Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ବୁର୍ଲା ମେଡିକାଲ୍ କଲେଜ୍ ଭୀମସାର୍ ନିର୍ଦ୍ଦେଶକ ଡକ୍ଟର ଅଶ୍ବୀନୀ ପୂଜାହାରୀଙ୍କ ଲୁଣ ଚିକିତ୍ସାର ଫଳାଫଳକୁ ନେଇ ଭିଡିଓ ୱାର : ରୋଗୀ ଜୀବୀତ

14/12/2018 at 8:54 PM

ସମ୍ବଲପୁର ୧୪|୧୨ : ବୁର୍ଲା ମେଡିକାଲ୍ କଲେଜ୍ ଭୀମସାର୍ ନିର୍ଦ୍ଦେଶକ ଡକ୍ଟର ଅଶ୍ବୀନୀ ପୂଜାହାରୀଙ୍କ ଲୁଣ ଚିକିତ୍ସା ପାଇଁ ନିର୍ଦ୍ଦେଶକ ପୂଜାହାରୀଙ୍କୁ ଛୁଟିରେ ପଠାଯାଇଥିବା ବେଳେ , ଏବେ ଜୋର ଧରିଛି ଭିଡିଓ ୱାର୍ । ନେଟ୍ ଦୁନିଆରେ ଘୁରି ବୁଲୁଛି ୨ଟି ଭିଡିଓ ।  ଗୋଟିଏ ଭିଡିଓରେ ପ୍ରାଣ ହରାଇଥିବା ରୋଗୀ ବଞ୍ଚିଥିବା କୁହାଯାଉଥିବା ବେଳେ , ଅନ୍ୟ ଭିଡିଓରେ ପ୍ରାଣ ହରାଇଥିବା ରୋଗୀଙ୍କ ପୁଅ ଦାବି କରୁଛନ୍ତି ଯେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇସାରିଛି । ଏତିକି ବେଳେ ନ୍ୟୁଜ୍ ସେଭେନ୍ ହାତରେ ଲାଗିଛି ଏକ ତଥ୍ୟ , ଯେଉଁଥିରୁ ଭିଡିଓ କନଫ୍ୟୁଜନରୁ ଅନେକାଂଶରୁ ପରଦା ହଟିଛି ।  ଅଗଷ୍ଟ ୨୬ ତାରିଖରେ ବୁର୍ଲାରେ ଚିକିତ୍ସିତ ହୋଇଥିବା ପ୍ରସାଦି ପ୍ରଧାନଙ୍କର ପୂଜାହାରୀଙ୍କ ଲୁଣ ଚିକିତ୍ସା ପାଇଁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା । ଜେଡିଏ ଏନେଇ ରାଜ୍ୟ ସରକାରଙ୍କ ନିକଟରେ ଅଭିଯୋଗ କରିବା ପରେ ବିବାଦ ମଧ୍ୟ ତେଜିଥିଲା । ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ୍ ଟିମ୍ ଘଟଣାର ଅନୁଧ୍ୟାନ କରିବା ପରେ ଅଶ୍ବିନୀ ପୂଜାହାରୀଙ୍କୁ ଛୁଟିରେ ପଠାଇ ଦେଇଥିଲେ ।ଏହା ପରେ ହଠାତ ଜଣେ ବ୍ୟକ୍ତି ଏକ ଭିଡିଓ ଜାରି କରିଥିଲେ , ଯେଉଁଥିରେ ଜଣେ ରୋଗୀ କହୁଛନ୍ତି ଯେ ସେ ଡାକ୍ତର ପୂଜାହାରୀଙ୍କ ଲୁଣ ଚିକିତ୍ସାରେ ଚିକିତ୍ସିତ ହୋଇଛନ୍ତି ଏବଂ ସେ ଏବେ ମଧ୍ୟ ସୁସ୍ଥ ଅଛନ୍ତି । ତେବେ ଏହି ଭିଡିଓ ସହିତ ପ୍ରସାଦି ପ୍ରଧାନଙ୍କ ନାଁକୁ ଯୋଡ଼ାଯାଇଥିଲା ଏବଂ କୁହାଯାଇଥିଲା ଯେଉଁ ରୋଗୀଙ୍କର ମୃତ୍ୟୁକୁ ନେଇ ବିବାଦ ଉପୁଜିଛି ସେହି ପ୍ରସାଦି ପ୍ରଧାନ ଜୀବୀତ ଅଛନ୍ତି । ଏ ହେଉଛି ସେହି ଭିଡିଓ ।

   Related Posts