Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଜି ବିହାର ଯିବ କମିଟି

4/07/2018 at 6:59 AM

ଓଡ଼ିଶାରେ ବିଧାନ ପରିଷଦ ଗଠନ ନେଇ ଆଜି ବିହାର ଯିବ କମିଟି । ବିଧାନ ପରିଷଦ ଗଠନ ସମ୍ପର୍କରେ ଅନ୍ୟ ରାଜ୍ୟର ବ୍ୟବସ୍ଥା ଅନୁଧ୍ୟାନ ପାଇଁ ମନ୍ତ୍ରୀ ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ଆଜି ବିହାର ଗସ୍ତରେ ଯିବ । ମନ୍ତ୍ରୀଙ୍କ ସହିତ ବିଧାୟକ ମନୋହର ରାନ୍ଧାରୀ, ବିଧାୟିକା ପ୍ରମିଳା ମଲ୍ଲିକ, ସଂସଦୀୟ ବ୍ୟାପାର ବିଭାଗ ସଚିବ ଏବଂ ବିଧାନସଭା ସଚିବ ବିହାର ଗସ୍ତରେ ଯିବେ । ପୂର୍ବରୁ କମିଟି କର୍ଣ୍ଣାଟକ ଓ ମହାରାଷ୍ଟ୍ର ଗସ୍ତ କରି ସେଠାରେ ବିଧାନ ପରିଷଦ ଗଠନ ସଂକ୍ରାନ୍ତ ତଥ୍ୟ ସରକାରଙ୍କୁ ପ୍ରଦାନ କରିଛି। କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ପ୍ରଥମେ ବିଧାନ ପରିଷଦ ଏବଂ ପରେ ବିଧାନସଭା ଆରମ୍ଭ ହୋଇଥିବା ବେଳେ ବିହାର ଏବଂ ଆନ୍ଧ୍ର ପ୍ରଦେଶରେ ପ୍ରଥମେ ବିଧାନସଭା ଏବଂ ପରେ ବିଧାନ ପରିଷଦ ଗଠନ କରାଯାଇଥିଲା । ଏହି ଦୁଇ ରାଜ୍ୟ ଗସ୍ତ କରି କମିଟି ରିପୋର୍ଟ ପ୍ରଦାନ କରିବା ପରେ ସରକାର ବିଧାନ ପରିଷଦ ଗଠନ ନେଇ ନିଷ୍ପତ୍ତି ନେବେ ।

   Related Posts