ବିନା କାମରେ ଅନ୍ୟଜଣଙ୍କ ଘରେ ପଶିଥିଲେ, ପଡିଗଲେ ଗାଁ ଲୋକଙ୍କ ହାବୁଡ଼ରେ, ଆଉ ତାପରେ ନିସ୍ତୁକ ମାଡ଼

Published By : Prameya-News7 Bureau | June 24, 2021 IST

ଭୋଗରାଇ ୨୪।୦୬: ରାତିରେ ଘରେ ପଶିଥିଲେ । ପଡିଗଲେ ଗାଁଲୋକଙ୍କ ହାବୁଡ଼ରେ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଗଣସିଙ୍ଘପୁର ଗାଁରେ ଘଟିଛି ଘଟଣା । ଯୁବକଙ୍କ ରଶିରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି ଗ୍ରାମବାସୀ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରଣସିଙ୍ଘ ପୁର ଗ୍ରାମରେ ଚନ୍ଦନ ପାତ୍ରଙ୍କ ଘରେ ବିଳମ୍ବିତ ରାତିରେ ସେହି ଗ୍ରାମର ଜୟନ୍ତ ଜେନା ମନ୍ଦ ଉଦେଶ ନେଇ ପଶିଥିଲେ । ହଠାତ ଚନ୍ଦନ ଚିତ୍କାର କରିବାରୁ ସ୍ଥାନୀୟ ଲୋକେ ଜୟନ୍ତକୁ କାବୁ କରି ରଶିରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ । ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ତେବେ  ଏ ସମ୍ପର୍କରେ ଚନ୍ଦନେଶ୍ୱ ର ଫାଣ୍ଡି ଅଧିକାରୀଙ୍କୁ ପଚାରିବାରୁ , ସେ ଏ ଘଟଣା ବାବଦରେ କୌଣସି ଲିଖିତ ଅଭିଯୋଗ ନାହିଁ ବୋଲି କହିବା ସହ ଜୟନ୍ତ ନାମରେ ଏକାଧିକ ମାମଲା ରହିଥିବା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.