ନର୍ସଙ୍କ ସହ ଗଣଦୁଷ୍କର୍ମ କରି ଅଶ୍ଳୀଳ ଭିଡିଓ ଶୁଟିଂ, ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ବାରମ୍ବାର କରୁଥିଲେ ଦୁଷ୍କର୍ମ

Published By : Prameya-News7 Bureau | July 28, 2019 IST

ମଥୁରା ୨୮|୭: ମଥୁରା ଜିଲ୍ଲା କୋଶିକଳାଙ୍ଗରେ ଜଣେ ନର୍ସଙ୍କ ସହ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗଣ ଦୁଷ୍କର୍ମ କରିବା ସହ ଅଭିଯୁକ୍ତମାନେ ପୀଡିତାଙ୍କ ଅଶ୍ଳୀଳ ଭିଡିଓ ଶୁଟିଂ କରିବା ନେଇ ଥାନାରେ ମାମଲା ରୁଜୁ ହୋଇଛି । ତିନି ଅଭିଯୁକ୍ତ ଫେରାର ହୋଇଯାଇଛନ୍ତି ।

ସୂଚନାଯୋଗ୍ୟ ଯେ, କୋଶିକଳାଙ୍ଗ ସ୍ଥିତ ପୋଶ କଲୋନୀରେ ଏକ ଘରୋଇ ହସ୍ପିଟାଲରେ ଉଭୟ ଅଭିଯୁକ୍ତ ଏବଂ ପୀଡିତା କାମ କରୁଥିଲେ । କମ୍ପାଉଣ୍ଡର ଭୂପେଶ ନିଜ ସହ କାମ କରୁଥିବା ଜଣେ ନର୍ସଙ୍କୁ ଗତ ୮ତାରିଖରେ ନିଜ ଜନ୍ମଦିନ ପାର୍ଟି ବାହାନାରେ ହୋଟେଲକୁ ଡାକିଥିଲେ । ସେଠାରେ ଭୂପେଶ ଉକ୍ତ  ନର୍ସଙ୍କ ସହ ଦୁଷ୍କର୍ମ କରିଥିବା ପୀଡିତା କହିଛନ୍ତି । ପୂର୍ବରୁ ସେଠାରେ ଉପସ୍ଥିତ ଥିବା ଭୂପେଶର ସାଙ୍ଗ କୁଲଦୀପ ଦୁଷ୍କର୍ମ ବେଳେ ପୀଡିତାଙ୍କ ଅଶ୍ଳୀଳ ଭିଡିଓ ଶୁଟିଂ କରିଥିଲେ । ଏହାପରେ କୁଲଦୀପ ମଧ୍ୟ ନର୍ସଙ୍କ ସହ ଦୁଷ୍କର୍ମ କରିଥିଲେ । ଏହି ଘଟଣା ପରେ ଉଭୟ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ବହୁବାର ନର୍ସଙ୍କ ସହ ଦୁଷ୍କର୍ମ କରିଥିଲେ ।

ଏହାପରେ କୁଲଦୀପଙ୍କ ଅନ୍ୟ ଜଣେ ସାଙ୍ଗ ନରେନ୍ଦ୍ର ମଧ୍ୟ ଭିଡିଓ ଭାଇରାଲ କରିବାକୁ ଧମକ ଦେଇ ନର୍ସଙ୍କୁ ବ୍ଲାକମେଲ୍ କରିବାକୁ ଚେଷ୍ଟା କରିଥିଲେ । ମାତ୍ର ନର୍ସ ଜଣଙ୍କ ତାଙ୍କ କଥା ନମାନିବାରୁ ସେ ପୀଡିତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଦେଇଥିଲେ । ଏହାପରେ ପୀଡିତା ନର୍ସ ଜଣଙ୍କ ଘଟଣା ସଂପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ । ଫଳରେ ପରିବାରଲୋକ ଥାନାରେ ତିନି ଜଣଙ୍କ ନାଁରେ ଏତଲା ଦେଇଛନ୍ତି ।

କୋସିକଲାଙ୍ଗ ଥାନା ଅଧିକାରୀ କହିଛନ୍ତି ଯେ, ଏନେଇ ମାମାଲା ରୁଜୁ କରାଯାଇ ପୀଡିତାଙ୍କର ଡାକ୍ତରୀ ମାଇନା କରାଯାଇଛି । ତିନି ଅଭିଯୁକ୍ତ ଏବେ ଫେରାର ଅଛନ୍ତି । ପୋଲିସ ସେମାନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.