ଚୀନ୍ରେ ଏବେବି ଚାଲିଛି ବାଦୁଡି ଶୀକାର, ଗୁମ୍ଫାରୁ ଧରିନେଉଛନ୍ତି ବାଦୁଡି
2/04/2020 at 12:22 PM

ନୂଆଦିଲ୍ଲୀ ୦୨/୦୪: ଚୀନ୍ର ବୁହାନ ସହରରେ ବାଦୁଡି ଦେହରୁ କରୋନା ଭାଇରସ ବ୍ୟାପିଥିବାର ଦାବି କରାଯାଉଛି । ଚୀନ୍ କିନ୍ତୁ ଏହାକୁ ଅସ୍ୱୀକାର କରୁଛି ଏବଂ ଓଲଟା ଆମେରିକୀୟ ସେନା ସେଠାରେ ଏହି ଭାଇରସକୁ ଛାଡିଥିବାର ଅଭିଯୋଗ କରୁଛି ।

ଏପରି ଅଭିଯୋଗକୁ ନେଇ ବିତର୍କ ଜାରି ରହିଥିଲାବେଳେ ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଚୀନ୍ର ଏକ ଗବେଷଣା ପ୍ରତିଷ୍ଠାନର ଜଣେ ବୈଜ୍ଞାନିକ ସେଠାକାର କେତେକ ଗୁମ୍ଫା ଭିତରେ ପ୍ରବେଶ କରି ବାଦୁଡି ସଂଗ୍ରହ କରୁଥିବାର ଦେଖାଯାଉଛି ।

ଉକ୍ତ ବୈଜ୍ଞାନିକ ଜଣକ ଚୀନ୍ରେ ଭାଇରସ ଉପରେ ଗବେଷଣା କରାଯାଉଥିବା ଏକ ଲାବ୍ରେ ନିୟୋଜିତ ଅଛନ୍ତି । ବାଦୁଡିକୁ ସବୁ ପ୍ରକାର ଭାଇରସର ଗନ୍ତାଘର ବୋଲି କୁହାଯାଇଥାଏ । ତେଣୁ ତାଙ୍କର ଏଭଳି କାର୍ଯ୍ୟରୁ ଚୀନ୍ରୁ ହିଁ କରୋନା ବ୍ୟାପିଥିବାର ଦାବି ସତ୍ୟ ବୋଲି ମନେ ହେଉଛି ।
Related Posts
କୂଟନୀତିଜ୍ଞ ଏବଂ ତାଙ୍କ ପରିବାରକୁ ମାଗଣାରେ ମିଳିବ କରୋନା ଭାକ୍ସିନ୍
26 January 2021