Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବିରାଟ କୋହଲି ନିଜ ସିକ୍ୟୁରିଟି ଗାର୍ଡ଼ର ଜନ୍ମଦିନ ଏମିତି ପାଳନ କଲେ , ଯାହା ସୋସିଆଲ ମିଡ଼ିଆରେ ହେଲା ଭାଇରାଲ

1/03/2019 at 6:55 PM

ନୂଆଦିଲ୍ଲୀ ୧/୧- ଭାରତ କ୍ରିକେଟଦଳର ଅଧିନାୟକ ବିରାଟ କୋହଲି ନିଜର ସିକ୍ୟୁରିଟି ଗାର୍ଡ଼ର ଜନ୍ମଦିନ ଏଭଳି ପାଳିଲେ , ଲୋକଦେଖି ହୋଇଗଲେ ଆଶ୍ଚର୍ଯ୍ୟ ।

କୋହଲି ନିଜଘରେ ପାଳିଲେ ସିକ୍ୟୁରିଟି ଗାର୍ଡ଼ର ଜନ୍ମଦିନ । ଏହି ଜନ୍ମଦିନ ପାଳିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ହୋଇଛି ଭାଇରାଲ । କୋହଲିଙ୍କ ସିକ୍ୟୁରିଟି ଫୈଜଲ ଖାନ୍ ଏହି ଭିଡ଼ିଓରେ କେକ୍ କାଟିବାବେଳେ କୋହଲି ଗୀତ ଗାଇ ନାଚୁଥିବାର ଦେଖାଯାଇଛି ।  ତାପରେ ଫୈଜଲ କେକ୍ କାଟି ବିରାଟଙ୍କୁ ଖୁଆଇଲାବେଳେ ବିରାଟ ମଧ୍ୟ ଫୈଜଲଙ୍କୁ ଖୁଆଇ ଦେଇଛନ୍ତି ବିରାଟ ।

ଏହି ଜନ୍ମଦିନ ପାଳନ କରି ବିରାଟ ଦେଇଛନ୍ତି ନିଜର ସହୃଦୟତା । ବିଭିନ୍ନ ମହଲରେ ବିରାଟଙ୍କ ବ୍ୟବହାରକୁ ନେଇ ଚର୍ଚ୍ଚା ଚାଲିଥିଲା । ବଲିଉଡ଼ ସୁପରଷ୍ଟାର ନାସିରୁଦ୍ଦିନ ଶାହା ମଧ୍ୟ ଆଣିଥିଲେ ସମାନ ଅଭିଯୋଗ । ସେ ଜଣେ ଭଲ ଖେଳାଳୀ ହୋଇପାରନ୍ତି କିନ୍ତୁ ବ୍ୟବହାରରେ କଦର୍ଯ୍ୟ ବୋଲି ଅଭିଯୋଗ ଆଣିଥିଲେ ନାସିରୁଦ୍ଦିନ ।

କିନ୍ତୁ ସବୁ କଳ୍ପନାଜଳ୍ପନାକୁ ଅନ୍ତ ଘଟାଇ ବିରାଟ ନିଜ ସିକ୍ୟୁରିଟ ଗାର୍ଡ଼ର ଜନ୍ମଦିନ ପାଳନ କରିବା ବଡ଼ ସହୃଦୟତା ପରିଚୟ ଦେଇଛନ୍ତି ବିରାଟ । ଏହି ଜନ୍ମଦିନ ପାଇଁ ସେ ବେଶିଖୁସି ଥିବା ଦେଖାଯାଇଛି ଏହି ଭିଡ଼ିଓରେ ।

   Related Posts