ଭାଇରାଲ ଭିଡିଓ: ରାସ୍ତାରେ ବ୍ୟାଗ୍‌ ଛଡ଼ାଛଡ଼ି, ଜଣେ ଯୁବତୀଙ୍କୁ ଘେରିଛନ୍ତି ଆଉ ୨ ଜଣ, ଚିତ୍କାର ଶୁଣି ଲୋକ ଭିଡ

Published By : Prameya-News7 Bureau | October 08, 2020 IST

ବ୍ରହ୍ମପୁର୮/୧୦: ରାସ୍ତା ମଝିରେ ସମସ୍ତଙ୍କୁ ହଲାପଟା କଲେ ଜଣେ ମହିଳା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି। ବ୍ରହ୍ମପୁର ସହରରେ ଜଣେ ମହିଳାଙ୍କୁ ସୁରକ୍ଷାକର୍ମୀ ଭାବେ ଥିବା ଯୁବତୀମାନେ ତାଙ୍କ ବ୍ୟାଗ୍ ଯାଞ୍ଚ କରିବାକୁ ଉଦ୍ୟମ କରିଥିଲେ। ରାସ୍ତା ମଝିରେ ସର୍ବସମ୍ମୁଖରେ ଚିତ୍କାର କରି ଉଠିଥିଲେ ମହିଳା ଜଣଙ୍କ।

wp:html /wp:html

ଘଟଣାସ୍ଥଳରେ ଥିବା ସମସ୍ତଙ୍କୁ ଜନୈକ ମହିଳା ଜଣଙ୍କ ନାକେଦମ କରି ଦେଇଥିଲେ। କିଛି ଘଣ୍ଟା ପାଇଁ ରାସ୍ତା ମଝିରେ ଲୋକେ ରୁଣ୍ଡ ହୋଇ ଯାଇଥିଲେ। ମହିଳା ଜଣଙ୍କ କେଉଁଠୁ ଚୋରି କରିଛନ୍ତି ଏବଂ କଣ ଚୋରି କରିଛନ୍ତି, ସେ ସଂପର୍କରେ ସୂଚନା ନଥିବା ବେଳେ ରାସ୍ତା ମଝିରେ ଏହି ଘଟଣା ସମସ୍ତଙ୍କୁ ସମାଲୋଚନାର ଖୋରାକ ଯୋଗାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.