ସିନ୍ଧିଆଙ୍କ ସମର୍ଥନରେ ୧୦ହଜାର ଇସ୍ତଫା, ବେଙ୍ଗାଲୁରୁରୁ ୧୭ବିଧାୟକଙ୍କ ଭିଡିଓ ଜାରି, କହିଲେ ମହାରାଜ କହିବେ ତ କୂଅକୁ ଡେଇଁବୁ

Published By : Prameya-News7 Bureau | March 12, 2020 IST

ଭୋପାଳ ୧୨।୦୩: ଜ୍ୟୋତିରାଦିତ୍ୟ ସିନ୍ଧିଆ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ବୁଧବାର ଦିନ ସେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛନ୍ତି । କିନ୍ତୁ ସିନ୍ଧିଆଙ୍କ କଂଗ୍ରେସ ଛାଡିବା ପରେ କଂଗ୍ରେସର ୨୨ଜଣ ବିଧାୟକ ମଧ୍ୟ ଇସ୍ତଫା ଦେଇଛନ୍ତି । କିନ୍ତୁ ରାଜ୍ୟରୁ ଆଉ ଏକ ରାଜନୈତିକ ହଲ୍‌ଚଲ୍‌ ଦେଖିବାକୁ ମିଳିଛି । ସିନ୍ଧିଆଙ୍କ ସମର୍ଥନରେ ରାଜ୍ୟର କେତେକ ବ୍ଲକ ସ୍ତରରେ ୧୦ହଜାରରୁ ଅଧିକ କଂଗ୍ରେସ କର୍ମୀ ଇସ୍ତଫା ଦେଇଛନ୍ତି ।  ଗ୍ବାଲିଓର, ଗୁନା, ଶିବପୁରୀ ସମେତ ବିଭିନ୍ନ ଜିଲ୍ଲାରୁ କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷମାନେ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଏହାମଧ୍ୟରେ ବେଙ୍ଗାଲୁରୁରେ ଥିବା ୧୯ଜଣ ବିଧାୟକଙ୍କ ମଧ୍ୟରୁ ୧୭ବିଧାୟକ ବୁଧବାର ଦିନ ଏକ ଭିଡିଓ ଜାରି କରିଛନ୍ତି । ଭିଡିଓରେ ସେ ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ପ୍ରତି ନିଜର ନିଷ୍ଠା ଦେଖାଇଛନ୍ତି । ରିସୋର୍ଟରେ ଥିବା ବିଧାୟକଙ୍କ ଓ ମନ୍ତ୍ରୀମାନେ ସମ୍ପୂର୍ଣ୍ଣ ବାବେ ମହାରାଜଙ୍କ ସହିତ ଅଛନ୍ତି ବୋଲି କହିଛନ୍ତି । ବିଧାୟକମାନେ ଦାବି କରିଛନ୍ତି ଯେ, କଂଗ୍ରେସ ନେତାମାନେ ଆମ ସହିତ ସଂପର୍କ ସ୍ଥାପନ କରିବା ଖବର ମିଛି । ଆମେ ସମସ୍ତ ବେଙ୍ଗାଲୁରୁରେ ଭଲ ଅଛୁ । ତେବେ ଜାରି ହୋଇଥିବା ଭିଡିଓରେ ୫ଜଣ ମନ୍ତ୍ରୀ ସାମିଲ ଅଛନ୍ତି । ସେପଟେ ମୁଖ୍ୟମନ୍ତ୍ରୀ କମଲନାଥ ମଙ୍ଗଳବାର ଦିନ ବିଧାୟକ ଦଳର ବୈଠକ ଡାକିଥିଲେ । ଏବଂ ବୈଠକରେ ସରକାର ଉପରେ କୌଣସି ସଙ୍କଟ ନାହିଁ ବୋଲି ଦାବି କରିଛନ୍ତି । ବେଙ୍ଗାଲୁରୁରେ ଥିବା ସମସ୍ତ ବିଧାୟକ ତାଙ୍କ ସଂପର୍କରେ ଅଛନ୍ତି ।   

