Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||
  • ନୂଆଦିଲ୍ଲୀ : ଭାରତ ପୁଣି ବଢାଇଲା ସହଯୋଗର ହାତ, ବାହାରିନ୍‌ ଓ ଶ୍ରୀଲଙ୍କାକୁ ପଠାଇଲା କୋଭିସିଲ୍ଡ ଟିକା
  • ||
  • କେମ୍ରୁନରେ ଗ୍ୟାସ ବୋଝେଇ ଟ୍ରକ ସହ ଧକ୍କା ପରେ ଜଳିଗଲା ବସ୍ : ୫୩ ମୃତ, ୨୯ ଗୁରୁତର
  • ||
  • ଶେଷ ହେବ କୃଷକ ଆନ୍ଦୋଳନ ! ସଙ୍ଗଠନରେ ଫାଟ, ଯୋଗେନ୍ଦ୍ର ଯାଦବ ଓ ଟିକୈତଙ୍କ ସମେତ ୩୭ ଚାଷୀଙ୍କ ଉପରେ ପଡିବ ଚଡକ
  • ||
  • ଖଲ୍ଲିକୋଟ : ଫାଟିଗଲା କାର୍ ଚକା, ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ; ଜଣେ ମୃତ, ୨ ଆହତ
  • ||

ବନ୍ୟାରୁ ବର୍ତ୍ତିବା ପାଇଁ ଉଚ୍ଚସ୍ଥାନକୁ ଯାଉଥିବାବେଳେ ଥକି ଯାଇ ହାଇଓ୍ବେରେ ଶୋଇ ପଡ଼ିଥିଲା ଗଣ୍ଡା : ଭିଡିଓ ଭାଇରାଲ୍

19/07/2020 at 9:58 AM

ନୂଆଦିଲ୍ଲୀ ୧୯/୭: ଦେଶର ଅନେକ ଅଞ୍ଚଳରେ ମୌସୁମୀ କାରଣରୁ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ଆସାମ ସମେତ କିଛି ପୂର୍ବୋତ୍ତର ଅଞ୍ଚଳରେ ମଧ୍ୟ ପରିସ୍ଥିତି ଉଦବେଗଜନକ ହୋଇଛି। ଏପରି ପରିସ୍ଥିତିରେ ମନୁଷ୍ୟ ସହ ପଶୁପକ୍ଷୀ ମଧ୍ୟ କଲବଲ ହେଉଛନ୍ତି। ଶନିବାର ଆସାମରୁ ଏକ ଗଣ୍ଡାର ଏପରି ଏକ ଭିଡିଓ ସାମନାକୁ ଆସିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ଗଣ୍ଡା ବନ୍ୟାରୁ ବର୍ତ୍ତିବା ପାଇଁ ଉଚ୍ଚସ୍ଥାନକୁ ଯିବାକୁ ଉଦ୍ୟମ କରୁଛି ଏବଂ ମୁଖ୍ୟ ରାସ୍ତାରେ ଥକି ଶୋଇ ପଡ଼ୁଛି। ଏହି ଭିଡିଓଟି ଜୋରସୋରରେ ଭାଇରାଲ୍ ହେବାକୁ ଲାଗିଛି।

ଭାଇରାଲ୍ ହୋଇଥିବା ଏହି ଭିଡିଓ କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ପଡ଼ୁଥିବା ଜାତୀୟ ରାଜମାର୍ଗ-୩୭। ବର୍ତ୍ତମାନ ଏହାର ୮୫ପ୍ରତିଶତ ଭାଗ ବନ୍ୟାରେ ବୁଡ଼ି ରହିଛି। ଏପରି ପରିସ୍ଥିତିରେ ଏକ ଗଣ୍ଡା ବନ୍ୟାରୁ ବର୍ତ୍ତିବା ପାଇଁ ଉଚ୍ଚସ୍ଥାନ ଆଡ଼କୁ ଯାଉଥିବାବେଳେ ମୁଖ୍ୟରାସ୍ତାରେ ଥକିଯାଇ ଶୋଇ ପଡ଼ିଥିଲା। ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓରେ ବନ କର୍ମଚାରୀ ଏବଂ ପୋଲିସ୍ ଗାର୍ଡ଼ ମଧ୍ୟ ଦେଖାଯାଉଛନ୍ତି। ସେମାନେ ଗଣ୍ଡାର ସୁରକ୍ଷା କରିବା ସହ ହାଇଓ୍ବେରେ ଗାଡ଼ି ଏବଂ ଲୋକଙ୍କ ଯାତାୟାତକୁ ମଧ୍ୟ ସୁନିଶ୍ଚିତ କରୁଛନ୍ତି।

ଏହି ଗଣ୍ଡାଟିର ବୟସ ପାଖାପାଖି ୩୦-୩୫ବର୍ଷ ହେବ। ଗଣ୍ଡାଟି କାଜିରଙ୍ଗା ଜାତୀୟ ଉଦ୍ୟାନ ଏବଂ ବ୍ୟାଘ୍ର ସଂରକ୍ଷଣରୁ ବାହାରି କାର୍ବି ଆଙ୍ଗଲୋଙ୍ଗ ପାହାଡ଼ିଆ ଅଞ୍ଚଳକୁ ଯାଉଥିଲା। ଗଣ୍ଡା ମୁଖ୍ୟ ରାସ୍ତାକୁ ଆସିବା ଏହା ପ୍ରଥମ ଘଟଣା ନୁହେଁ। ପ୍ରତି ବର୍ଷ ବନ୍ୟାରେ ହଜାର ହଜାର ଜୀବ କରବି ଏଙ୍ଗଲୋଙ୍ଗ୍ ପାହାଡ଼ ଆଡ଼କୁ ବଢ଼ି ଏନଏଚ-୩୭ରେ ଦେଖିବାକୁ ମିଳନ୍ତି।

   Related Posts