ପେଟ୍ରୋଲ, ଡିଜେଲ ରେଡ୍ଡୀ କରି ରଖିଥାଅ, ଡାଇରେକ୍ସନ ଗଲେ ସବୁ ନିଆଁ ମାରି ଦବ, ଯାହା ହବ ବୁଝାଯିବ,କଂଗ୍ରେସ ନେତା ପ୍ରଦୀପ ମାଝୀ ଆଉ କ'ଣ କହୁଛନ୍ତି ଶୁଣନ୍ତୁ

Published By : Prameya-News7 Bureau | December 26, 2019 IST

ନବରଙ୍ଗପୁର ୨୬/୧୨: ଗତ ୧୪ ତାରିଖ ଦିନ ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ବହୁଚର୍ଚିତ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଜଡିତ ଦୋଷୀଙ୍କୁ ଶୀଘ୍ର ଗିରଫ ଦାବି ସହ ଘଟଣାରେ ପୋଲିସ ନିଷ୍କ୍ରିୟତା ପ୍ରତିବାଦରେ ପୂର୍ବତନ ସାଂସଦ ତଥା ପିସିସିର ପୂର୍ବତନ କାର୍ଯ୍ୟକାରୀ ସଭାପତି ପ୍ରଦୀପ  ମାଝୀଙ୍କ ନେତୃତ୍ୱରେ  ଜିଲ୍ଲା କଂଗ୍ରେସ  ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । କିନ୍ତୁ ବନ୍ଦ ପାଳନ ସମୟରେ କଂଗ୍ରେସ ନେତାଙ୍କ ଭିଡିଓ ଭାଇରାଲ ହୋଇଛି। କ’ଣ କହୁଛନ୍ତି ଶୁଣନ୍ତି।

wp:html /wp:html

ଏଣୁ ପୋଲିସ -ବାହିନୀ ତରଫରୁ ଜାଣିଶୁଣି  ମାମଲାକୁ ଚାପିଦେଉଥିବା ଉଦ୍ୟମ ଅଭିଯୋଗ କରିଛି ଜିଲ୍ଲା କଂଗ୍ରେସ ଯାହାର ପ୍ରତିବାଦରେ ଏହି ବନ୍ଦ ପାଳନ କରାଯାଉଥିବା କହିଛନ୍ତି କଂଗ୍ରେସ ନେତା । ଜିଲ୍ଲା କଂଗ୍ରେସ ତରଫରୁ ଶତାଧିକ କର୍ମୀ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ଟାୟାର ଜାଳି ୨୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛି । ରାସ୍ତା ଅବରୋଧ ଫଳରେ ଗମନାଗମନରେ ବାଧା ଉପୁଜିଛି । ରାସ୍ତାର ଉଭୟ ପାର୍ଶ୍ଵରେ ଗାଡିଗୁଡିକ ଅଟକି ରହିଛି । ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ହଇରାଣର ସମ୍ମୁଖୀନ ହେଉଛନ୍ତି ।

ଏଥିସହ ସହରର ଦୋକାନ ବଜାର ସବୁ ବନ୍ଦ ରହିଛି ।  ଆନ୍ଦୋଳନ ପରେ ମଧ୍ୟ ଯଦି ପୋଲିସ ଘଟଣାର ପର୍ଦାଫାସ କରୁନାହିଁ ତେବେ ଆନ୍ଦୋଳନକୁ ଜୋରଦାର କରାଯିବ ଓ ରାଜ୍ୟ ବ୍ୟାପି ଆନ୍ଦୋଳନ କରାଯିବ  ବୋଲି କଂଗ୍ରେସ ଦଳ ତରଫରୁ ଚେତାବନୀ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.