{"id":236880,"width":577,"height":418,"sizeSlug":"large"}

କମଲନାଥ ସରକାରରେ ମନ୍ତ୍ରୀ ରହିଥିବା ତୁଲସୀ ସାଲିବଟ, ଇମରତି ଦେବୀ, ପ୍ରଦ୍ୟୁମ୍ନ ସିଂହ, ପ୍ରଭୁରାମ ଚୌଧୂରୀ, ଗୋବିନ୍ଦ ସିଂହ ରାଜପୁତଙ୍କ ବ୍ୟତିତ ବିଧାୟକ ମହେନ୍ଦ୍ର ସିଂହ ସିସୋଦିଆ, ସୁରେଶ ଧାକଡ, ରକ୍ଷା ସଂତରାମ ସରୋନିଆ, ଜଜ୍‌ପାଲ୍‌ ସିଂହ ଜଜ୍ଜି, ବିଜେନ୍ଦ୍ର ସିଂହ, ରଘୁରାଜ କଂସାନା, ଓପିଏସ୍‌ ଭଦୌରିଆ, ମୁନ୍ନାଳାଳ ଗୋଆଲ, ଗିର୍ରାଜ ଦଂଡୋନିଆ, କମଲେଶ ଯାଟବ, ରଣବୀର ସିଂହ ଯାଟବ, ରାଜବର୍ଦ୍ଦନ ସିଂହ ଦେତ୍ତିଗାଁଅ, ହରଦୀପ ସିଂହ ଡଙ୍ଗ ଓ ମନୋଜ ଚୌଧୂରୀ ଭିଡିଓ ଜାରି କରିଛନ୍ତି ।

{"id":236882,"width":580,"height":424,"sizeSlug":"large"}

କମଲନାଥ ସରକାରରେ ମନ୍ତ୍ରୀ ଓ ଡବରା ବିଧାୟକ ଇମରତି ଦେବୀ କହିଛନ୍ତି ଯେ, କଂଗ୍ରେସର ସରକାର ହୋଇ ମଧ୍ୟ ଆମକୁ କାମ କରିବାକୁ ସୁଯୋଗ ମିଳିନଥିଲା । କମଲନାଥ ନେତୃତ୍ବରେ ଶୋଚନୀୟ ଅବସ୍ଥା ହୋଇଯାଇଛି । ମହାରାଜ (ଜ୍ୟୋତିରାଦିତ୍ୟ ସିନ୍ଧିଆ) ଯେଉଠାକୁ ଯିବାକୁ କହିବେ ଆମେ ଯିବାକୁ ପ୍ରସ୍ତୁତ ଅଛୁ । ଯଦି କୂଅରେ ଡେଇଁବାକୁ କହିବେ, ଆମେ ପ୍ରସ୍ତୁତ। ମୁଁ ସଦାସର୍ବଦା ତାଙ୍କ ସହିତ ରହିବି । ସମସ୍ତ ୧୯ବିଧାୟକ ନିଜ ଇଚ୍ଛାରେ ଏଠାକୁ ଆସିଛନ୍ତି । ଆମେ ଖୁସି ଯେ, ସିନ୍ଧିଆ ବିଜେପିକୁ ଯିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।  

ତୁଳସୀ ସିଲାବଟ କହିଛନ୍ତି ଯେ, ଯେଉଁ ଲୋକମାନେ କହୁଛନ୍ତି, ଆମ ସହ ସଂପର୍କରେ ଅଛନ୍ତି । ତାହା ସମ୍ପର୍ଣ୍ଣ ମିଛ । ବରଂ କିଛି ନେତା କହୁଛନ୍ତି ଆମକୁ ସାଥିରେ ନେଇଯାଅ, କଂଗ୍ରେସ ଶେଷ ହୋଇଯିବ ।

କଂଗ୍ରେସର ମିଡିଆ କୋର୍ଡିନେଟର ନରେନ୍ଦ୍ର ସଲୁଜା କହିଛନ୍ତି ଯେ, ସିନ୍ଧିଆଙ୍କ ସମର୍ଥକ ମନ୍ତ୍ରୀ-ବିଧାୟକ ଚାପରେ ରହିଛନ୍ତି । ସେମାନଙ୍କ ଏହି ଭିଡିଓ ଅତି ପୁରୁଣା । ଭିଡିଓରେ ସେମାନଙ୍କ ଝାଉଁଳି ପଡିଥିବା ମୁହଁ କହୁଛି ଯେ, ସେମାନେ ଚାପରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.