ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ଭିଡିଓ ଭାଇରାଲ

Published By : Prameya-News7 Bureau | October 23, 2020 IST

ଭୁବନେଶ୍ୱର୨୩/୧୦: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଏବେ ନୂଆ ରୂପରେ ଦେଖିବାକୁ ମିଳିଛି । କପାଳିକ ବେଶରେ ମା’ଙ୍କ ପୂଜାର୍ଚ୍ଚନା କରୁଥିବାର ତାରାଙ୍କ ଏହି ରୂପ ଆଗରୁ କେହି ଦେଖିନଥିଲେ। ୨୦୨୦ରେ ତାରାଙ୍କ ଏହି ଅବତାର ବେଶ୍‌ ଚର୍ଚ୍ଚିତ ହୋଇଛି । ଏମିତି ବି ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ତାରା । କେତେବେଳେ ନିଜକୁ ନମ୍ବର ୱାନ୍‌ ବିଧାୟକ କହି ଚର୍ଚ୍ଚାରେ ତ କେତେବେଳେ ଗୃହ ଭିତରେ ବିଶ୍ୱବିଦ୍ୟାଳୟ ଆଇନ ସଂଶୋଧନ ବିଲକୁ ଚିରି ଚର୍ଚ୍ଚାରେ ଥାନ୍ତି । ପୁଣି ତାରା କେବେ ଆଲବମ୍‌ରେ ଗୀତ ଗାଇଲେଣି ତ ଆଉ କେବେ ପିସିସି ସଭାପତି ହେବା ଦୌଡ଼ରେ ଥିବା ନେଇ ଚର୍ଚ୍ଚାରେ ରହିଥାନ୍ତି ।

wp:html /wp:html

ଏବେ କିନ୍ତୁ ତାରା ଅଭିନେତା ଭାବେ ଚର୍ଚ୍ଚାରେ ଅଛନ୍ତି । ମା’ ଦୁର୍ଗାଙ୍କ ପୂଜା କରୁଥିବା ନେଇ ତାଙ୍କର ଭିଡିଓ ବେଶ ଭାଇରାଲ୍‌ ହୋଇଛି । ଏହି ଭିଡିଓରେ ମା’ଙ୍କୁ ଆଳତୀ କରିବା ସହିତ ତାରା ମନ୍ତ୍ର ପାଠ କରୁଥିବା ଦେଖା ଯାଉଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.