ଖାଇବାକୁ ମାଗିବାରୁ ଡ୍ରାଇଭରଙ୍କୁ ବିଡିଓଙ୍କ ମାଡ, ଭିଡିଓ ହେଲା ଭାଇରାଲ୍

Published By : Prameya-News7 Bureau | February 04, 2019 IST

ବଡବିଲ ୪|୧: ବଡବିଲ ତହସିଲଦାର ତଥା ଯୋଡା ବିଡିଓ ଦାୟିତ୍ବରେ ଥିବା କ୍ଷୀରୋଦ କୁମାର ବହେରା ଜଣେ ଡ୍ରାଇଭରଙ୍କୁ ମାଡ ମାରୁଥିବା ଭିଡିଓ ଭାଇରାଲ ହୋଇଛି । ଗତକାଲି ମଧ୍ୟାହ୍ନରେ ଯୋଡା ବ୍ଲକ କାର୍ଯୟାଳୟ ପରିସରରେ ଏହି ଘଟଣା ଘଟିଛି । ପୂର୍ଣ୍ଣଚନ୍ଦ୍ର ବାରିକ ନାମକ କ୍ୟାମ୍ପର ଡ୍ରାଇଭର ଖାଇବାକୁ ମାଗିବାରୁ ପ୍ରଥମେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ବାରିକ ନିଜ ମୋବାଇଲ ବାହାର କରି ଭିଡିଓ ରେକଡିଂ କରିବାରୁ ଉତକ୍ଷିପ୍ତ ହୋଇ ବିଡିଓ କ୍ଷୀରୋଦ କୁମାର ବହେରା ତାଙ୍କୁ ମାଡ଼ ମାରିଥିଲେ । ବେଶି ଦଖେଇ ହେଉଛ ନା କ'ଣ ? ଷ୍ଟାଇଲ ଦେଖଉଛ, ମୁଁ ପଚାରୁଛି ଭିଡିଓ କ'ଣ କରୁଛ ବେ ? ଏହିପରି କହି ବିଡିଓ ମହାଶୟ ମାଡ଼ ମାରୁଥିବା ଦେଖିବାକୁ ମିଳିଛି ଭାଇରାଲ ଭିଡିଓରେ । ଭାଇରାଲ ଭିଡିଓ ଏବେ ଯୋଡ଼। ବଡ଼ବିଲରେ ଚର୍ଚ୍ଚ।ର ବିଷୟ ହୋଇଛି ।

{"id":81650,"align":"center","width":297,"height":540}

ଗତକାଲି କେନ୍ଦୁଝର ପଣ୍ଡାପଡ଼। ଠାରେ ଆୟୋଜିତ ଚାଷୀ ସମାବେଶ ପାଇଁ ବସ ଏବଂ ୪ ଚକିଆ ଯାନ ସବୁ ନିୟୋଜିତ କରାଯାଇଥିଲା । ଯୋଡ଼। ବ୍ଲକରେ ଏହି ଗାଡ଼ି ଗୁଡ଼କୁ ବିଡିଓ କ୍ଷୀରୋଦ କୁମାର ବହେରା ନିୟୋଜିତ କରିଥିଲେ । ସମାବେଶକୁ ଯାଉଥିବା ଲୋକଙ୍କ ପାଇଁ ବିସ୍କୁଟ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା । ସେଥତ୍ପାଇଁ ନିୟୋଜିତ କ୍ୟାମ୍ପର ଗାଡ଼ିରେ ବିସ୍କୁଟ ବୋଝେଇ କରି ବିଭିନ୍ନ ସ୍ଥାନକୁ ପଠାଯାଇଥିଲା । ଏହି ବିସ୍କୁଟ ନିଆଯିବା କାର୍ଯୟରେ ନିୟୋଜିତ ଏକ ଗାଡ଼ରି ଡ୍ରାଇଭର ବିସ୍କୁଟ ପହଂଚାଇ ସାରିବା ପରେ ମଧ୍ୟାହ୍ନ ସମୟରେ ଖାଇବାକୁ ମାଗିଥିଲେ । ମାତ୍ର ତାଙ୍କୁ ଖାଇବା ପାଇଁ ନ ଦିଆଯିବାରୁ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଯୁକ୍ତିତର୍କ ସମୟରେ କ୍ୟାମ୍ପର ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ବାରିକ ନିଜ ମୋବାଇଲ ବାହାର କରି ଭିଡିଓ ରେକଡିଂ ଆରମ୍ଭ କରିଦେଇଥିଲେ । ଭିଡିଓ ରେକଡିଂ ହେଉଥିବାର ଦେଖି ବିଡିଓ ମହାଶୟଙ୍କ ପାରା ଗରମ ହୋଇଯାଇଥିଲା ଏବଂ ସେ ରାଗିଯାଇ ମାଡ଼ ମାରିଥିଲେ । ମାଡ଼ ଖାଇଥିବା ଡ୍ରାଇଭରଙ୍କ ଘର ସୁନ୍ଦରଗଡ଼ ଜିଲ୍ଲା କୋଇଡ଼। ବ୍ଲକର ଇନ୍ଦପୁର ଅଂଚଳରେ ବୋଲି ଜଣାପଡ଼ଛି ।

wp:core-embed/youtube {"url":"https://www.youtube.com/watch?v=jhA_QHrScdk","type":"video","providerNameSlug":"youtube","className":"wp-embed-aspect-16-9 wp-has-aspect-ratio"}
https://www.youtube.com/watch?v=jhA_QHrScdk
/wp:core-embed/youtube

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.