ସ୍କୁଲଘରେ ସାରଙ୍କ ମଦ ଆସର : ସୋସିଆଲ ମିଡିଆରେ ବୁଲୁଛି ସତ,ହୋଇନି ଆକ୍ସନ୍

Published By : Prameya-News7 Bureau | December 27, 2019 IST

ଚମ୍ପାରଣ୨୭/୧୨: ୩ଜଣ ଶିକ୍ଷକଙ୍କ ଏକ ଭିଡିଓ ସୋଶିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି। କୁହାଯାଉଛି ଯେ ଏମାନେ ହେଉଛନ୍ତି ସରକାରୀ ସ୍କୁଲର ଶିକ୍ଷକ। ଘଟଣାଟି ଘଟିଛି ବିହାରର ଚମ୍ପାରଣରେ। ସେମାନେ ଶ୍ରେଣୀଗୃହ ଭିତରେ ବସି ମଦ ପିଉଛନ୍ତି। ଏହି ଭିଡିଓଟି ମଧୁବନର ସରେୟା ନବୀନ ଅପଗ୍ରେଡେଡ ମିଡିଲ୍ ସ୍କୁଲର।

ଏହି ସ୍କୁଲ୍ ପାଟନାରୁ ୧୬୫ କିଲୋମିଟର ଉତ୍ତରରେ ରହିଛି। ଏହି ଭିଡିଓଟି ପାଖାପାଖି ଗୋଟିଏ ସପ୍ତାହ ପୂର୍ବରୁ ସୁଟ୍ କରାଯାଇଥିଲା। ଏହି ଭିଡିଓ ବାରମ୍ବାର ସୋଶିଆଲ ମିଡିଆରେ ସେୟାର ହେବା ପରେ ଘଟଣାଟି ସାମ୍ନାକୁ ଆସିଥିଲା। ଭିଡିଓରେ ଦେଖାଯାଉଛି ଯେ ୩ଜଣ ବ୍ୟକ୍ତି ଗଜେନ୍ଦ୍ର ବୈଠା,ସତ୍ୟେନ୍ଦ୍ର ଚୌଧୁରୀ ଏବଂ ଅଭୟ ସିଂହ ଶ୍ରେଣୀଗୃହ ଭିତରେ ବସି ମଦ ପିଉଛନ୍ତି ଏବଂ ପାର୍ଟି କରୁଛନ୍ତି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ ଏହି ଭିଡିଓଟିକୁ ଶ୍ରେଣୀଗୃହର ଝରକାରୁ ରେକର୍ଡ଼ କରାଯାଇଛି। କିନ୍ତୁ ଭିଡିଓର ସତ୍ୟତା ବିଷୟରେ ଏଯାଏଁ ସ୍ପଷ୍ଟ ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.