ବିଜେପି ନେତାଙ୍କ ଆପତ୍ତିଜନକ ଭିଡିଓ ଭାଇରାଲ!କଂଗ୍ରେସ ନେତାଙ୍କୁ ଟାର୍ଗେଟ କଲା ବିଜେପି

Published By : Prameya-News7 Bureau | November 01, 2019 IST

ସୁରାଟ୧/୧୧: ଦାମନ ଓ ଡିଉର ବିଜେପି ଅଧ୍ୟକ୍ଷ ଗୋପାଳ ଟଣ୍ଡେଲଙ୍କ ଆପତ୍ତିଜନକ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ଏହି ଘଟଣା​‌ ସାମ୍ନାକୁ ଆସିବା ପରେ ଏପର୍ଯ୍ୟନ୍ତ ବିଜେପି ନେତା ଗୋପାଲ କୌଣସି ଲୋକଙ୍କ ବିରୋଧରେ ଅଭିଯୋଗ କରି ନାହାନ୍ତି।  ବିଜେପି ନେତା ଗୋପାଳଙ୍କ ଆପତ୍ତିଜନକ ଭିଡ଼ିଓ ଭାଇରାଲ ହେବା ଘଟଣାରେ ଦାମନ ଓ ଡିଉର ଅନ୍ୟ ବିଜେପି ନେତାଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ। ୩୬ ସେକେଣ୍ଡର ଏହି ଭିଡିଓରେ ​‌ଜଣେ ମହିଳାଙ୍କ ସହ ବିଜେପି ନେତା ଆପତ୍ତିଜନକ ଅବସ୍ଥାରେ ଛିଡ଼ା ହୋଇଥିବା ଦୃଶ୍ୟ ରହିଛି।

 ପ୍ରକୃତ ଘଟଣା  ହେଉଛି ଭାଇରାଲ ଭିଡିଓଟି ପାଖାପାଖି ଦୁଇ ବର୍ଷ ତଳର ବୋଲି କୁହାଯାଉଛି।  କିନ୍ତୁ ଏହି ଭିଡ଼ିଓ ଭାଇରାଲ ହେବା ପଛରେ କଂଗ୍ରେସ ନେତାଙ୍କ ହାତ ଥିବା କଥା ବିଜେପି କହିଛି। ସୂଚନା ଅନୁସାରେ  ଦୁଇ ବର୍ଷ ତଳେ କଂଗ୍ରେସ ନେତା ଦିନେଶ କାଚାଡ଼ିଆ ଓ ତାଙ୍କ ଗ୍ୟାଙ୍ଗ୍ ଏଡିଟ୍‌ କରି ଏହି ଭିଡ଼ିଓ ତିଆରି କରି  ତାଙ୍କୁ ବ୍ଲାକମେଲିଂ କରୁଥିଲେ। ଏ ସଂପର୍କରେ  ବିଜେପି ନେତା ଗୋପାଲ ଜାଣିବା ପରେ ଅଭିଯୁକ୍ତ  ବିରୋଧରେ  ଥାନାରେ ସେ ଏତଲା ଦେଇଥିଲେ।

ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ପୋଲିସ। ଅଭିଯୁକ୍ତ ମୋବାଇଲରେ ଏହି ଭିଡ଼ିଓ ରହିଥିଲା ସେ ଜେଲ ଯିବା ବେଳେ ଯାହାଙ୍କୁ ମୋବାଇଲ ଦେଇ ଯାଇଥିଲା ସେହି ବ୍ୟକ୍ତି ଏହି ଭିଡ଼ିଓ ଭାଇରାଲ କରିଥିବା କଥା ବିଜେପି କହିଛି।

ଗୋପାଲ ଟଣ୍ଡେଲ ଦୁଇଥର ଦାମନ- ଡିଉରେ ସାଂସଦ ଗାଦିରେ ବସିଛନ୍ତି। କଂଗ୍ରେସ ଦଳରୁ ଥରେ ଏବଂ ନିର୍ଦଳୀୟରୁ ଥରେ ଏଭଳି ଦୁଇଥର ସାଂସଦ ଭାବେ ସେ ବିଜୟ ହୋଇଥିଲେ। ହୋଟେଲ ଓ ମଦ ବ୍ୟବସାୟ ତାଙ୍କର ରହିଛି। ଏହି ବ୍ୟବସାୟକୁ ଚଳାଇବା ଲାଗି ସେ ବହୁ ଲୋକ ରଖିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.