ନାବାଳିକାଙ୍କ ଗଣଦୁଷ୍କର୍ମ ଭିଡିଓ ଭାଇରାଲ, ଅଭିଯୁକ୍ତଙ୍କ ଠିକଣା ଖୋଜୁଛି ପୋଲିସ

Published By : Prameya-News7 Bureau | November 15, 2019 IST

ମୁଜାଫାରପୁର୧୫/୧୧: ପୁଣି  ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରି ଭିଡିଓ ଭାଇରାଲ କରାଯାଇଛି।  ଏହି ଘଟଣା ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ଲାଗି ଏସପି ନିର୍ଦେଶ ଦେଇଛନ୍ତି। ଜଣେ ସଂପର୍କୀୟ  ଦାଦା ମେଳା ବୁଲାଇ ନେବା ବାହାନରେ ନାବାଳିକାଙ୍କୁ ସାଙ୍ଗରେ ନେଇଥିଲା। ଏକ ନିଛାଟିଆ ସ୍ଥାନରେ ଦୁଇଜଣ ଯୁବକ ଓ ସଂପର୍କୀୟ ଦାଦା ମିଶି ତାଙ୍କ ସହ ଗଣଦୁଷ୍କର୍ମ କରିଛନ୍ତି। ଗଣ ଦୁଷ୍କର୍ମବେଳେ ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି । ମୁଜାଫାରପୁର ଜିଲ୍ଲାର ମୋତିପୁର ଅଞ୍ଚଳରେ ଏଭଳି ଘଟଣା ଘଟିଛି।

 ସୂଚନା ଅନୁସାରେ  କଟ୍ରା ଅଞ୍ଚଳରେ ମେଳା ବୁଲିବାକୁ ଯାଇଥିବା ନାବାଳିକାଙ୍କ ସହ ସଂପର୍କୀୟ ଦାଦା ଅସଦାଚରଣ କରୁଥିଲା। ଏହି ସମୟରେ ବାଇକରେ ଯାଉଥିବା ଦୁଇଜଣ ଯୁବକ ଏହାର ଭିଡିଓ ରେକର୍ଡିଂ କରି ସଂପର୍କୀୟ ଦାଦାକୁ ଧମକ ଦେଇଥିଲେ। ଏହାପରେ ୨ ବାଇକ ଚାଳକ ଯୁବକ ଓ ସଂପର୍କୀୟ ଦାଦା ମିଶି ନାବାଳିକାଙ୍କୁ ଗଣଦୁଷ୍କର୍ମ କରିଥିଲେ।

ଏହି ଘଟଣା କିଛିଦିନ ପରେ ଅଭିଯୁକ୍ତ ଦୁଇଜଣ ଯୁବକ ଭିଡିଓ ଭାଇରାଲ କରି ଦେଇଥିଲେ। ଭିଡିଓରେ ପୀଡ଼ିତା ତାଙ୍କ ସହ ଏମିତି ନ କରିବା ପାଇଁ ଅଭିଯୁକ୍ତଙ୍କୁ ହାତ ଯୋଡ଼ି ଅନୁରୋଧ କରୁଛନ୍ତି। ତଥାପି ଏମାନେ ମିଶି ନାବାଳିକାଙ୍କୁ ଜୋର ଜରବରଦସ୍ତ ଦୁଷ୍କର୍ମ କରିଥିବାର ଦୃଶ୍ୟ ଭିଡିଓରେ ରହିଛି।

ପୋଲିସର  ସୂଚନା ମୁତାବକ ଅଭିଯୁକ୍ତ ସଂପର୍କୀୟ ଦାଦା ଓ ଦୁଇ ବାଇକ ଚାଳକ ଯୁବକ ଫେରାର ଅଛନ୍ତି। ଅଭିଯୁକ୍ତଙ୍କ ଠିକଣା ପୋଲିସ ଏପର୍ଯ୍ୟନ୍ତ ପାଇ ନାହିଁ। ତୁରନ୍ତ ଅଭିଯୁକ୍ତଙ୍କୁ  ଚିହ୍ନଟ କରି ଗିରଫ ପାଇଁ ଏସପି ନିର୍ଦେଶ ଦେଇଛନ୍ତି। ଏହି  ଭିଡିଓ ଭାଇରାଲ ନ କରିବା ପାଇଁ ପୋଲିସ ପକ୍ଷରୁ ଚେତାବନୀ ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.