Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ପାକିସ୍ତାନ ସେନାର ନୂଆ ଚେହେରା : ଭାରତୀୟ ସେନା ଗୁଳିରେ ପ୍ରାଣ ହରାଇଥିବା ସାଥୀର ମୃତଦେହ ନେବାକୁ ଧଳା ପତାକା ଧରି ଆସିଲେ ପାକ୍ ରେଞ୍ଜର୍ସ

14/09/2019 at 2:24 PM

ନୂଆଦିଲ୍ଲୀ ୧୪|୯: ପ୍ରତିଦିନ ଯୁଦ୍ଧ ଧମକ ଦେଉଥିବା ପାକିସ୍ତାନର ଏକ ଭିନ୍ନ ଚିତ୍ର ଦେକିବାକୁ ମିଳିଛି । ସାଥୀ ଯବାନଙ୍କ ମୃତଦେହ ନେବା ପାଇଁ ହାଜିପୁର ସେକ୍ଟରରେ ପ୍ରବେଶ କରିଥିଲେ ପାକ୍ ରେଞ୍ଜର୍ସ । ତେବେ ହାତରେ ଧରିଥିଲେ ଧଳା ପତାକା ।

ଜାମ୍ମୁକାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପର ଠାରୁ ଅଶାନ୍ତ ରହିଛି ସୀମା । ନିକଟରେ ପାକିସ୍ତାନ ବାରମ୍ୱାର ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାକୁ ଉଦ୍ୟମ କରି ଆସୁଛି । ଏହାରି ଭିତରେ ଭାରତୀୟ ସେନା ଗୁଳିରେ ଟଳିଛନ୍ତି ୨ ପାକ୍ ରେଞ୍ଜର୍ସ ।

ଗତ ୯ ଓ ୧୦ ତାରିଖର  ଘଟଣା । ସେହି ଦିନ ଠାରୁ ସୀମାରେ ପଡି ରହିଥିଲା ପାକ୍ ସେନାଙ୍କ ଶବ । ଏହା ପରେ ପିଓକେ ନିକଟ ହାଜିପୁର ସେକ୍ଟରକୁ ପାକ୍ ସେନା ଧଳା ପତାକା ଦେଖାଇ ପ୍ରବେଶ କରିବା ସହ , ନିହତ ପାକ୍ ସେନା ଯବାନଙ୍କ ମୃତଦେକୁ ନେଇଛନ୍ତି ।

ଭିଜୁଆଲରେ ସ୍ପଷ୍ଟ ଭାବେ ଦେଖିବାକୁ ମିଳୁଛି, ଗୋଟିଏ ପରେ ଗୋଟିଏ କରି ଦୁଇଟି ଶବକୁ ପାକ୍ ରେଞ୍ଜର୍ସ ଧଳା ପତାକା ଦେଖାଇ ନେଇଯାଉଛନ୍ତି । ଭାରତୀୟ ସେନାକୁ ଗୁଳି କରୁଥିବା ବେଳେ, ଭାରତୀୟ ସେନାର ପାଲଟା ଜବାବରେ ଏହି ପାକ୍ ରେଞ୍ଜର୍ସଙ୍କ ମୃତ୍ୟୁ ହୋଇଥିଲା ।

   Related Posts