ମାଡ ମାରିଲେ, ଭୁଲ ମାଗିଲେ : ବିଡିଓଙ୍କର ଏମିତି କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି

Published By : Prameya-News7 Bureau | October 17, 2019 IST

ବୌଦ୍ଧ ।୧୦: ମାଡ ମାରିଲେ, ଭୁଲ ମାଗିଲେ । ବିଡିଓଙ୍କର ଏମିତି କାରନାମାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଡିଓ ରବୀନ୍ଦ୍ର କହଁରଙ୍କ ଏମିତି ଏକକ ଭିଡିଓ ସାମ୍ନାକୁ ଆସିଛି ।

{"id":170846}

କଣ୍ଟାମାଳ ବିଡିଓ ମହାଶୟ ବ୍ଲକର ଡାଟା ଏଣ୍ଟ୍ରି ଅପରେଟର ବିଭୁ ମଲ୍ଲିକଙ୍କୁ ସର୍ବସମ୍ମୁଖରେ ଚାପୁଡା ମାରିଥିଲେ। ଡାଟା ଏଣ୍ଟ୍ରି ଅପରେଟର ବିଭୁ ମଲ୍ଲିକ ଗ୍ରିଭାନ୍ସ ଦିନ ବିଳମ୍ବରେ ଅଫିସ ଆସିଥିଲେ । ଏଥିପାଇଁ ରାଗିଯାଇ ବିଡିଓ ତାଙ୍କୁ ସର୍ବ ସମ୍ମୁଖରେ ଗାଲକୁ ଚାପୁଡା ମାରିଥିଲେ । ଏହାପରେ ଏହାକୁ ବିରୋଧ କରି ସେଠାରେ ଉପସ୍ଥିତ ଥିବା କିଛି ଯୁବକ ବିଡିଓଙ୍କୁ ଘେରି ଯାଇଥିଲେ ।

{"id":170847}

ଏହାପରେ ହରଡଘଣାରେ ପଡି ଯାଇଥିଲେ । ସ୍ଥିତି ଜଟିଳ ହେଉଥିବା ଦେଖି ବିଡିଓ ରବୀନ୍ଦ୍ର କହଁର ନରମି ଯାଇଥିଲେ । ସ୍ଥାନୀୟ ଲୋକେ ବିଡିଓଙ୍କୁ ପ୍ରଶ୍ନ କରିଥିଲେ । ବାଧ୍ୟ ହୋଇ ବିଡିଓ ମୁଣ୍ଡ ନୁଆଁଇଥିଲେ । ଡାଟା ଏଣ୍ଟ୍ରି ଅପରେଟରଙ୍କୁ କୁଣ୍ଢାଇ ପକାଇ ଭୁଲ ମାଗିଥିଲେ । ତେବେ ଏହି ଘଟଣାରେ ଅନୁସନ୍ଧାନ କରି କାର୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ବୌଦ୍ଧ ଜିଲ୍ଲାପାଳ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.