭିଜିତ ଯୋଶୀଙ୍କ ସହିତ ତାଙ୍କର ଅଦ୍ଭୁତ ଯାତ୍ରା ବିଷୟରେ କହିଛନ୍ତି ।
କାଶ୍ମୀର ର ଏକ ଛୋଟ ଗାଁ, ଓ୍ବଜୀର ବାଗରେ ଆରମ୍ଭ ହୋଇଥିଲା, ବିଧୁ ବିନୋଦ ଚୋପ୍ରାଙ୍କ ଜୀବନ ବାସ୍ତବରେ ସ୍କ୍ରିପ୍ଟ କରାଯାଇଛି । ବିଗତ ୩୦ ବର୍ଷ ମଧ୍ୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ହିଟ୍ ଫିଲ୍ମ ଦେବା ସହ, ସେ ହଲିଉଡ଼୍ ରେ ମଧ୍ୟ ଏକ ଫିଲ୍ମରେ ନିର୍ଦେଶନା ଦେଇଛନ୍ତି । ସେ ଏପରି ଜଣେ ବ୍ୟକ୍ତି , ଯିଏକି ନିଜର ଜଣେ ଛାତ୍ରଙ୍କର ଏକ ଅସମ୍ପୂର୍ଣ୍ଣ ଫିଲ୍ମ କୁ ରିଲିଜ୍ କରିଥିଲେ, କିନ୍ତୁ ଆଜି ସେ ଭାରତର ପ୍ରମୁଖ ପ୍ରଡକ୍ସନ୍ ହାଉସ୍ ବିବିସି ଫିଲ୍ମରେ ଜଣେ ପ୍ରମୁଖ ଭାବେ ଗୌରବ ଅର୍ଜନ କରିଛନ୍ତି ।
ସେ କେବଳ ଫିଲ୍ମ ନିର୍ମାତା ଭାବରେ ଉତ୍କୃଷ୍ଟ ନୁହଁନ୍ତି ବରଂ ସେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିକୁ କିଛି ପ୍ରତିଭାଶାଳୀ ପ୍ରତିଭା ମଧ୍ୟ ଦେଇଛନ୍ତି , ଯେଉଁଥିରେ ନିର୍ଦେଶକ ରାଜକୁମାର ହିରନୀ, ପ୍ରଦୀପ ସରକାର ଏବଂ ସଞ୍ଜୟ ଲୀଲା ବଂଶାଳୀ ସାମିଲ ଅଛନ୍ତି ।