ସାର କହିଲେ 'ଗେଟ୍ ଆଉଟ୍‌'... ପ୍ରଧାନ ଶିକ୍ଷକଙ୍କ ଭିଡିଓ ଭାଇରାଲ

Published By : Prameya-News7 Bureau | August 20, 2020 IST

ନବରଙ୍ଗପୁର୨୦/୮: ପ୍ରଧାନ ଶିକ୍ଷକଙ୍କ ବିରୋଧରେ ପୁଣି ଆସିଲା ଆଉ ଏକ ସଂଗୀନ ଅଭିଯୋଗ। ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ବେହେରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ଗଙ୍ଗାଗହରା ସ୍ୱୟଂ ସହାୟକ ଦଳର ସଭାପତି ସଂଯୁକ୍ତା ଦାଶ ଓ ପ୍ରଧାନଶିକ୍ଷକଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିବା ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଛାତ୍ରୀମାନଙ୍କୁ ଦିଆଯାଉଥିବା ରନ୍ଧା ଖାଦ୍ୟର ବକେୟା ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଛି। ଦେଖନ୍ତୁ..

wp:html /wp:html

ଦୀର୍ଘ ଦେଢ଼ ବର୍ଷ ହେବ ରନ୍ଧା ଖାଦ୍ୟ ବାବଦକୁ ପାଖାପାଖି ୧୦ ଲକ୍ଷ ଟଙ୍କା ସ୍ୱୟଂ ସହାୟକ ଗୋଷ୍ଠୀକୁ ଦିଆଯାଇ ନାହିଁ। ଏହି ବକେୟା ଟଙ୍କା ପ୍ରଧାନଶିକ୍ଷକଙ୍କୁ ସଭାପତି ସଂଯୁକ୍ତା ଦାଶ ମାଗିବାରୁ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଏପରି କି ପ୍ରଧାନଶିକ୍ଷକ ମହାଶୟ ଜଣଙ୍କ ମଧ୍ୟାହ୍ନ ଭୋଜନ ଦାୟିତ୍ୱରେ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ସଭାପତିଙ୍କ ପାଖରୁ ମଧ୍ୟାହ୍ନ ଭୋଜନ ବାବଦକୁ ପିସି ନେଉଥିବାର ଅଭିଯୋଗ ମଧ୍ୟ ହୋଇଛି। ଖାଲି ସେତିକି ନୁହେଁ ଛାତ୍ରୀମାନଙ୍କୁ ରନ୍ଧା ଖାଦ୍ୟ ନିଅଣ୍ଟ ହେଉଛି। ତେଣୁ ପ୍ରଧାନଶିକ୍ଷକଙ୍କୁ ଅଧିକ ଚାଉଳ ଦେବା ପାଇଁ ବାରମ୍ବାର କହିଲେ ମଧ୍ୟ ସେ ଦେଉ ନାହାନ୍ତି। ଅଧିକ କହିଲେ ପ୍ରଧାନ ଶିକ୍ଷକ କହୁଛନ୍ତି, ଗେଟ୍ ଆଉଟ୍।

କିଛିଦିନ ତଳେ ନବରଙ୍ଗପୁର ଜିଲ୍ଲାର କର୍ଚ୍ଚାମାଲ ଆଦିବାସୀ/ ହରିଜନ ଉନ୍ନିତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଆଉ ଏକ ଅଭିଯୋଗ ଆସିଥିଲା। ମାଟ୍ରିକ ପରୀକ୍ଷାରେ ପାସ୍ କରି ଦେବେ କହି ଛାତ୍ରୀମାନଙ୍କଠାରୁ ୩୦୦/୫୦୦ କରି ଟଙ୍କା ଆଦାୟ କରିଥିଲେ। ଏନେଇ ଅଭିଭାବକମାନେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.