Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ବ୍ଲକ୍ କାର୍ଯ୍ୟାଳୟରେ ପସି ଟେଣ୍ଡରଧାରୀଙ୍କ ଡିଡି ଚିରିବା ଘଟଣା, ଯୁବ ନେତା କରୁଣା ସାଗର ଖଟୁଆ ଗିରଫ
  • ||
  • କରଞ୍ଜିଆ : ନିଆଁ ଲାଗି ଫାଟିଗଲା ଗ୍ୟାସ୍ ସିଲିଣ୍ଡର, ଅଳ୍ପକେ ବର୍ତ୍ତିଲା ପୁରା ପରିବାର
  • ||
  • ଟାଙ୍ଗୀ : ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ୮ ଜୁଆଡି ଗିରଫ
  • ||
  • ଭୁବନେଶ୍ବର : ୧୯ ଜିଲ୍ଲା ପାଇଁ ବଜ୍ରପାତ ସତର୍କ ସୂଚନା ଜାରି
  • ||
  • ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସ : ଓଡିଆ ଖେଳାଳି ବୀରେନ୍ଦ୍ର ଲାକ୍ରାଙ୍କୁ ପୁରୁଷ ହକି ଦଳର ଉପଅଧିନାୟକ ଦାୟିତ୍ବ
  • ||
  • ଗଞ୍ଜାମ : ଟିକା ପ୍ରମାଣପତ୍ର ଲଗାଇବେ ଦୋକାନୀ, ନଚେତ ଖୋଲିପାରିବେନି ଦୋକାନ
  • ||
  • ଭୁବନେଶ୍ବର : ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ- ରାଜ୍ୟ ନିର୍ବାଚନ କମିଶନ ସଚିବ
  • ||
  • ପୁରୀ : ଯୁବଶିଳ୍ପୀଙ୍କ କମାଲ୍, ଆଇସକ୍ରିମ୍ କାଠିରେ ନିର୍ମାଣ କଲେ ମହାପ୍ରଭୁଙ୍କ ଗଜାନନ ବେଶ
  • ||
  • ତେଲକୋଇ : ଦନ୍ତାହାତୀ ଉପଦ୍ରବ, ଗାଁରେ ପସି ଭାଙ୍ଗିଲା ଘର, ଟେକି ନେଲା ଚାଉଳ ବସ୍ତା
  • ||
  • ଖୋର୍ଦ୍ଧା : ଗୋରୁ ଭର୍ତ୍ତି କଣ୍ଟେନର ଜବତ, ୨୦ରୁ ଅଧିକ ଗୋରୁ ଉଦ୍ଧାର, ଜଣେ ଗିରଫ
  • ||

ଗୁରୁଦିବସରେ ଜଣେ ଗୁରୁଙ୍କ ଅନନ୍ୟ ସମାଜସେବା, କରୁଛନ୍ତି ଶ୍ମଶାନ ସଫା

5/09/2020 at 10:59 AM

ସାନଖେମୁଣ୍ଡି ୦୫।୦୯:  ଆଜି ହେଉଛି ପବିତ୍ର ଗୁରୁ ଦିବସ । ଡକ୍ଟର ସର୍ଵପଲ୍ଲୀ ରାଧାକୀଷ୍ଣଙ୍କ ଜନ୍ମ ଦିନକୁ ମନେ ପକାଇ ସାରା ଦେଶରେ ଗୁରୁ ଦିବସ ପାଳନ କରାଯାଉଛି । ତେବେ ସାରାଦେଶରେ ଗୁରୁ ଦିବସ ପାଳନ ବେଳେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପୋଡାମାରି ଗାଁର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସଦାଶିବ ପାଢ଼ୀ ଗାଁ ମଶାଣି ବା ଶ୍ମଶାନକୁ ସଫାକରିଛନ୍ତି । ଆଜିର ଏହି ପବିତ୍ର ଦିବସରେ ଏକ ନିଆରା ଢଙ୍ଗରେ ପାଲିଥିବାର ଭିଡ଼ିଓ ଭାଇରାଲ ହେଉଛି । ସଦାଶିବ ସାର ଜିଲ୍ଲାରେ ପୂର୍ବରୁ ଚର୍ଚ୍ଚିତ ନାଚଗୀତ ମାଧ୍ୟମରେ ପିଲାଙ୍କୁ ଶିକ୍ଷା ଦେଇ ଚର୍ଚ୍ଚାରେ ଥିବା ବେଳେ କରୋନା ମହାମାରୀ ପାଇଁ ଜାରି ହୋଇଥିବା  ଲକଡାଉନ ସମୟେ ଘର ଘର ବୁଲି ପିଲାଙ୍କୁ ସରକାରୀ ବହିକୁ ଯୋଗାଇଦେଇଥିଲା ।

ତାହା ପୁଣି ରିକ୍ସାରେ ଚାଳକ ସାଜି । ଯାହାକି ବିଭିନ୍ନ ମହଲରୁ ଶୁଭେଚ୍ଛାର ପାତ୍ର ପାଲଟିଥିବା ବେଳେ ପୁଣି ଆଜିର ଏହି ମହତ୍ୱ ଦିବସରେ ତାଙ୍କୁ ଛାତ୍ର ଛାତ୍ରୀ ପୂଜା କରିବା ବଦଳରେ ସେ ଅଭିନବ ପ୍ରୟାସ କରିଛନ୍ତି । ଗାଁ ସ୍ବସାନକୁ ସଫା କରିଛନ୍ତି । ଏକା ଏଭଳି ନିଆରା ଢଙ୍ଗରେ ପ୍ରୟାସ କରୁଥିବାରୁ ଗୁରୁଦିବସ ଉପଲକ୍ଷେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି ।

   Related Posts