ଡାକ୍ତର ଏବଂ ନର୍ସଙ୍କ ଆପତ୍ତିଜନକ ଭିଡିଓ ହେଲା ଭାଇରାଲ୍
8/02/2019 at 9:05 AM

ଉଜୈନ ୮|୨: ମଧ୍ୟପ୍ରଦେଶ ଉଜୈନ ଜିଲ୍ଲା ସରକାରୀ ମେଡିକାଲରେ କାର୍ଯ୍ୟରତ ଜଣେ ଡାକ୍ତରଙ୍କର ସେହି ମେଡିକାଲରେ କାର୍ଯ୍ୟରତ ଜଣେ ନର୍ସଙ୍କ ସହ ପ୍ରେମ ସଂପର୍କ ଥିଲା । ଉଭୟଙ୍କର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପ୍ରାପ୍ତ ସୂଚନା ମୁତାବକ ଏହି ଭିଡିଓର ଭାଇରାଲ ହେବା ପରେ ଜିଲ୍ଲାପାଳ ଉଭୟଙ୍କୁ ବହିଷ୍କାର କରିଛନ୍ତି ।
ଉଜୈନ ସରକାରୀ ମେଡିକାଲରେ କାର୍ଯ୍ୟରତ ଡାକ୍ତରଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ସଂପୃକ୍ତ ଡାକ୍ତର ଜଣଙ୍କ ଜଣେ ସହକର୍ମୀ ନର୍ସଙ୍କ ସହ ଆପତ୍ତିଜନକ ଅବସ୍ଥାରେ ଅଛନ୍ତି । ଭିଡିଓଟି ମେଡିକାଲର ଅପରେସନ ଥିଏଟରରେ ଉତ୍ତୋଳନ କରାଯାଇଛି । ତେବେ ଭିଡିଓଟି କିଏ ଏବଂ କାହିଁକି ଭାଇରାଲ କରିଛି ତାହା ସ୍ପଷ୍ଟ ଜଣାପଡିନାହିଁ । ତେବେ ଘଟଣାର ତଦନ୍ତ ଜାରି ରହିଛି । ସଂପୃକ୍ତ ଡାକ୍ତର ଏବଂ ନର୍ସ ଏନେଇ କିଛି କହିନଥିବା ଜଣାପଡିଛି ।
ସୂଚନା ଅନୁସାରେ ଭିଡିଓଟି ଭାଇରାଲ ହେବା ପରେ ଜିଲ୍ଲାପାଳ ସଂପୃକ୍ତ ଡାକ୍ତରଙ୍କ ସହ ନର୍ସଙ୍କୁ ମଧ୍ୟ ବହିଷ୍କାର କରିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ଘଟଣାର ଯାଞ୍ଚ କରାଯିବ ।